Golamunda block of Kalahand Photograph: (Sambad.in)
ନୂଆଦିଲ୍ଲୀ: ମନ୍ କି ବାତ୍ର ୧୧୭ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ଓଡ଼ିଶାର କଳାହାଣ୍ଡିର ଏକ ଉଦ୍ୟମ ବିଷୟରେ କହିବାକୁ ଚାହେଁ। ଯେଉଁଠାରେ ପନିପରିବା ବିପ୍ଳବ ସୃଷ୍ଟି ହୋଇଛି।
ଏହି ଅଞ୍ଚଳରେ ଦିନେ କୃଷକମାନେ ସ୍ଥାନାନ୍ତର ହେବାକୁ ବାଧ୍ୟ ହେଉଥିଲେ। ଆଜି କଳାହାଣ୍ଡିର ଗୋଲାମୁଣ୍ଡା ବ୍ଲକ୍ ଏକ ପନିପରିବା ହବ୍ ପାଲଟିଛି। କମ୍ ପାଣିଥିବା ଏହି ଅଞ୍ଚଳରେ କୃଷି ବିପ୍ଳବ ସୃଷ୍ଟି ହୋଇଛି।
ସେମାନେ କଲରା, ବିଲାତି ବାଇଗଣ ଆଦି ଚାଷ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସଂଘ ପକ୍ଷରୁ ପନିପରିବା ବିକ୍ରି ପାଇଁ ଏହି ଅଞ୍ଚଳ ବାହାରକୁ ପଠାଯାଉଛି।
ଅଧିକ ପଢ଼ନ୍ତୁ: ଫସଲ କ୍ଷୟକ୍ଷତିର ଆକଳନ ଲାଗି ରଣପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Follow Us