Money is heading towards 90: ୯୦ ଆଡ଼କୁ ମୁହଁାଉଛି ଟଙ୍କା: ଡଲାର ତୁଳନାରେ ଅତି ଦୁର୍ବଳ ସ୍ଥିତି

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳରୁ ଅତି ଦୁର୍ବଳ ସ୍ତର ଆଡ଼କୁ ଗତି କରୁଛି। ଖୁବ୍‌ଶୀଘ୍ର ଏକ ଡଲାର ମୂଲ୍ୟ ୯୦ ଟଙ୍କାରୁ ଅଧିକ ହୋଇଯିବା ଆଶଙ୍କା କରାଯାଉଛି। ଗତ ଶୁକ୍ରବାର ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୮୯ ଟଙ୍କା ୪୯ ପଇସା ଥିଲା।

dollar

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳରୁ ଅତି ଦୁର୍ବଳ ସ୍ତର ଆଡ଼କୁ ଗତି କରୁଛି। ଖୁବ୍‌ଶୀଘ୍ର ଏକ ଡଲାର ମୂଲ୍ୟ ୯୦ ଟଙ୍କାରୁ ଅଧିକ ହୋଇଯିବା ଆଶଙ୍କା କରାଯାଉଛି। ଗତ ଶୁକ୍ରବାର ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୮୯ ଟଙ୍କା ୪୯ ପଇସା ଥିଲା। 
ଦେଶରେ ଆମେରିକୀୟ ଡଲାରର ବେଶ୍ ମହତ୍ବ ରହିଛି। ତାହା ମୁଦ୍ରା ବିନିମୟ ବଜାରରେ ବିକ୍ରି ହୋଇଥାଏ। ବ୍ୟାଙ୍କ, ଆମଦାନୀକାରୀ, ବିଦେଶ ଭ୍ରମଣରେ ଯାଉଥିବା କିମ୍ବା ବିଦେଶରେ ନିଜ ପିଲାଙ୍କୁ ପାଠପଢ଼ାଉଥିବା ଲୋକମାନଙ୍କ ପାଇଁ ଡଲାର ଦରକାର ହୋଇଥାଏ। ଟଙ୍କା ଦେଇ ଡଲାର କିଣିବାକୁ ପଡ଼େ। ଡଲାର ଦାମ୍ ଯେତେ କମ୍ ରହିବ ତାହା ଭାରତୀୟଙ୍କ ପାଇଁ ଲାଭଦାୟକ। ଯେହେତୁ ଡଲାର ମହଙ୍ଗା ହେଉଛି, ତେଣୁ ସେହି ସମାନ କାମ ଲାଗି ଭାରତୀୟ ଓ ଆମଦାନୀକାରୀଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଏହା ଦେଶର ଅର୍ଥନୀତି ଓ ‌ଦରଦାମ୍ ସ୍ଥିତି ପାଇଁ ବେଶ୍ କ୍ଷତିକାରକ। କେବଳ ସାଧାରଣ ଜନତା ନୁହେଁ, ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ପାଲଟିଛି। 

Achyuta Ashram: ପୁଣି ଚର୍ଚ୍ଚାକୁ ଫେରିଲା ଝିଣ୍ଟିଶାସନ ତ୍ରାହି ଅଚ୍ୟୁତ ଆଶ୍ରମ: ତ୍ରିଲୋଚନ ଓ ବିରଞ୍ଚିଙ୍କ ବିରୋଧରେ ଇଡି ମାମଲା ଚାଲିବ

କୌଣସି ଅପ୍ରୀତିକର ସମୟରେ ଆମଦାନୀ ଆବଶ୍ୟକତା ପୂରଣ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ବିପୁଳ ଡଲାର ରଖିଛି। ଡଲାର ଚାହିଦା ବହୁତ ବଢ଼ିଯିବା ଭଳି ସମ‌ୟରେ ଦୁର୍ବଳ ହୋଇପଡ଼ୁଥିବା ଟଙ୍କାକୁ ଉଦ୍ଧାର କରିବା ଲାଗି ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରୁ ଡଲାର ବାହାର କରି ବଜାରରେ କମ୍ ଦାମ୍‌ରେ ଉପଲବ୍ଧ କରିଥାନ୍ତି। ସେହି ହସ୍ତକ୍ଷେପ ଦ୍ବାରା ଭଣ୍ଡାରରୁ ବହୁ ପରିମାଣର ଡଲାର ଶେଷ ହୋଇଯାଏ। ତାହାର ଭରଣା କରିବା ଲାଗି ଦୀର୍ଘ ସମୟ ଲାଗିଥାଏ। ୨୦୨୫ରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ୪.୫ ପ୍ରତିଶତ ଦୁର୍ବଳ ହୋଇଛି। ବାଣିଜ୍ୟ ନିଅଣ୍ଟ ବଢ଼ିବା, ବୈଦେଶିକ ସଂସ୍ଥାଗତ ନିବେଶକମାନେ ଷ୍ଟକ୍ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିବା ଓ ଭାରତ-ଆମେରିକା ବାଣିଜ୍ୟ ରାଜିନାମା ବିଳମ୍ବ ହେଉଥିବାରୁ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି। ସେଥିପାଇଁ ଗତ ଶୁକ୍ରବାର ଏହା ଅତ୍ୟନ୍ତ ଦୁର୍ବଳ ହୋଇ ୮୯ ଟଙ୍କା ୪୯ ପଇସା ସ୍ତରକୁ ଖସିଯାଇଥିଲା। ‌ତେବେ ସୋମବାର ରିଜର୍ଭ ବ୍ୟାଙ୍କର ହସ୍ତକ୍ଷେପ ପରେ ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର ଘଟିଛି। କିନ୍ତୁ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ନିକଟ ଭବିଷ୍ୟତରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୦ କିମ୍ବା ୯୧ ଟଙ୍କା ସ୍ତର ଅତିକ୍ରମ କରିବ। 

୨୦୧୩ରେ ମୋଦୀ କ’ଣ କହିଥିଲେ ମନେ ଅଛି ନା ନାହିଁ: କଂଗ୍ରେସ
ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହୋଇଥିବା ହ୍ରାସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବାକୁ ଭୁଲିନାହାନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ। ସେ ‌ସୋସିଆଲ ମିଡିଆ ‘ଏକ୍ସ’ରେ ମୋଦୀଙ୍କ ୨୦୧୩ ଜୁଲାଇର ଏକ ଭାଷଣ ଭିଡିଓକୁ ସେୟାର କରି ପ୍ରଶ୍ନ କରିଚନ୍ତି ଯେ ପ୍ରଧାନମନ୍ତ୍ରୀ ନିଜେ ଯାହା କହିଥିଲେ ତାହା ତାଙ୍କର ମନେ ଅଛି ନା ନାହିଁ? ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦୀ ଦେଇଥିବା ଉକ୍ତ ଭାଷଣରେ କହିଥିଲେ ଯେ ଟଙ୍କା ମୂଲ୍ୟରେ ହେଉଥିବା ହ୍ରାସକୁ ଦେଖି ଲାଗୁଛି ଟଙ୍କା ଓ ଦିଲ୍ଲୀ ସରକାର ଭିତରେ ପ୍ରତିଯୋଗିତା ଚାଲିଛି, କାହାର ପ୍ରତିଷ୍ଠା କେତେ ଶୀଘ୍ର ତଳକୁ ଖସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe