Monsoon to hit Andaman in next 24 hours: IMD forecast Photograph: (sambad.in)
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମେ’ ୧୩ ତାରିଖରେ ମୌସୁମୀ ଆଣ୍ଡାମାନ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର କିଛି ଅଞ୍ଚଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି।
ମେ’ ୧୩ରେ ଆଣ୍ଡାମାନ ଛୁଇଁବା ପରେ ମୌସୁମୀ ୨୭ ମେ’କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅଧିକ ପଢ଼ନ୍ତୁ: ଲଭ୍,ସେକ୍ସ ଧୋକା: ରିସେପ୍ସନ ଷ୍ଟେଜରୁ ବରଙ୍କୁ ଗିରଫ କରି କୋର୍ଟ ଚାଲାଣ
ମୌସୁମୀ ଆଣ୍ଡାମାନ ମୁହାଁ ହେଉଥିବାବେଳେ ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଓଡ଼ିଶାବାସୀ ତତଲା କଡ଼େଇରେ ଭାଜି ହେଉଛନ୍ତି । ଉପକୂଳରୁ ଉତ୍ତର, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ୧୫ ତାରିଖ ଯାଏ ତାତିରୁ ନିସ୍ତାର ମିଳିବାର ଆଶା ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ମଙ୍ଗଳବାର ମେ’ ୧୩ ପାଇଁ ରାଜ୍ୟର ୯ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ଓ ୧୦ ଜିଲ୍ଲାକୁ ଗରମ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ: ପାକ୍ ସେନା ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ଘରେ ପହଞ୍ଚିଲେ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ, ପାକିସ୍ତାନ ଉପରେ ବର୍ଷିଲେ
Monsoon | Andaman | IMD | imd bhubaneswar
Follow Us