Advertisment

Military activity: ମଧ୍ୟପ୍ରାଚ୍ୟରେ ସାମରିକ ଗତିବିଧି ତୀବ୍ର: ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ

Advertisment

ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଏବେ ଏକ  ଯୁଦ୍ଧର ରୂପ ନେବାକୁ ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରାଚ୍ୟରେ  ସାମରିକ ଗତିବିଧି ତୀବ୍ର ହୋଇଛି।

ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଏବେ ଏକ  ଯୁଦ୍ଧର ରୂପ ନେବାକୁ ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରାଚ୍ୟରେ  ସାମରିକ ଗତିବିଧି ତୀବ୍ର ହୋଇଛି।

dgjdgjjdgbcnbnbcny

ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଏବେ ଏକ  ଯୁଦ୍ଧର ରୂପ ନେବାକୁ ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରାଚ୍ୟରେ  ସାମରିକ ଗତିବିଧି ତୀବ୍ର ହୋଇଛି। ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ଏବଂ ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇରାନ ଉପରେ ଏକ ବଡ଼ ଧରଣର  ଆକ୍ରମଣ କରିବା ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି। କୂଟନୈତିକ ସ୍ତରରେ ହୋଇଥିବା ଆଲୋଚନା ବିଫଳ ହେବା ପରେ ଏହି ସଙ୍କଟ ଆହୁରି ଗଭୀର ହୋଇଛି, ଯାହା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶାସନ ଇରାନ ବିରୋଧରେ ଏକ କଠୋର ସାମରିକ ପଦକ୍ଷେପ ନେବାକୁ ଯାଉଥିବା ନେଇ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି।   ପୂର୍ବତନ ଗୁଇନ୍ଦା ଅଧିକାରୀ ଜନ୍ କିରିଆକୋ ହ୍ୱାଇଟ୍ ହାଉସ୍ ସୂତ୍ରରୁ ଦାବି କରିଛନ୍ତି ଯେ, ଟ୍ରମ୍ପ ମଙ୍ଗଳବାର ସୁଦ୍ଧା ଇରାନ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ଗତ କିଛି ସପ୍ତାହ ମଧ୍ୟରେ ଉଭୟ ଦେଶର ପ୍ରତିନିଧିମାନେ ଦୁଇଥର ସାକ୍ଷାତ କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଫଳାଫଳ ମିଳିପାରି ନାହିଁ। ଗୁରୁବାର ଟ୍ରମ୍ପ ଏକ ଚେତାବନୀ ଦେଇ କହିଥିଲେ ଯେ, ଯଦି ଖୁବଶୀଘ୍ର କୌଣସି ଚୁକ୍ତି ସ୍ୱାକ୍ଷରିତ ନହୁଏ, ତେବେ  ଖରାପ ପରିଣତି  ଭୋଗିବାକୁ ପଡ଼ିବ  ।

ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ 
ରାଷ୍ଟ୍ରପତି ଟ୍ରମ୍ପଙ୍କ ଗୁପ୍ତ ଯୋଜନା ପ୍ରଘଟ
ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ପେଣ୍ଟାଗନ୍‌

ଏହି ସାମରିକ ଅଭିଯାନ ପାଇଁ ଆମେରିକା ମଧ୍ୟପ୍ରାଚ୍ୟରେ ନିଜର ବାୟୁସେନା ଏବଂ ନୌସେନା ଶକ୍ତିକୁ ଇରାନ ସୀମା ନିକଟରେ ମୁତୟନ କରିସାରିଛି। ତେବେ ଏହି ଯୋଜନାକୁ ନେଇ ଟ୍ରମ୍ପଙ୍କ ନିଜ ଦଳ ଏବଂ ପ୍ରଶାସନ ମଧ୍ୟରେ ମତାନ୍ତର ଦେଖାଦେଇଛି। ସୂଚନା ଅନୁଯାୟୀ, ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତୁଲସୀ ଗବାର୍ଡ ଏହି ଯୁଦ୍ଧ ଯୋଜନାର ବିରୋଧ କରୁଥିବା ବେଳେ ବିଦେଶ ସଚିବ ମାର୍କୋ ରୁବିଓ ଏବଂ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏହାକୁ ଦୃଢ଼ ସମର୍ଥନ କରୁଛନ୍ତି  । ସେନାମୁଖ୍ୟ ମଧ୍ୟ ଏହି ଆକ୍ରମଣ ପାଇଁ ସବୁଜ ସଙ୍କେତ ଦେଇଥିବା କୁହାଯାଉଛି।

ଇରାନ ଉପରେ ଏହି ସମ୍ଭାବ୍ୟ ଆକ୍ରମଣ ବିଶ୍ୱ ଅଶୋଧିତ ତୈଳ ବଜାରରେ ଭୂକମ୍ପ ସୃଷ୍ଟି କରିଛି। ରବିବାର ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇ ବ୍ୟାରେଲ ପିଛା  ୭୧ ଡଲାର ଅତିକ୍ରମ କରିଛି, ଯାହା ବିଗତ ସାତ ମାସ ମଧ୍ୟରେ ସର୍ବାଧିକ  । ଇରାନ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ଆମେରିକା ଆକ୍ରମଣ କରେ, ତେବେ ସେମାନେ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେବେ, ଯାହାଦ୍ୱାରା ବିଶ୍ୱର ପ୍ରାୟ ୨୦-୩୦% ତୈଳ ଯୋଗାଣ ବାଧାପ୍ରାପ୍ତ ହେବ  । ଭାରତ ଭଳି ଆମଦାନୀ ନିର୍ଭରଶୀଳ ଦେଶଗୁଡ଼ିକ ପାଇଁ ଏହା ଏକ ବଡ଼ ଆର୍ଥିକ ସଙ୍କଟ ସୃଷ୍ଟି କରିବା  ଆଶଙ୍କା ରହିଛି। ଇତିମଧ୍ୟରେ ଇରାନ ବୈଦେଶିକ ମନ୍ତ୍ରଣାଳୟ ଜାତିସଂଘ ସୁରକ୍ଷା ପରିଷଦକୁ ଏକ ଚିଠି ଲେଖି ଜଣାଇଛି ଯେ, ସେମାନେ ଯୁଦ୍ଧ ଚାହାନ୍ତି ନାହିଁ, କିନ୍ତୁ କୌଣସି ଆକ୍ରମଣର  ନିର୍ଣ୍ଣାୟକ ଏବଂ ଅନୁରୂପ ଜବାବ ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe