ହୁତିଙ୍କ ବିରୋଧରେ ମୋସାଦ ମୁଖ୍ୟଙ୍କ ବିପଜ୍ଜନକ ଯୋଜନା: ମନା କଲେ ନେତାନ୍ୟାହୁ

ମୋସାଦ ମୁଖ୍ୟ ଡେଭିଡ ବାରନିୟା ଇସ୍ରାଏଲ ନେତୃତ୍ୱରେ ଇରାନ ଉପରେ ଆକ୍ରମଣ କରିବା ନେଇ ଜୋର୍ ଦେଉଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ଅନ୍ୟ ଅଧିକାରୀମାନେ ହୁତିମାନଙ୍କ ଉପରେ ଆକ୍ରମଣ ଜାରି ରଖିବାକୁ ଚାହୁଁଛନ୍ତି। ଗାଜା ବିବାଦ ମଧ୍ୟରେ ହୁତି ଆକ୍ରମଣ ବୃଦ୍ଧି ପାଉଛି...

benjamin-netanyahu

benjamin-netanyahu Photograph: (Sambad.in)

ତେଲ ଅଭିବ: ୟେମେନର ହୁତି ବିଦ୍ରୋହୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରୁଛନ୍ତି। ଏ ସମ୍ପର୍କରେ ମୋସାଦ ମୁଖ୍ୟ ଡେଭିଡ ବାରନିୟା ଇସ୍ରାଏଲ ନେତୃତ୍ୱକୁ ଇରାନ ଉପରେ ଆକ୍ରମଣ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ଯାହା ଦ୍ବାରା ହୁତି ବିଦ୍ରୋହୀଙ୍କ ଆକ୍ରମଣ ବନ୍ଦ ହୋଇପାରିବ।

ତେବେ ବରିଷ୍ଠ ଅଧିକାରୀମାନେ ସୂଚାଇ ଦେଉଛନ୍ତି ଯେ, ଭବିଷ୍ୟତରେ ଇରାନ ସମର୍ଥିତ ୟେମେନ ଗୋଷ୍ଠୀ ବିରୋଧରେ ଆକ୍ରମଣ ବୃଦ୍ଧି ପାଇପାରେ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ କାଟଜ୍ ବାରନିୟାଙ୍କର ଆଭିମୁଖ୍ୟ ମୋସାଦ ମୁଖ୍ୟଙ୍କ ଚିନ୍ତାଧାରାଠାରୁ ଭିନ୍ନ ରହିଛି। ସେମାନେ ଇରାନ ପରିବର୍ତ୍ତେ ହୁତିଙ୍କ ବିରୋଧରେ ଆକ୍ରମଣ ଜାରି ରଖିବାକୁ ଚାହୁଁଛନ୍ତି।

ଇସ୍ରାଏଲର ଖବରକାଗଜ ହାରେଜ୍ ଅନୁଯାୟୀ ୟେମେନର ପ୍ରଥମ ତିନୋଟି ଆକ୍ରମଣ ତୁଳନାରେ ଫଳାଫଳ କମ୍ ଥିବାରୁ ଇରାନ ଉପରେ ଆକ୍ରମଣ କରିବାକୁ ମ‌ୋସାଦ ମୁଖ୍ୟ ଏକ ବିକଳ୍ପ ଦେଇଛନ୍ତି। ମୋସାଦ ମୁଖ୍ୟ ବିଶ୍ୱାସ କରନ୍ତି ଯେ, ଇରାନ ଉପରେ ଆକ୍ରମଣ କରିବା ଅଧିକ ପ୍ରଭାବଶାଳୀ ହେବ, କାରଣ ଇରାନ ହୁତି ବିଦ୍ରୋହୀମାନଙ୍କୁ ଟଙ୍କା ଏବଂ ଅସ୍ତ୍ର ଯୋଗାଇଥାଏ।

ଚ୍ୟାନେଲ ୧୩ ରିପୋର୍ଟ ଅନୁଯାୟୀ ସେ ସୁରକ୍ଷା ଅଧିକାରୀମାନଙ୍କୁ କହିଛନ୍ତି, ଆମେ ଇରାନ ବିରୋଧରେ ସିଧାସଳଖ ଆକ୍ରମଣ କରିବା ଉଚିତ୍। ଯଦି ଆମେ କେବଳ ହୁତିମାନଙ୍କୁ ଆକ୍ରମଣ କରୁ, ଏହା ନିଶ୍ଚିତ ନୁହେଁ ଯେ, ଆମେ ସେମାନଙ୍କୁ ଅଟକାଇବାରେ ସମର୍ଥ ହେବା।

ଏହି ରିପୋର୍ଟ ଉପରେ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ଚ୍ୟାନେଲ ୧୩ ଅନୁଯାୟୀ, ନେତାନ୍ୟାହୁ ବାରନିୟାଙ୍କ ମୂଲ୍ୟାଙ୍କନରେ ସହମତ ନୁହଁନ୍ତି । ତାଙ୍କ ଅନୁସାରେ ଇରାନ ଏକ ପୃଥକ ପ୍ରସଙ୍ଗ, ଯାହାର ଉପଯୁକ୍ତ ସମୟରେ ସମାଧାନ କରାଯିବ। ରିପୋର୍ଟ ଅନୁଯାୟୀ, ସୁରକ୍ଷା ପରିଷଦର ବରିଷ୍ଠ ସଦସ୍ୟମାନେ ମଧ୍ୟ ନେତାନ୍ୟାହୁଙ୍କ ମୂଲ୍ୟାଙ୍କନରେ ସହମତ ଥିବା ଜଣାପଡିଛି। ବିଗତ ୧୦ ଦିନ ମଧ୍ୟରେ ହୁତିମାନେ ଇସ୍ରାଏଲ ଉପରେ ପାଞ୍ଚଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ  ପାଞ୍ଚଟି ଡ୍ରୋନ୍ ଆକ୍ରମଣ କରିଛନ୍ତି। ଗାଜାରେ ହମାସକୁ ସମର୍ଥନ କରିବା ପାଇଁ ସେମାନେ ଏହା କରୁଛନ୍ତି ବୋଲି ହୁତିମାନେ କହିଛନ୍ତି।

ଅଧିକ ପଢ଼ନ୍ତୁ: ବ୍ରହ୍ମପୁତ୍ରରେ ଡ୍ୟାମ୍ ନିର୍ମାଣ କରିବ ଚୀନ୍: ଭାରତ ବନ୍ୟାରେ ବୁଡ଼ିବା ଆଶଙ୍କା

ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବୁଧବାର କହିଛନ୍ତି ଯେ, ଇସ୍ରାଏଲର ଅନ୍ୟ ଶତ୍ରୁମାନଙ୍କ ପରି ହୁତିଙ୍କର ମଧ୍ୟ ସମାନ ସ୍ଥିତି ହେବ। ଏହି ସମୟରେ, ପାଲେଷ୍ଟାଇନର ତୁଲକର୍ମ ସହରରେ ଇସ୍ରାଏଲର ସାମରିକ ଅପରେସନରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ତିନିଜଣ ଏୟାର ଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଥିଲେ। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଥିଲେ। ଇସ୍ରାଏଲର ସୈନ୍ୟବାହିନୀ କହିଛି ଯେ, ଏହାର ସୈନ୍ୟମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସାମରିକ ଅପରେସନ ଏବଂ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଏହି ଅପରେସନରେ ନିରୀହ ସାଧାରଣ ନାଗରିକ ମଧ୍ୟ ନିହତ ହୋଇଥିବା ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ବିରାଟଙ୍କୁ ଦୋଷ ଦେଲେ ରିକି ପଣ୍ଟିଙ୍ଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe