Modi had information 3 days before Pahalgam attack, that's why he didn't go to Kashmir: Kharge Photograph: (sambad.in)
ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଜିରେ କଂଗ୍ରେସ ସଭାପତି ମଲ୍ଲିକାଜୁର୍ନ ଖଡ୍ଗେ ପହଲଗାମ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପାଖରେ ଆକ୍ରମଣ ସମ୍ପର୍କରେ ଗୁପ୍ତ ସୂଚନା ଥିଲେ ମଧ୍ୟ ସେ କୌଣସି ବିହିତ ପଦକ୍ଷେପ ଗ୍ରହଣ କରି ନଥିଲେ। ଆକ୍ରମଣର ତିନି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଗୁପ୍ତ ସୂଚନା ମିଳି ସାରିଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ କଶ୍ମୀର ଗସ୍ତ ଜାଣିଶୁଣି ବାତିଲ କରିଥିଲେ।
ପହଲଗାମ ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ଉତ୍ତର ଦେବା ଜରୁରୀ ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆକ୍ରମଣ ଗୁପ୍ତଚର ବିଭାଗର ବିଫଳତା ବୋଲି ମଧ୍ୟ ସ୍ବୀକାର କରିଥିବା ଖଡ୍ଗେ କହିଛନ୍ତି। ସରକାର ଗୁଇନ୍ଦା ବିଭାଗର ବିଫଳତା ସମ୍ପର୍କରେ କହିବା ସହିତ ଏଥିରେ ସୁଧାର ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତବ୍ୟ ଦେଇଥିବା ଖଡ୍ଗେ କହିଛନ୍ତି।
ତିନିଦିନ ପୂର୍ବରୁ ଗୁପ୍ତ ରିପୋର୍ଟ ମିଳିଥିଲେ ମଧ୍ୟ ସରକାର କାହିଁକି ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରି ଚୁପ୍ ବସିଥିଲେ ସେ ନେଇ ଖଡ୍ଗେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ସୂଚନା ଆଧାରରେ ଗସ୍ତ ବାତିଲ କରିଥିଲେ କିନ୍ତୁ ପଦକ୍ଷେପ ଗ୍ରହଣ କରିବା ତ୍ରୁଟି ଯୋଗୁ ସାଧାରଣ ଲୋକଙ୍କର ଜୀବନ ଗଲା ବୋଲି ଖଡ୍ଗେ କହିଛନ୍ତି।
ପ୍ରଧାନମନ୍ତ୍ରୀ ଗୁପ୍ତ ସୂଚନା ସମ୍ପର୍କରେ ସୁରକ୍ଷା ବିଭାଗ, ପୁଲିସ ବିଭାଗ ଅବା ସୀମା ସୁରକ୍ଷା ବଳଙ୍କୁ କାହିଁକି ସୂଚନା ଦେଲେ ନାହିଁ ବୋଲି ଖଡ୍ଗେ ପ୍ରଶ୍ନ କରିଛନ୍ତି। ପର୍ଯ୍ୟଯକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହଜରେ ଗ୍ରହଣ କରାଯାଇ ପାରିଥାନ୍ତା ମାତ୍ର ପ୍ରଧାନମନ୍ତ୍ରୀ ତାହା କାହିଁକି କଲେ ନାହିଁ ବୋଲି ଖଡ୍ଗେ ପ୍ରଶ୍ନ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଦାୟୀ ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ଆସୁଛି ମୌସୁମୀ: ଆସନ୍ତା ସପ୍ତାହ ଛୁଇଁବ ଦକ୍ଷିଣ ଆଣ୍ଡାମାନ, ୨୨ରେ ହାଲୁକା ବର୍ଷା ଆକଳନ...
ଲୋକଙ୍କ ମୃତ୍ୟୁ ଘଟିଛି କିନ୍ତୁ ପ୍ରଧାନମନ୍ତ୍ରୀ ସେଥିପ୍ରତି ଗୁରୁତ୍ବ ନଦେଇ କେବଳ କଂଗ୍ରେସକୁ ସମାଲୋଚନା କରିବାରେ ଲାଗିଥିଲେ ବୋଲି ଖଡ୍ଗେ ଅଭିଯୋଗ ଆଣିଛନ୍ତି। ପାକିସ୍ତାନ ବିରୁଦ୍ଧରେ କଡ଼ା ପଦକ୍ଷେପ ଗ୍ରହଣ ପାଇଁ କଂଗ୍ରେସ ସରକାରଙ୍କ ସହିତ ଛିଡା ହୋଇଛି ବୋଲି ଖଡ୍ଗେ କହିଛନ୍ତି।
ଅଧିକ ପଢ଼ନ୍ତୁ: ଶତ୍ରୁର ଆକ୍ରମଣ ସ୍ଥିତିରେ ସୁରକ୍ଷା ଲାଗି ପ୍ରସ୍ତୁତି ବୈଠକ ଶେଷ, ଆସନ୍ତାକାଲି ଅପରାହ୍ଣ ୪ଟାରେ ବାଜିବ ସାଇରନ୍
pm-narendra-modi | Narendra Modi | mallikarjun kharge
Follow Us