ଆତଙ୍କବାଦୀଙ୍କ ନରସଂହାର: ଗାଡ଼ି ରୋକି ପରିଚୟ ପଚାରି ୨୩ ଜଣଙ୍କୁ ହତ୍ୟା

ପାକିସ୍ତାନର ବାଲୁଚିସ୍ତାନର ପ୍ରଦେଶର ମୁସାଖେଲ ଜିଲ୍ଲାରେ ଆତଙ୍କବାଦୀମାନେ ଗାଡ଼ି ରୋକି ପରିଚୟ ପଚାରି ୨୩ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ୫ ଜଣ ମଧ୍ୟ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Terrorist

ଇସଲାମାବାଦ: ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀମାନେ ନରସଂହାର କରିଛନ୍ତି। ଆତଙ୍କବାଦୀମାନେ ଗୁଳି କରି ୨୩ଜଣଙ୍କୁ ହତ୍ୟା କରିଛନ୍ତି। ସୋମବାର ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ବନ୍ଧୁକଧାରୀମାନେ ଗାଡ଼ି ରୋକି ଲୋକଙ୍କୁ ସେମାନଙ୍କ ଗାଡ଼ିରୁ ବାହାର କରି ପରିଚୟ ପଚାରି ଗୁଳି କରି ହତ୍ୟା କରିଛନ୍ତି।

ଏଏଫପି ରିପୋର୍ଟ ଅନୁଯାୟୀ, ବାଲୁଚିସ୍ତାନ ପ୍ରଦେଶର ମୁସାଖେଲ ଜିଲ୍ଲାରେ ଆତଙ୍କବାଦୀମାନେ ଅନେକ ବସ୍, ଟ୍ରକ୍ ଏବଂ ଭ୍ୟାନ୍ ଅଟକାଇଥିଲେ। ଆତଙ୍କବାଦୀମାନେ ପରିଚୟ ପଚାରି ସେମାନଙ୍କର ଜାତି ଚିହ୍ନଟ କରିବା ପରେ ଲୋକଙ୍କୁ ଗୁଳି କରିଥିଲେ। ଏହି ଘଟଣାରେ ୫ଜଣ ମଧ୍ୟ ଆହତ ହୋଇଛନ୍ତି।

ମୁସାଖେଲର ଜଣେ ବରିଷ୍ଠ ଅଧିକାରୀ ନଜିବୁଲ୍ଲା କାକର କହିଛନ୍ତି ଆତଙ୍କବାଦୀମାନେ ପଞ୍ଜାବକୁ ବାଲୁଚିସ୍ତାନ ସହ ସଂଯୋଗ କରୁଥିବା ରାଜପଥରେ ଅନେକ ବସ୍, ଟ୍ରକ୍ ଏବଂ ଭ୍ୟାନ୍ ଅଟକାଇଥିଲେ। ପଞ୍ଜାବକୁ ଆସୁଥିବା ଏବଂ ପଞ୍ଜାବରୁ ଯାଉଥିବା ଯାନଗୁଡିକ ଯାଞ୍ଚ କରାଯାଇ ପଞ୍ଜାବରୁ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଗୁଳି ଚଳାଇଥିଲେ।

ପାକିସ୍ତାନୀ ଖବରକାଗଜ ଡନ୍ ରିପୋର୍ଟ ଅନୁଯାୟୀ ଆସିଷ୍ଟାଣ୍ଟ କମିଶନର ନଜୀବ କାକର କହିଛନ୍ତି ଯେ ସଶସ୍ତ୍ର ବ୍ୟକ୍ତିମାନେ ମୁସାଖେଲରେ ରାଜପଥ ଅବରୋଧ କରି ଯାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ସେମାନେ ମଧ୍ୟ ୧୦ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି।

ବାଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତି ଏହି ଘଟଣା ପରେ ପ୍ରତିକ୍ରିୟା ଦେଇଛନ୍ତି। ଏହି ଆତଙ୍କବାଦୀ ଘଟଣାକୁ ସେ ଦୃଢ଼ ନିନ୍ଦା କରିଛନ୍ତି।  ଆତଙ୍କବାଦୀଙ୍କ ଅମାନୁଷିକ କାର୍ଯ୍ୟରେ ନିହତ ହୋଇଥିବା ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି। ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ଛଡ଼ା ଯିବ ଏନାହିଁ ବୋଲି ସେ କହିଛନ୍ତି। ବାଲୁଚିସ୍ତାନ ସରକାର ଅପରାଧୀଙ୍କୁ ଦଣ୍ଡିତ କରିବେ।

ଅଧିକ ପଢ଼ନ୍ତୁ:ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର !...

ଏହି ଘଟଣାରେ ପାକିସ୍ତାନର ପଞ୍ଜାବ ସରକାର ମୁଖପାତ୍ର ଆଜମା ବୁଖାରୀ କ୍ରୋଧ ପ୍ରକାଶ କରିଛନ୍ତି। ହିଂସାର ଏହା ଏକ ନିର୍ମମ ଉଦାହରଣ ବୋଲି ସେ କହିଛନ୍ତି। ଏହି ଆକ୍ରମଣର ଶୈଳୀ ପ୍ରାୟ ୪ ମାସ ପୂର୍ବେ ଘଟିଥିବା ହିଂସା ସହିତ ସମାନ ରହିଛି ବୋଲି ସେ କହିଛନ୍ତି। ଡନ୍ ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ମାସରେ ହୋଇଥିବା ଏଭଳି ଆକ୍ରମଣରେ ନଅ ଜଣ ଯାତ୍ରୀଙ୍କୁ ଏକ ବସ୍‌ରୁ ଜବରଦସ୍ତ ଓହ୍ଲାଇ  ପରିଚୟ ପଚାରିବା ପରେ ହତ୍ୟା କରାଯାଇଥିଲା।

ଅଧିକ ପଢ଼ନ୍ତୁ:ରଜନୀକାନ୍ତଙ୍କ ପୁରାତନ ଛାତ୍ର ବିବୃତି ନେଇ ଷ୍ଟାଲିନଙ୍କ ମନ୍ତ୍ରୀଙ୍କ ପାଲଟା ଜବାବ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe