ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ ନେତାନ୍ୟାହୁ ବୁଧବାର ଟେଲିଫୋନରେ କଥା ହୋଇଥିବା ବେଳେ ଦୁଇ ନେତା ଦ୍ବିପାକ୍ଷିକ ଚୁକ୍ତିର ସମୀକ୍ଷା କରିବା ସହିତ ସାମ୍ପ୍ରତିକ ଆଞ୍ଚଳିକ ସ୍ଥିତି ଉପରେ ଆଲୋଚନା କରିଛନ୍ତି। ମୋଦୀ ସ୍ଥାୟୀ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାର ଶୀଘ୍ର କାର୍ଯ୍ୟକାରିତା ପାଇଁ ଭାରତର ସମର୍ଥନ ରହିଥିବା ଦୋହରାଇଥିଲେ।
Accident: ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଗୁରୁତର
ଯେକୌଣସି ବିବାଦର ସମାଧାନ ପାଇଁ ଭାରତ ସର୍ବଦା କଥାବାର୍ତ୍ତା, କୂଟନୀତି ଓ ଶାନ୍ତିପୂର୍ଣ୍ଣ ପ୍ରସ୍ତାବ ଉପରେ ଗୁରୁତ୍ବ ଦେଇଥାଏ ବୋଲି ମୋଦୀ କହିଥିଲେ। ଦୁଇ ନେତା କଥାବାର୍ତ୍ତା ବେଳେ ଆତଙ୍କବାଦକୁ ନିନ୍ଦା କରିବା ସହିତ ଏହା ପ୍ରତି ଶୂନ୍ୟସହନଶୀଳତା କଥା ଦୋହରାଇ ଥିଲେ। ପଶ୍ଚିମ ଏସିଆରେ ବଢ଼ୁଥିବା ଉଗ୍ରବାଦ ଓ ଅସ୍ଥିରତା ନେଇ ଆତଙ୍କବାଦ ମୁକାବିଲାରେ ସହଯୋଗିତା ଉପରେ ଦୁଇ ନେତା ଗୁରୁତ୍ବ ଦେଇଥିଲେ। ଦ୍ରୁତ ଗତିରେ ବିକଶିତ ହେଉଥିବା ଭୂରାଜନୈତିକ ପରିବେଶ ମଧ୍ୟରେ ଭାରତ-ଇସ୍ରାଏଲ ସହଯୋଗିତାର ରଣନୀତିକ ଗୁରୁତ୍ବ, ଦ୍ବିପାକ୍ଷିକ ସହଯୋଗିତା ନେଇ ଉଭୟ ନେତା ଯୋଗାଯୋଗରେ ରହିବେ ବୋଲି ସହମତ ହୋଇଥିଲେ।
Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/11/fshffhxvbvbvb-2025-12-11-01-50-59.jpg)