Miss Universe: ମହିଳାମାନଙ୍କ ସମ୍ପର୍କୀତ ପ୍ରଶ୍ନର ଉତ୍ତର ଦେଇ ମିସ୍ ୟୁନିଭର୍ସ ପ୍ରତିଯୋଗିତାର ମୁକୁଟ ଜିତିଲେ ଫାତିମା

ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ବିଜେତା ଭାବରେ ଫାତିମା ବୋଶଙ୍କ ନାମ ଘୋଷଣା ହେବା ମାତ୍ରେ ଭୋଭୋ ହୋଇ କାନ୍ଦି ପକାଇଥିଲେ ମେକ୍ସିକାନ୍ ସୁନ୍ଦରୀ।

Untitled-10

miss-universe-fatima-bosch-of-mexico Photograph: (@sambad.in)

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ମେକ୍ସିକୋ ସୁନ୍ଦରୀ ଫାତିମା ବୋଶ୍ ମିସ୍ ୟୁନିଭର୍ସ ମୁକୁଟ ଅର୍ଜନ କରିଛନ୍ତି।ବିଜେତା ଭାବରେ ଫାତିମାଙ୍କ ନାମ ଘୋଷଣା ହେବା ମାତ୍ରେ ମେକ୍ସିକାନ୍ ସୁନ୍ଦରୀ କାନ୍ଦି ପକାଇଥିଲେ। ଏହି ଲୁହ ବର୍ଷ ବର୍ଷର କଠିନ ପରିଶ୍ରମ, ମାସ ମାସର ଧୈର୍ଯ୍ୟ ଏବଂ ଅପାର ଆନନ୍ଦର ମିଶ୍ରଣ ଥିଲା ବୋଲି ଫାତିମା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ମହିଳା ସମ୍ପର୍କୀତ ପ୍ରଶ୍ନର ସୁନ୍ଦର ଭାବେ ଉତ୍ତର ଦେଲେ ପ୍ରତିଯୋଗୀ

ସୁନ୍ଦରୀ ପ୍ରତିଯୋଗିତା ସମୟରେ ଫାତିମାଙ୍କୁ ଦୁଇଟି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ଖୁବ ସୁନ୍ଦର ଓ ସ୍ପଷ୍ଟ ଭାବେ ଦେଇଥି‌ଲେ ଫାତିମା।  ପ୍ରଶ୍ନ ଦୁଇଟି ଥିଲା, ‘୨୦୨୫ ମସିହାରେ ଜଣେ ମହିଳା ହେବା ପାଇଁ କ’ଣ ଚ୍ୟାଲେଞ୍ଜ ରହିଛି? ଏବଂ ବିଶ୍ୱବ୍ୟାପୀ ମହିଳାଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ସୃଷ୍ଟି କରିବା ପାଇଁ  ମିସ୍ ୟୁନିଭର୍ସ ଉପାଧିକୁ କିପରି ବ୍ୟବହାର କରିବେ? ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେଇ ଫାତିମା ବୋଶ୍ କହିଥିଲେ, "ଜଣେ ମହିଳା ଏବଂ ମିସ୍ ୟୁନିଭର୍ସ ଭାବରେ, ମୁଁ ଅନ୍ୟମାନଙ୍କ ସେବା ପାଇଁ ମୋର ସ୍ୱର ଏବଂ ଶକ୍ତି ବ୍ୟବହାର କରିବି। କାରଣ ଆଜି ଆମେ ଏଠାରେ କହିବାକୁ, ପରିବର୍ତ୍ତନ ଆଣିବାକୁ ଆସିଛୁ। ଯେଉଁମାନେ ସାହସୀ ଭାବରେ ଠିଆ ହୁଅନ୍ତି ସେମାନେ ଇତିହାସ ରଚନ୍ତି।

ଅଧିକପଢ଼ନ୍ତୁ: ଆତଙ୍କୀ ଡାକ୍ତର ଉମର: ମହିଳା ରୋଗୀଙ୍କୁ ଟାର୍ଗେଟ୍ କରୁଥିଲା... ନମାଜ ଅଭ୍ୟାସ କଥା ପଚାରୁଥିଲା, ହିଜାବ ପିନ୍ଧି ନଥିଲେ ଗାଳି କରୁଥିଲା

ମହିଳାମାନେ ଆଜି ବି ସୁରକ୍ଷା ଠାରୁ ଆରମ୍ଭ କରି ସମାନ ସୁଯୋଗ ପାଇବା ପର୍ଯ୍ୟନ୍ତ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଆଜିର ପିଢ଼ି ଆଉ କହିବାକୁ ଭୟ କରୁ ନାହାଁନ୍ତି। ମହିଳାମାନେ ଏବେ ପରିବର୍ତ୍ତନର ଦାବି କରିବା ସହିତ ନେତୃତ୍ୱ ନେବାର ସାହସ ରଖିଛନ୍ତି।"

ଭାରତକୁ ପ୍ରତିନିଧିତ୍ୱ କରିଥିଲେ ରାଜସ୍ଥାନର ମଡେଲ

ଥାଇଲ୍ୟାଣ୍ଡର ମଡେଲ୍ ପ୍ରବୀଣ ସିଂହ ମିସ୍ ୟୁନିଭର୍ସ ୨୦୧୫ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍ ଭେନେଜୁଏଲା ମଡେଲ୍ ଷ୍ଟେଫାନି ଆବାସାଲି ଦ୍ୱିତୀୟ ରନର୍ସଅପ୍ ଓ ତୃତୀୟ ସ୍ଥାନରେ ଥିଲେ ଫିଲିପାଇନ୍ସର ଆତିଶା ମାନାଲୋ । ରାଜସ୍ଥାନର ମଡେଲ ମନିକା ବିଶ୍ୱକର୍ମା ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ମନିକା ସଫଳତାର ସହ ଶ୍ରେଷ୍ଠ ୩୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। କିନ୍ତୁ ଶ୍ରେଷ୍ଠ ୧୨ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇବାରେ ସେ ଅସଫଳ ହୋଇଯାଇଥିଲେ।

ଅଧିକପଢ଼ନ୍ତୁ: ବିବାହ ଉତ୍ସବରେ ସାମିଲ ହେବାକୁ ଆସି ତାଜମହଲ ବୁଲିଲେ ଜୁନିୟର ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe