ଫେରି ଯାଉଛି ମୋ ଗାଁକୁ, ପୁଣି ଦେଖାହେବ ଆଗାମୀ କୁମ୍ଭମେଳାରେ

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୋନାଲିସା ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ବନ୍ଧୁମାନେ ମୁଁ ଆଉ କିଛି ସମୟ ପରେ ମହେଶ୍ବର ପହଞ୍ଚିଯିବି। ପରିବାର ଓ ମୋର ସୁରକ୍ଷା ପାଇଁ ମୋତେ ମୋ ଗାଁକୁ ଫେରିବାକୁ ପଡ଼ୁଛି। କାରଣ ଆମର ମାଳା ବ୍ୟବସାୟ ହୋଇ ପାରୁ ନାହିଁ।

ୀତଦୀ

ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭ ମେଳାରେ ମାଳା ବିକ୍ରି କରୁଥିବା ମନୋଲିସା ତାଙ୍କ ଆଖି ଓ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରରେ ଅଛନ୍ତି। ଏହି କ୍ରମରେ ଖବର ମିଳିଛି କି ସେ ତାଙ୍କ ବାସସ୍ଥାନ ମଧ୍ୟପ୍ରଦେଶର ମହେଶ୍ବରସ୍ଥିତ ଗାଁରେ ପହଞ୍ଚି ଯାଇଛନ୍ତି। ମହାକୁମ୍ଭ ମେଳା ଶେଷ ହୋଇ ନଥିବା ବେଳେ ମନୋଲିସା ନିଜର ସୁରକ୍ଷା ପାଇଁ ପୈତୃକ ଗ୍ରାମକୁ ଫେରି ଯାଇଛନ୍ତି। 

ଅଧିକପଢ଼ନ୍ତୁ:ଆଇସିସି ଦିନିକିଆ ଟିମରେ ନାହିଁ ଭାରତ, ଅଧିନାୟକ ହେଲେ ଏହି ଦେଶର ଖେଳାଳି

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୋନାଲିସା ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ବନ୍ଧୁମାନେ ମୁଁ ଆଉ କିଛି ସମୟ ପରେ ମହେଶ୍ବର ପହଞ୍ଚିଯିବି। ପରିବାର ଓ ମୋର ସୁରକ୍ଷା ପାଇଁ ମୋତେ ମୋ ଗାଁକୁ ଫେରିବାକୁ ପଡ଼ୁଛି। କାରଣ ଆମର ମାଳା ବ୍ୟବସାୟ ହୋଇ ପାରୁ ନାହିଁ।

ଲୋକେ ଭିଡ଼ ଜମାଉଛନ୍ତି ସତ କିନ୍ତୁ ମାଳା ନେବା ପାଇଁ ନୁହେଁ ଫଟୋ ଓ ଭିଡିଓ କରିବା ପାଇଁ। ଏଥିପାଇଁ ମୋ ପରିବାରକୁ କ୍ଷତି ସହିବାକୁ ପଡ଼ୁଛି। ବାପା, ମା’, ଭାଇ ଓ ଭଉଣୀ ମାଳା ବିକ୍ରି କରି ପାରୁ ନାହାନ୍ତି। ଯେଉଁପାଇଁ ଆର୍ଥିକ ସଙ୍କଟ ଦେଖା ଦେଇପାରେ।

ଅଧିକପଢ଼ନ୍ତୁ:୧୧ ଶହ ଟଙ୍କା ପାଇଁ ନିଜ ଭୋଟକୁ ବିକ୍ରି କରନାହିଁ : କେଜ୍ରିଓ୍ବାଲ

ଭଗବାନ ଚାହିଁଲେ ଆଗାମୀ କୁମ୍ଭମେଳାରେ ପୁଣି ଏକାଠି ହେବା। ପ୍ରୟାଗରାଜରେ ମହାକୁମ୍ଭରେ ମୋତେ ଦେଇଥିବା ସ୍ନେହ ଓ ଭଲ ପାଇବା ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଆପଣମାନେ ସମସ୍ତେ ନିଜନିଜର ଯତ୍ନ ନେବେ। ମୋତେ ଯେମିତି ଭଲ ପାଉଥିଲେ ସେମିତି ଭଲ ପାଇବା ଦେଉଥିବେ। ମୋ ଭିଡିଓ ଦେଖୁଥିବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe