ମୋଦୀ ସରକାର ବାଂଲାଦେଶରେ ନିର୍ଯାତନା ରୋକିବାକୁ ସକ୍ଷମ ନୁହଁନ୍ତି: ଅଭିମୁକ୍ତେଶ୍ୱରାନନ୍ଦ

ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ କହିଛନ୍ତି ଯେ, ବାଂଲାଦେଶ ପୂର୍ବରୁ ପାକିସ୍ତାନ ଥିଲା ଏବଂ ଏହା ପୂର୍ବରୁ ମଧ୍ୟ ହିନ୍ଦୁସ୍ତାନ ଥିଲା। ସେ କହିଛନ୍ତି ଯେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବନ୍ଦ କରିବାକୁ ପଡ଼ିବ...

ଅଦ୍ୟତନ ହୋଇଛି
sankaracharya

ଡେରାଡୁନ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଦେଶ ତଥା ବିଶ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥାକୁ ନେଇ ଉତ୍ତରାଖଣ୍ଡର ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଏହା ସହିତ ସେ ଏନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହ‌ା ସହ ସେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳର ନେତୃତ୍ୱ ନେଇ ଚାଲିଥିବା ବିବାଦ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, ବାଂଲାଦେଶରେ ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯାଉଛି। ଆଜି ବାଂଲାଦେଶ ବାଂଲାଦେଶ ହୋଇଥିଲେ ମଧ୍ୟ ଏହା ପୂର୍ବରୁ ପାକିସ୍ତାନ ଥିଲା ଏବଂ ଏହା ପୂର୍ବରୁ ମଧ୍ୟ ବାଂଲାଦେଶ ଭାରତରେ ଥିଲା। ହିନ୍ଦୁମାନଙ୍କ ପାଇଁ ଆମେ ଚିନ୍ତିତ।

ସେ କହିଛନ୍ତି, ବାଂଲାଦେଶରେ ଏହାକୁ ବନ୍ଦ କରିବା ପାଇଁ ଆମେ ଭାରତ ସରକାରଙ୍କଠାରୁ ଆଶା କରୁଛୁ ଏବଂ ଅନୁରୋଧ କରୁଛୁ, କିନ୍ତୁ ସମୟ ଯେତିକି ବିତୁଛି ଆମେ ଏହା ଉପରେ ଗମ୍ଭୀର ଭାବରେ ଚିନ୍ତା କରିବା ଆବଶ୍ୟକ। ଏହା ଏକ ଚିନ୍ତାର ବିଷୟ ଯେ ଏକ ହିନ୍ଦୁ ସରକାର ହେବା ସତ୍ତ୍ୱେ ଭାରତ ସରକାର ମଧ୍ୟ ଏହାକୁ ବନ୍ଦ କରିବାକୁ ସକ୍ଷମ ନୁହଁନ୍ତି। ଏହା ଉପରେ ସଠିକ୍ ଜବାବ ଦେବାକୁ ମଧ୍ୟ ସରକାର ପଛୁଆ ଅଛନ୍ତି।

ଅଧିକ ପଢ଼ନ୍ତୁ: ୫ ୱିକେଟ୍ ନେଇ ଇତିହାସ ରଚିଲେ ବୁମ୍‌ରା: ଅଷ୍ଟ୍ରେଲିଆ ୪୦୫/୭

ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେଇ ଜାରି ରହିଥିବା ପ୍ରଶ୍ନ ଉପରେ ସେ କହିଛନ୍ତି ଯେ, ଏହା ତାଙ୍କର ନିଜସ୍ୱ ବିଷୟ। ସେ କହିଛନ୍ତି, ମୁଁ କିମ୍ବା ବାହାରର କେହି ଏହା ଉପରେ କହିପାରିବେ ନାହିଁ। ମିଳିତ ମଞ୍ଚରେ ଥିବା ସମସ୍ତ ଦଳ ବିଚାର କରିବେ ଯେ କିଏ ସେମାନଙ୍କର ପ୍ରତିନିଧିତ୍ୱ କରିବେ। ଏହା ସେମାନଙ୍କର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏନେଇ ‌ସହଯୋଗୀ ଦଳଙ୍କ ମଧ୍ୟରେ ବିଚାର ବିମର୍ଷ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ୫ଦିନରେ ୬ପ୍ରତିଶତ ମହଙ୍ଗା ହେଲା ଅଶୋଧିତ ତୈଳ: ପେଟ୍ରୋଲ,ଡିଜେଲ ବଢ଼ିବା ଆଶଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe