‌ଟ୍ରେନ ଭିତରେ ଯାତ୍ରୀଙ୍କୁ ନିସ୍ତୁକମାଡ଼ ମାରିଲେ ରେଳ କର୍ମଚାରୀ

ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ଜଣେ ଟିଟିଇ ଓ କିଛି ରେଳ କର୍ମଚାରୀ ମିଳିତ ଭାବେ ଜଣେ ଯାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି। ଏଥିସହିତ ଟିଟିଇ ବେଲଟ ଖୋଲି ଯାତ୍ରୀଙ୍କୁ ମାଡ଼ ମାରୁଥିବା ଭିଡିଓ ହୋଇଛି ଭାଇରାଲ।

ତ୍ିୀନ୍ସ


ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ହୃଦୟସ୍ପର୍ଶୀ ଥିବା ବେଳେ ଆଉ କିଛି ଭିଡିଓରେ ଦୁଃଖଦାୟକ ଦୃଶ୍ୟ ଦେଖିବାକୁ ମିଳିଥାଏ। 

ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ଜଣେ ଟିଟିଇ ଓ କିଛି ରେଳ କର୍ମଚାରୀ ମିଳିତ ଭାବେ ଜଣେ ଯାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। 

ଅଧିକପଢ଼ନ୍ତୁ:ମଣିଷ ଖପୁରୀ ସହିତ କିଛି ଯୁବକ ଉଠାଇଲେ ଫଟୋ: ଯାଞ୍ଚ ଆରମ୍ଭ କରିଛି ପୁଲିସ

ଏଥିସହିତ ଭିଡିଓରେ ଗାଳିଗୁଲଜ ହେଉଥିବା ଶୁଣିବାକୁ ମିଳୁଛି। ଟିଟିଇ କହୁଛନ୍ତି ସେ ଏମିତି ମାନିବନି ତାକୁ ବାଡ଼ି ଆଣି ପିଟ। ଏହାପରେ ଟିଟିଇ ଜୋତାରେ ମାଡ଼ ମାରିବା ସହିତ ବେଲଟ ବାହାର କରି ଉକ୍ତ ଯାତ୍ରୀଙ୍କୁ ପିଟୁଥିବା ଭିଡିଓରେ ନଜର ଆସୁଛି।

ଅଧିକପଢ଼ନ୍ତୁ:ପୁଅକୁ ଦେଖା କରିବା ପାଇଁ ଏବେ ୫ଦିନ ଆଗରୁ କହିବାକୁ ପଡ଼ୁଛି: ଜାଭେଦ

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ଉକ୍ତ ଟିଟିଇଙ୍କୁ ରେଳ ବିଭାଗର ଗୁଣ୍ଡା ବୋଲି କହିଛନ୍ତି। ଏଥିସହିତ ରେଳ ମନ୍ତ୍ରୀଙ୍କୁ ଏହି ଭିଡିଓ ଟ୍ୟାଗ କରି ଘଟଣାରେ ସମ୍ପୃକ୍ତ ଥିବା ରେଳ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ତେବେ ଟ୍ରେନ ଭିତରେ ଟିଟିଇ ଓ ରେଳ କର୍ମଚାରୀ କେଉଁ କାରଣ ପାଇଁ ଉକ୍ତ ଯାତ୍ରୀଙ୍କୁ ମାଡ଼ ମାରିଥିଲେ ସେନେଇ ଖବର ଲେଖାହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe