Bihar Elections: ସମସ୍ତିପୁର/ବେଗୁସରାଇ: ବିହାରର ସମସ୍ତିପୁରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ( Narendra Modi) କହିଛନ୍ତି ଯେ ନୀତୀଶଙ୍କ ନେତୃତ୍ବରେ ବିହାର ଜଙ୍ଗଲରାଜରୁ ସୁଶାସନ ଆଡ଼କୁ ଆସିଛି । ରାଜ୍ୟରେ ଲଣ୍ଠନର ଯୁଗ ଶେଷ ହୋଇଛି, ଏବଂ ସୁଶାସନର ଯୁଗ ଆରମ୍ଭ ହୋଇଛି।
ସମସ୍ତିପୁରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, "ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାର ଜଙ୍ଗଲ ରାଜରୁ ମୁକ୍ତ ହୋଇଛି। ଲଣ୍ଠନର ଯୁଗ ଶେଷ ହୋଇଛି, ଏବଂ ସୁଶାସନର ଯୁଗ ଆରମ୍ଭ ହୋଇଛି।" ସେ ଜନସାଧାରଣଙ୍କୁ ସେମାନଙ୍କ ପଚାରିଥିଲେ, ସେମାନେ ଲଣ୍ଠନର ଯୁଗ ଚାହାଁନ୍ତି ନା ଆଲୋକର ଯୁଗ। ଜନତା ମୋବାଇଲ ଫୋନ୍ ଟର୍ଚ୍ଚଲାଇଟ୍ ଜାଳି ଉତ୍ତର ଦେଇଥିଲେ, "ଆଲୋକର ଯୁଗ," । ସେ କହିଥିଲେ ଯେ ନୀତୀଶ କୁମାର ବିହାରକୁ ଜଙ୍ଗଲରାଜରୁ ସୁଶାସନ ଆଡ଼କୁ ଆଣିଥିଲେ । ଏବେ ବିହାରକୁ ସୁଶାସନରୁ ବିକାଶ ଆଡ଼କୁ ଆଣିବାକୁ ହେବ । 

Advertisment

ଆହୁରି ପଢନ୍ତୁ : United Nations : ଜାତିସଂଘରେ ସବୁକିଛି ଠିକ୍ ଚାଲିନାହିଁ : ଜୟଶଙ୍କର

କିଏ ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା ?

ମହାଗଠବନ୍ଧନ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିବା ପରଠାରୁ, ଏନଡିଏ ଏହାର ମୁଖ୍ୟମନ୍ତ୍ରୀ ଚେହେରା ବିଷୟରେ ଲଗାତାର ପ୍ରଶ୍ନବାଣର ସମ୍ମୁଖୀନ ହୋଇଛି। ଏନଡିଏ ନିରନ୍ତର ନୀତିଶ କୁମାରଙ୍କ ନେତୃତ୍ୱରେ ବିହାର ନିର୍ବାଚନ ଲଢ଼ିବା ପାଇଁ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି। ତଥାପି, ବିରୋଧୀ ଏହାକୁ ଅସ୍ପଷ୍ଟ ବୋଲି ଖାରଜ କରି ପ୍ରଶ୍ନ ଉଠାଇ ଚାଲିଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଅଭିଭାଷଣରେ ଏହାର ସ୍ପଷ୍ଟ ସୂଚନା ଦେଇଛନ୍ତି। ସମସ୍ତିପୁର ଏବଂ ବେଗୁସରାଇରେ ପ୍ରଧାନମନ୍ତ୍ରୀ ମୋଦୀ "ଜଙ୍ଗଲ ରାଜ ବନାମ ସୁଶାସନ"  ପ୍ରସଙ୍ଗରେ କେନ୍ଦ୍ର କରି ବିରୋଧୀଙ୍କ ଉପରେ ସିଧାସଳଖ ଆକ୍ରମଣ କରିଥିଲେ, ଏବଂ ଏନଡିଏର ପ୍ରଚାରକୁ ଜୋରଦାର ଆରମ୍ଭ କରିଥିଲେ। ସେ ବିହାରରେ ଏନଡିଏର ଚେହେରା କିଏ ହେବ ତାହା ମଧ୍ୟ ପରୋକ୍ଷରେ ଭାବରେ ସ୍ପଷ୍ଟ କରିଥିଲେ। ସେ ସ୍ପଷ୍ଟ ଭାବରେ ସଙ୍କେତ ଦେଇଥିଲେ ଯେ ଏନଡିଏର ନିର୍ବାଚନ ଏଜେଣ୍ଡା ସୁଶାସନ ଏବଂ ବିକାଶ ହେବ। ସେ ସୁଶାସନ ପାଇଁ ନୀତୀଶଙ୍କୁ ଶ୍ରେୟ ଦେଇଥିଲେ ।

ଆହୁରି ପଢନ୍ତୁ : ​BIHAR ELECTIONS : ବିହାରକୁ ଶାହାବୁଦ୍ଦିନର ଆତଙ୍କ କଥା ମନେପକାଇଲେ ଅମିତ ଶାହ