ହମାସର ଜାଲରେ ଫସିଗଲା ମୋସାଦ: କମାଣ୍ଡରଙ୍କ ବିଷୟରେ କୌଣସି ସୂଚନା ମିଳୁନି

ହମାସ ବରିଷ୍ଠ କମାଣ୍ଡରମାନଙ୍କୁ ନୂତନ ନିଯୁକ୍ତି ଦେଇଛି। କିନ୍ତୁ କମାଣ୍ଡରମାନଙ୍କ ପରିଚୟ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି। ସଂଗଠନ କହିଛି ଯେ, ଇସ୍ରାଏଲ ଦ୍ୱାରା ଟାର୍ଗେଟେଡ୍ କିଲିଂରୁ ସେମାନଙ୍କୁ ରକ୍ଷା କରିବା ପାଇଁ ଏହା କରାଯାଇଛି। ସେଠାରେ ସେମାନେ ଏବେ 'ସାମୁହିକ ନେତୃତ୍ୱ' ନୀତି ଗ୍ରହଣ କରିଛନ୍ତି...

Mossad caught in Hamas' trap: No information found about commander

Mossad caught in Hamas' trap: No information found about commander Photograph: (sambad.in)

ଜେରୁଜେଲମ୍: ୭ ଅକ୍ଟୋବର ୨୦୨୩ରେ, ଯେତେବେଳେ ୫,୦୦୦ ରୁ ଅଧିକ ହମାସ ଆତଙ୍କବାଦୀ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ, ଏହି ରକ୍ତାକ୍ତ ଆକ୍ରମଣ ଏକ ନୂତନ ଯୁଦ୍ଧର ଜନ୍ମ ଦେଇଥିଲା। ଗାଜାରେ ୧୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୫୧ ଜଣଙ୍କୁ ବନ୍ଧକ କରାଯାଇଥିଲା। ଏହାର ଜବାବରେ ଇସ୍ରାଏଲ ଦ୍ୱାରା ଆରମ୍ଭ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ହମାସର ମେରୁଦଣ୍ଡ ଭାଙ୍ଗି ଦେଇଛି।

ଏହି ଆକ୍ରମଣରେ ହମାସର ଅନେକ ଶୀର୍ଷ କମାଣ୍ଡର ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ମହମ୍ମଦ ଦୈଫ୍, ଇସମାଇଲ୍ ହାନିୟେ ଏବଂ ଆକ୍ରମଣର ମାଷ୍ଟରମାଇଣ୍ଡ ୟାହ୍ୟା ସିନୱାର ସାମିଲ ଥିଲେ। କିନ୍ତୁ ଏହାର ଜବାବରେ, ହମାସ ଏବେ ଏକ ଏପରି ପଦକ୍ଷେପ ନେଇଛି ଯାହା ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ମୋସାଦର  ନିଦ ହଜାଇ ଦେଇଛି। ହମାସ ନିଜର ନୂତନ ଶୀର୍ଷ କମାଣ୍ଡରଙ୍କ ନାମ ଗୁପ୍ତ ରଖିଛି।

ହମାସ ରହସ୍ୟମୟ ନିଯୁକ୍ତି ଦେଇଥିବାବେଳେ କମାଣ୍ଡରଙ୍କ ମୁହଁ ଲୁକ୍କାୟିତ ରଖିଛି। ହମାସ ନିଜର ସଂଗଠନର ଶୀର୍ଷ ସ୍ତରରେ ନୂତନ ନିଯୁକ୍ତି ଦେଇଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ  ସେମାନଙ୍କ ନାମ ପ୍ରକାଶ କରିନାହିଁ। ଏବେ ନେତୃତ୍ୱର କୌଣସି ମୁହଁ ନାହିଁ। ସବୁକିଛି ଗୁପ୍ତ। ସଂଗଠନ କହିଛି ଯେ, ଇସ୍ରାଏଲ ଦ୍ୱାରା ଟାର୍ଗେଟେଡ୍ କିଲିଂରୁ ନିଜର ନେତାମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ ଅନୁମାନ କରାଯାଉଛି ଯେ, ହମାସର ସଶସ୍ତ୍ର ଗୋଷ୍ଠୀ 'ଇଜ୍ଜୁଦ୍ଦିନ ଅଲ-କାସାମ ବ୍ରିଗେଡସ୍'ର କମାଣ୍ଡ ଏବେ ୟାହ୍ୟା ସିନୱାରଙ୍କ ସାନ ଭାଇ ମହମ୍ମଦ ସିନୱାରଙ୍କ ହାତରେ ଅଛି। ସେ ୨୦୨୩ମସିହାରେ ବନ୍ଧକମାନଙ୍କର ମଧ୍ୟ ଦେଖାଶୁଣା କରୁଥିଲେ।

ବର୍ତ୍ତମାନ ହମାସରେ ସାମୁହିକ ନେତୃତ୍ୱର ନୀତି କାର୍ଯ୍ୟକାରୀ ହୋଇଛି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂଗଠନର ରାଜନୈତିକ ବ୍ୟୁରୋ ଦ୍ୱାରା ନିଆଯାଇଥାଏ, ଯାହା ଶୁରା ପରିଷଦ ମାଧ୍ୟମରେ ନିର୍ବାଚିତ ହୋଇଥାଏ। କିନ୍ତୁ ଏହି ନେତୃତ୍ୱ ପରିବର୍ତ୍ତନ ମଧ୍ୟରେ, ଗାଜା ଭିତରେ ହମାସର ସ୍ଥିତି ଦୁର୍ବଳ ହେଉଥିବା ପରି ମନେ ହେଉଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଅଧିକ ପଢ଼ନ୍ତୁ: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ: ୬ ଦଳ ଖେଳିବେ

ଗାଜାର ସାମରିକ ଏବଂ ରାଜନୈତିକ ନେତୃତ୍ୱ ମଧ୍ୟରେ ମତଭେଦ ଆହୁରି ଗଭୀର ହୋଇଛି। କିଛି ନେତା ସଂଗଠନ ଛାଡିବା ନେଇ ଆଲୋଚନା ହେଉଛି। ମାର୍ଚ୍ଚ ମାସରେ ହୋଇଥିବା ଏକ ପ୍ରଦର୍ଶନରେ, ହଜାର ହଜାର ଲୋକ "ଆମେ ହମାସ ଚାହୁଁନାହୁଁ" ଭଳି ସ୍ଲୋଗାନ ଦେଇ ରାସ୍ତାକୁ ଓହ୍ଲାଇ ଆସିଥିଲେ। ତେବେ ହମାସ ଏହାକୁ ଇସ୍ରାଏଲ ବିରୋଧୀ ପ୍ରତିବାଦ ବୋଲି କହିଥିଲା। କିନ୍ତୁ ପୂର୍ବ ପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହାକୁ ହମାସର ଦୁର୍ବଳ ସ୍ଥିତିର ଏକ ସଙ୍କେତ ବୋଲି ବିବେଚନା କରାଯାଉଛି।

ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଯେ, ଯଦିଓ ହମାସ ଦୁର୍ବଳ ହେଉଛି, ବର୍ତ୍ତମାନ କୌଣସି ଠୋସ୍ ବିକଳ୍ପ ଦୃଷ୍ଟିଗୋଚର ହେଉନାହିଁ। ଇସ୍ରାଏଲ ସ୍ପଷ୍ଟ କରିଛି ଯେ, ହମାସ୍ ଆଉ ଗାଜର ଭବିଷ୍ୟତ ହୋଇପାରିବ ନାହିଁ। ଯେତେବେଳେ ହମାସ୍ ମଧ୍ୟ ସ୍ପଷ୍ଟ କରିଛି, ଯୁଦ୍ଧ ସମ୍ପୂର୍ଣ୍ଣ ସମାପ୍ତ ହେବା ପରେ ହିଁ ବନ୍ଧକମାନଙ୍କୁ ମୁକ୍ତ କରାଯିବ।

ଅଧିକ ପଢ଼ନ୍ତୁ: ୱାକଫ୍‌ ଝଡ଼ ନେଇ ମୁହଁ ଖୋଲିଲେ ଅମର ଶତପଥୀ, କହିଲେ ଏମିତି...

hamas | israel | israel hamas war 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe