ସିଡନୀ: ଅଷ୍ଟ୍ରେଲିଆର ସିଡନୀ ସହରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମଝି ଆକାଶରେ ଦୁଇଟି ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ନ୍ୟୁ ସାଉଥ ୱେଲ୍ସ (ଏନଏସଡବ୍ଲୁ) ପୁଲିସ କହିଛି ଯେ ଶନିବାର ସିଡନୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଦୁଇଟି ବିମାନ ମଧ୍ୟରେ ଏକ ବଡ଼ ଧକ୍କା ହୋଇଛି। ଏହି ଘଟଣା ବିଷୟରେ ସୂଚନା ପାଇବା ପରେ ଜରୁରୀକାଳୀନ ସେବା ଦଳଙ୍କୁ ସକ୍ରିୟ କରାଯାଇଥିଲା ।
ଜିନହୁଆ ନ୍ୟୁଜ୍ ଏଜେନ୍ସି, ନ୍ୟୁ ସାଉଥ ୱେଲ୍ସ ପୋଲିସ, ଅଗ୍ନିଶମ ଏବଂ ଉଦ୍ଧାରକାରୀଙ୍କ ଅନୁଯାୟୀ, ଏନଏସଡବ୍ଲୁ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଘଟଣାସ୍ଥଳରୁ ଦୂରରେ ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି ବୋଲି ଏନଏସଡବ୍ଲୁ ପୁଲିସ କହିଛି।
ଅଷ୍ଟ୍ରେଲୀୟ ପରିବହନ ସୁରକ୍ଷା ବ୍ୟୁରୋ ଏହି ଦୁର୍ଘଟଣାର ତଦନ୍ତ କରିବ ବୋଲି ପୁଲିସ କହିଛି। କିଭଳି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରି ରହିଛି। ସ୍ଥାନୀୟ ଅଞ୍ଚଳରେ ପାଗ ଠିକ୍ ଥିଲେ ମଧ୍ୟ ବିଭାନ ଦୁଇଟି କିଭଳି ମୁହାଁମୁହିଁ ହେଲେ ଏବଂ ସେ ସମୟରେ ପାଇଲଟ୍ ଦୁଇଜଣ କଣ୍ଟ୍ରୋଲ୍ ରୁମ୍ ସହିତ କେଉଁ ସୂଚନା ସେୟାର କରିଥିଲେ ସେନେଇ ମଧ୍ୟ ଅନୁସନ୍ଧାନ କରାଯାଉଛି।
ଅଧିକ ପଢ଼ନ୍ତୁ:
ଯୁଦ୍ଧ ନୁହେଁ, ଶାନ୍ତି ଆଲୋଚନା ଜରୁରୀ: ବ୍ରିକ୍ସ ପ୍ଲାଟଫର୍ମରୁ ଚୀନ୍ ସମେତ ସମଗ୍ର ବିଶ୍ୱକୁ ପରାମର୍ଶ ଦେଲେ ମୋଦୀ
Follow Us