ମୁଁ ଜେଲରେ ଥିବା ବେଳେ ମନମୋହନଙ୍କ ମାନବିକତାକୁ କରିଥିଲି ସଲାମ

ଅନୱର ଇବ୍ରାହିମ୍ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ୱିଟ୍ କରି ଲେଖିଛନ୍ତି, ମୋର ସମ୍ମାନିତ ଭାଇ ଓ ପ୍ରିୟ ବନ୍ଧୁ ଡକ୍ଟର ମନମୋହନ ସିଂହଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। 

ee


ନୂଆଦିଲ୍ଲୀ: ଦୁଇଥର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହଙ୍କୁ ସାରା ବିଶ୍ୱରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।  ଏହି ଶ୍ରଦ୍ଧାଞ୍ଜଳି ମଧ୍ୟରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବି ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। 

ଅଧିକପଢ଼ନ୍ତୁ:ନୀତୀଶଙ୍କ ବ୍ୟାଟିଂରେ କଙ୍ଗାରୁ ବୋଲର ବିପର୍ଯ୍ୟସ୍ତ

ଅନୱର ଇବ୍ରାହିମ୍ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ୱିଟ୍ କରି ଲେଖିଛନ୍ତି, ମୋର ସମ୍ମାନିତ ଭାଇ ଓ ପ୍ରିୟ ବନ୍ଧୁ ଡକ୍ଟର ମନମୋହନ ସିଂହଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଆଜି ମୋର ୧୯୯୦ ଦଶକ ସମୟର କଥା ମନେ ପଡ଼ିଯାଉଛି। ସେ ସମୟରେ ମୁଁ ଏକ ରାଜନୈତିକ ଷଡ଼ଯନ୍ତ୍ରର ଅଂଶ ଭାବରେ ଜେଲ୍ ଯାଇଥିଲି।

ଜେଲରେ ଥିବା ବେଳେ ସିଂହ ମୋର ପିଲାମାନଙ୍କର, ବିଶେଷକରି ମୋ ପୁଅର ପାଠପଢ଼ା ପାଇଁ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ତତ୍କାଳୀନ ମାଲେସିଆ ସରକାରଙ୍କୁ ଅସନ୍ତୁଷ୍ଟ କରିବାର ଆଶଙ୍କା ଥିବା ହେତୁ ନମ୍ରତାର ସହ ସିଂହଙ୍କ ସାହାଯ୍ୟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲି। 

ଅଧିକପଢ଼ନ୍ତୁ:ଝଲସିଲା ଜାମନଗର, ଧୁମଧାମରେ ସଲମାନଙ୍କ ଜନ୍ମଦିନ ପାଳିଲେ ଅମ୍ବାନୀ ପରିବାର

କିନ୍ତୁ ତାଙ୍କର ଏହି ପ୍ରସ୍ତାବ ମୋ ଉପରେ ଏକ ସ୍ଥାୟୀ ଛାପ ପକାଇଥିଲା। ଏଭଳି ମହାନ ନେତାଙ୍କ ସ୍ନେହ ପାଇବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ ଥିଲା । ତାଙ୍କ ଭଳି ଦ୍ବିତୀୟ ମଣିଷ ମୁଁ ଆଜି ପର୍ଯ୍ୟନ୍ତ ପାଇ ପାରିନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe