ୟୁକ୍ରେନରୁ ଫେରି ପୁଟିନଙ୍କୁ ଫୋନ କଲେ ମୋଦୀ

ୟୁକ୍ରେନ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ରୁଷିଆ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା

ଅଦ୍ୟତନ ହୋଇଛି
modi-putin

ନୂଆଦିଲ୍ଲୀ : ନିକଟରେ ୟୁକ୍ରେନ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ରୁଷିଆ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି କଥାବାର୍ତ୍ତା ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି। ନିକଟରେ ୟୁକ୍ରେନ ଗସ୍ତ ସମୟରେ ମିଳିଥିବା ଅନୁଭୂତିକୁ ସେ ରୁଷରାଷ୍ଟ୍ରପତିଙ୍କ ସହ ବାଣ୍ଟିଥିଲେ ଏବଂ ୟୁକ୍ରେନ ସହ ବିବାଦର ଶୀଘ୍ର, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

"ରୁଷ୍-ୟୁକ୍ରେନ୍ ସଂଘର୍ଷ ଉପରେ ଟେଲିଫୋନରେ ପୁଟିନଙ୍କ ସହ ମତ ବିନିମୟ କରିଥିଲି ଏବଂ ନିକଟରେ ମୋର ୟୁକ୍ରେନ ଗସ୍ତରୁ ମିଳିଥିବା ଅନୁଭୂତି କହିଥିଲୁ। ସଂଘର୍ଷର ଶୀଘ୍ର, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲି।" : ନରେନ୍ଦ୍ର ମୋଦୀ

ଦୁଇ ଦେଶ ମଧ୍ୟରେ ସ୍ପେଶାଲ ଏବଂ ପ୍ରିଭିଲେଜ୍ଡ ଷ୍ଟ୍ରାଟେଜିକ ପାର୍ଟନରସିପ ( ବିଶେଷ ରଣନୈତିକ ସହଯୋଗିତା)କୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହୋଇଛି ବୋଲି ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି। ସେ ଲେଖିଛନ୍ତି, ରୁଷ୍-ୟୁକ୍ରେନ୍ ସଂଘର୍ଷ ଉପରେ ମତ ବିନିମୟ କରିଥିଲୁ ଏବଂ ନିକଟରେ ମୋର ୟୁକ୍ରେନ ଗସ୍ତରୁ ମିଳିଥିବା ଅନୁଭୂତି କହିଥିଲୁ। ସଂଘର୍ଷର ଶୀଘ୍ର, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲି।

ଆହୁରି ପଢନ୍ତୁ : ଜମ୍ମୁ ଓ କଶ୍ମୀର : ନିର୍ବାଚନ ଲଢିବେ ପୂର୍ବତନ ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀ

ଆହୁରି ପଢନ୍ତୁ : ମରାଠୀଙ୍କ ପ୍ରତି କଂଗ୍ରେସ ମୁଖପାତ୍ରଙ୍କ ବିବାଦୀୟ ମନ୍ତବ୍ୟ ନେଇ ଆକ୍ରୋଶ ବଢ଼ିଲା

ଆହୁରି ପଢନ୍ତୁ : ଅଯୋଧ୍ୟା ଭୁଲର ପୁନରାବୃତ୍ତି କରିବାକୁ ଚାହୁଁନାହିଁ ବିଜେପି: ଯୋଗୀଙ୍କ ବଡ଼ ଘୋଷଣା

ଆହୁରି ପଢନ୍ତୁ : କୃଷକ ଆନ୍ଦୋଳନକୁ ନେଇ କଙ୍ଗନା ଦେଇଥିବା ବୟାନକୁ ବିରୋଧ କଲା ବିଜେପି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe