missuniverse fatima bosch has dyslexia Photograph: (@sambad.in)
ନୂଆଦିଲ୍ଲୀ: ମେକ୍ସିକୋର ଫାତିମା ବୋସ୍ ମିସ୍ ୟୁନିଭର୍ସ ୨୦୨୫ର ମୁକୁଟ ଜିତିଛନ୍ତି। ପ୍ରତିଯୋଗିତାର ଆରମ୍ଭରେ ଜଣେ ଜଜଙ୍କ ଟିପ୍ପଣୀ ଫାତିମାଙ୍କୁ ନିରାଶ କରି ଦେଇଥିଲା। ତେଣୁ ସେ ୱାକ୍ଆଉଟ୍ କରି ମଞ୍ଚରୁ ଓହ୍ଲାଇ ଯାଇଥିଲେ। ଶେଷରେ ପ୍ରତିଯୋଗିତା ଜିତିବା ପରେ ଫାତିମାଙ୍କୁ ଗତବର୍ଷର ବିଜେତା ଡେନମାର୍କର ଭିକ୍ଟୋରିଆ କେଜେର ଥିଲ୍ଭିଗ୍ ମୁକୁଟ ପିନ୍ଧାଇଥିଲେ। ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବା ପରେ ଭାବପ୍ରବଣ ହୋଇ ଫାତିମା ଆନନ୍ଦରେ କାନ୍ଦି ପକାଇଥିଲେ।
ପିଲାଟି ଦିନରୁ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ ଫାତିମା
ଫାତିମା ସମସ୍ତଙ୍କ ସମ୍ମୁଖରେ ଖୋଲାଖୋଲି ଭାବେ ନିଜର ରୋଗ ବିଷୟରେ ଆଲୋଚନା କରି କହିଥିଲେ, ‘ପିଲାଟି ଦିନରେ ମୁଁ ଡିସଲେକ୍ସିଆ ଓ ଏଡିଏଚଡି ରୋଗରେ ପୀଡ଼ିତ ଥିଲି। ଏହି ରୋଗ ହେତୁ ମୋର ପାଠପଢ଼ିବା ପ୍ରତି ସମସ୍ୟା ରହୁଥିଲା। କେତେବେଳେ ଅକ୍ଷରର କ୍ରମ ଜାଣି ହେଉ ନଥିଲା ତ କେତେବେଳେ ଧ୍ୟାନ ଦେବା କଷ୍ଟକର ହେଉଥିଲା। ଏଥିପାଇଁ ମୁଁ ଅନେକ ସମୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଠାରୁ ଗାଳି ବି ଖାଇଛି କିନ୍ତୁ କେବେ ହେଲେ ମୋର ଦୁର୍ବଳତା ଜଣାଇବାକୁ ଦେଇ ନଥିଲି। ରୋଗ ହେତୁ ମୁଁ ଅନ୍ୟ ପିଲାଙ୍କ ତୁଳନାରେ ଅଧିକ ପରିଶ୍ରମ କରୁଥିଲି।
ଅଧିକପଢ଼ନ୍ତୁ:ବର୍ଷକୁ ୪୨ ଶହ କୋଟି ଡଲାର ରୋଜଗାର କରୁଛନ୍ତି ପାକିସ୍ତାନ ଭିକାରି
ଆତ୍ମବିଶ୍ବାସ ଥିଲେ ନିଶ୍ଚୟ ସଫଳତା ମିଳିବ
ଆଜି ପର୍ଯ୍ୟନ୍ତ ଜୀବନରେ ଯେତେବେଳେ ଯେଉଁ ଅସୁବିଧା ଆସିଛି ସାହାସର ସହ ସାମ୍ନା କରିଛି। ନିଜର ଉପରେ ରଖିଥିବା ଦୃଢ଼ ଆତ୍ମବିଶ୍ବାସ ପାଇଁ ମୋତେ ମିଳିଥିବା ସଫଳତା ଆଜି ଆପଣମାନଙ୍କ ସାମ୍ନାରେ ରହିଛି।’
ଅଧିକପଢ଼ନ୍ତୁ:ଦେଶ ସହ ବିଶ୍ୱାସଘାତକତା କରିବି ନାହିଁ: ୟୁକ୍ରେନ ଶାନ୍ତି ଯୋଜନାର ୫ ଦିନିଆ ଅଲଟିମେଟମର ଜବାବ ଦେଲେ ଜେଲେନସ୍କି
Follow Us