MLAs To Left: ପିଠିରେ ଛୁରୀ ଭୁସିଲେ ମୋଦୀ-ଶାହ: ସିନ୍ଦେଙ୍କ ଗୋଷ୍ଠୀ ଛାଡିବେ ୩୫ ବିଧାୟକ, ସଞ୍ଜୟ ରାଉତଙ୍କ ବଡ଼ ଖୁଲାସା

ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ମାତ୍ରେ, ସଞ୍ଜୟ ରାଉତ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ସିନ୍ଦେ ଗୋଷ୍ଠୀର ୩୫ ଜଣ ବିଧାୟକ ଦଳ ଛାଡିବେ। ଡିସେମ୍ବର ପରେ ଏକ ବଡ଼ ରାଜନୈତିକ ଅଦଳବଦଳ ହେବ ବୋଲି ସେ କହିଛନ୍ତି...

Modi-Shah stabbed in the back

Modi-Shah stabbed in the back Photograph: (sambad.in)

ମୁମ୍ବାଇ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ମାତ୍ରେ, ଶିବସେନା (UBT) ସାଂସଦ ସଞ୍ଜୟ ରାଉତ ଏକ ବଡ଼ ଦାବି କରିଛନ୍ତି। ସେ ଶିବସେନା (ସିନ୍ଦେ ଗୋଷ୍ଠୀ) ପାଇଁ ଏକ ଭବିଷ୍ୟବାଣୀ କରି ଦାବି କରିଛନ୍ତି ଯେ ସିନ୍ଦେ ସେନାର ୩୫ ବିଧାୟକ ବିଭାଜିତ ହେବାକୁ ଯାଉଛନ୍ତି। ଯେପରି ବିଜେପି ଆମ ସହିତ କରିଥିଲା, ସେହିପରି ସିନ୍ଦେ ସେନା ବିଧାୟକମାନଙ୍କୁ ଭାଙ୍ଗିବା ପାଇଁ ପ୍ରୟାସ ଚାଲିଛି ବୋଲି ସେ କହିଛନ୍ତି। ଡିସେମ୍ବର ପରେ ଏକ ବଡ଼ ରାଜନୈତିକ ଅଦଳବଦଳ ହେବ ବୋଲି ସେ କହିଛନ୍ତି।

ସେ ଗଣମାଧ୍ୟମକୁ ଭେଟି କହିଛନ୍ତି ଯେ, ଜେଲ୍‌ରେ ଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଡିସେମ୍ବର ଶେଷ ସୁଦ୍ଧା ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ସେ କହିଛନ୍ତି, ସିନ୍ଦେ ସେନା ବିଶ୍ୱାସ କରୁଛନ୍ତି ଯେ, ଦିଲ୍ଲୀର ଦୁଇ ପ୍ରମୁଖ ନେତା ତାଙ୍କ ପଛରେ ଅଛନ୍ତି,କିନ୍ତୁ ସେମାନେ କାହା ସହିତ ନାହାନ୍ତି। ଅମିତ ଶାହ ସିନ୍ଦେ ଗୋଷ୍ଠୀକୁ ଦୁଇଫାଳ କରିଦେବେ।

ଆହୁରି ପଢ଼ନ୍ତୁ:Delhi Blast ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା: ଆତଙ୍କବାଦୀ ଦାନିଶ୍‌ର ଫୋନ୍‌ରୁ ମିଳିଲା ହମାସ୍ ଲିଙ୍କ୍ ପ୍ରମାଣ

ରବିନ୍ଦ୍ର ଚଭନଙ୍କୁ ନିଯୁକ୍ତ କରାଯାଇଛି

ଏହା ଦିଲ୍ଲୀର ଶାହଙ୍କର ଏକ ପରମ୍ପରା। ସେମାନେ ଆମକୁ ଦୁଇଭାଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଆମେ ଏଥିରୁ ବାହାରି ଆସିଲୁ ବୋଲି ସଞ୍ଜୟ କହିଛନ୍ତି। ଏହି କାରଣରୁ ରବିନ୍ଦ୍ର ଚଭନଙ୍କୁ ବିଜେପି ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା। ଯେଉଁମାନେ ରାଜନୀତି ବୁଝନ୍ତି ସେମାନେ ଏହା ବୁଝିବା ଉଚିତ୍। ଆମେ ଏହା ବାରମ୍ବାର କହିଆସୁଛୁ।ଡିସେମ୍ବର ପରେ ଏହାର ସ୍ଥିତି ନଜର ଆସିବ ବୋଲି ସଞ୍ଜୟ କହିଛନ୍ତି।

ଶାହଙ୍କ ଦ୍ୱାରା ରଚିତ ଏକ ଷଡ଼ଯନ୍ତ୍ର

ଶିବସେନା ମୁଖ୍ୟ ବାଲ୍ ଠାକରେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ସାହାଯ୍ୟ କରିବା ପାଇଁ ଆଇନ ବାହାରକୁ ଯାଇଥିଲେ, କିନ୍ତୁ ସେମାନେ ଶିବସେନା ମୁଖ୍ୟଙ୍କ ପିଠିରେ ଛୁରି ଭୁସିବାକୁ ପଛାଇ ନଥିଲେ। ଏବେ ସିନ୍ଦେ ସେମାନଙ୍କ ଆଗରେ ଅବା କିଏ? ସିନ୍ଦେ ଗୋଷ୍ଠୀ ପତନ ଦ୍ୱାରରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ:Odisha High Court KIIT ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ‘କିଟ୍’କୁ ପକ୍ଷଭୁକ୍ତ କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

ଏହା ଅମିତ ଶାହଙ୍କ ଦ୍ୱାରା ରଚିତ ଏକ ଷଡ଼ଯନ୍ତ୍ର। ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ଦୃଢ଼ ରହିଛି। ଟଙ୍କା ଦେଇ ନିର୍ବାଚନ ଜିତିବା ଗଣତନ୍ତ୍ର ନୁହେଁ ବୋଲି ସଞ୍ଜୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe