ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବଢୁଛି ମଙ୍କିପକ୍ସ ସଂକ୍ରମଣ: ବିପଦରେ ଯୁବବର୍ଗ

ଭାରତରେ ମଙ୍କିପକ୍ସର ଏକ ନୂତନ ମାମଲା ନିଶ୍ଚିତ ହେବା ପରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଆଡଭାଇଜରୀ ଜାରି କରିଛନ୍ତି। ଅସୁରକ୍ଷିତ ଯୌନ ସମ୍ପର୍କ ଏହାର ଅନ୍ୟତମ କାରଣ ବୋଲି କୁହାଯାଉଛି।

Monkeypox infection on the rise due to unprotected sex

ନୂଆଦିଲ୍ଲୀ: ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ଦେଶରେ ମଙ୍କିପକ୍ସର ଏକ ନୂଆ ମାମଲା ଚିହ୍ନଟ ହୋଇଛି। କିନ୍ତୁ, ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ପୃଥକ ମାମଲା।  ତେବେ ଏହି ଭୁତାଣୁର ଷ୍ଟ୍ରେନ୍ ବିଶ୍ବସ୍ବାସ୍ଥ୍ୟ ସଂଗଠନ ବିଶ୍ବସ୍ତରରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ଭୁତାଣୁଠାରୁ ଭିନ୍ନ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହା ଭ୍ରମଣ ସମ୍ବନ୍ଧୀୟ ସଂକ୍ରମଣର ଏକ ମାମଲା। ଆକ୍ରାନ୍ତ ବ୍ୟକ୍ତି ମଙ୍କିପକ୍ସ ବ୍ୟାପିଥିବା ଦେଶରୁ ଭାରତକୁ ଆସିଥିଲେ। 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିବୃତି ଅନୁଯାୟୀ, ଯେତେବେଳେ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଇଥିଲା, ସେତେବେଳେ ତାଙ୍କୁ ଆଇସୋଲେସନ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥି ସହିତ, ବର୍ତ୍ତମାନ ସରକାର ମଙ୍କିପକ୍ସ ସମ୍ବନ୍ଧରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଅନ୍ୟପକ୍ଷରେ, ଅନେକ ରିପୋର୍ଟରେ କୁହାଯାଇଛି ଯେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଦ୍ୱାରା କଙ୍କିପକ୍ସର ଆଶଙ୍କା ମଧ୍ୟ ବଢ଼ିଥାଏ। ଏହା ଦ୍ବାରା ମୁଖ୍ୟତଃ ଯୁବବର୍ଗ ବିପଦରେ ରହିଛନ୍ତି।

୧୪ ଅଗଷ୍ଟ ୨୦୨୪ ରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସକୁ  ଅନ୍ତର୍ଜାତୀୟସ୍ତରରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଥିଲା । ଏ ସମ୍ପର୍କରେ ଜାରି କରାଯାଇଥିବା ଆଡଭାଇଜରୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମଙ୍କିପକ୍ସର ନୂତନ ଅବସ୍ଥାକୁ ଦୃଷ୍ଟିରେ ରଖି ଡବ୍ଲୁଏଚଓ ଗୁରୁତ୍ବାରୋପ କରିଛି ଯେ ମଙ୍କିପକ୍ସ ସଂକ୍ରମଣର କ୍ଲିନିକାଲ୍ ଚିତ୍ର ଗୁରୁତର ରହିଛି। ସୂଚନାଯୋଗ୍ୟ ମଙ୍କିପକ୍ସକୁ ଦ୍ୱିତୀୟ ଥର ପାଇଁ ଡବ୍ଲୁଏଚଓ ପକ୍ଷରୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶଦାତାରେ କୁହାଯାଇଛି ଯେ ସମଗ୍ର ବିଶ୍ୱରେ ଏହି ଭୁତାଣୁର ଯୌନ ସମ୍ପର୍କ ଦ୍ବାରା ସଂକ୍ରମଣ ହେଉଛି ସବୁଠାରୁ ସାଧାରଣ ପଦ୍ଧତି। ଏହାର ଅର୍ଥ ହେଉଛି ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ବିଢ଼ିଥାଏ। ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ସିଡିସି ଅନୁଯାୟୀ, ଯଦି ଆପଣ ମଙ୍କିପକ୍ସର କୌଣସି ଲକ୍ଷଣ ଦେଖୁଛନ୍ତି, ତେବେ ଆପଣଙ୍କ ସାଥୀଙ୍କ ସହ କଥା ହୁଅନ୍ତୁ। ଯଦି ଦୁଇ ଜଣଙ୍କ ମଧ୍ୟରୁ  ଜଣଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଯାଉଛି, ତେବେ ଅନ୍ୟ ଜଣକ ଯୌନ ସମ୍ପର୍କରୁ ଦୂରେଇ ରହିବା ଏବଂ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍।

ଯଦି ଆପଣଙ୍କର କିମ୍ବା ଆପଣଙ୍କ ସାଥୀଙ୍କର ମଙ୍କିପକ୍ଦ ଥାଇପାରେ ବୋଲି ଭାବୁଛନ୍ତି ତେବେ ନିଜକୁ ସୁରକ୍ଷିତ ରଖିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି  ‌ଯୌନ ସମ୍ପର୍କ ରଖନ୍ତୁ ନାହିଁ ଏବଂ ପରସ୍ପରର ଶରୀରକୁ ଛୂଅଁନ୍ତୁ ନାହିଁ।  ପରସ୍ପରର ଟାୱେଲ, ପୋଷାକ ଏବଂ ଟୁଥ୍ ବ୍ରଶ୍ ଇତ୍ୟାଦି ଅଂଶୀଦାର କରନ୍ତୁ ନାହିଁ।  କଣ୍ଡୋମ ବ୍ୟବହାର କରିବା ଦ୍ୱାରା ମଙ୍କିପକ୍ସ ସଂକ୍ରମଣକୁ ରୋକାଯାଇପାରିବ ନାହିଁ।

ମଙ୍କିପକ୍ସ ଦ୍ବ‌ାରା ସଂକ୍ରମିତ ଲୋକମାନଙ୍କଠାରେ  ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ଲକ୍ଷଣ ଦେଖାଇପାରେ। ସେଥି ମଧ୍ୟରୁ ଜ୍ୱର, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, କାଶ, ମାଂସପେଶୀ ଯନ୍ତ୍ରଣା, ଶରୀରରେ କମ୍ପନ ଭଳି ଲକ୍ଷଣ ରହିଛି। ଏହି ରୋଗ ସଂକ୍ରମିତ ବ୍ୟକ୍ତି କିମ୍ବା ପଶୁ ସହିତ ଯୋଗାଯୋଗ ମାଧ୍ୟମରେ ବ୍ୟାପିଥାଏ ।

ଅଧିକ ପଢ଼ନ୍ତୁ:କର୍ଣ୍ଣାଟକରେ ପୁଣି କ୍ଷମତା ଦଖଲ ଡ୍ରାମା: ସିଦ୍ଧାରମାୟାଙ୍କ ଉତ୍ତରାଧିକାରୀ କିଏ ?

ସାଧାରଣତଃ  ସଂକ୍ରମଣର ଲକ୍ଷଣ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ତଥାପି, ଉପଯୁକ୍ତ ଚିକିତ୍ସା କରି ଶୀଘ୍ର ଏଥିରୁ ମୁକ୍ତି ପାଇପାରିହେବ। ମଙ୍କିପକ୍ସ ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କୁ ହାଇଡ୍ରେଟେଡ୍ ରହିବା ସହିତ, ସଠିକ୍ ଭାବରେ ଖାଇବାକୁ ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୋଇବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ:ମୋଦୀଙ୍କ ବିରୋଧୀ ମନ୍ତବ୍ୟ ମାମଲା: ଶଶି ଥରୁର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe