mumbai 26-11 terror attack 17 years completed Photograph: (@sambad.in)
ମୁମ୍ବାଇ: ମୁମ୍ବାଇରେ ୨୬/୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ୧୭ ବର୍ଷ ପୁରିଗଲା। ଆଜି ପର୍ଯ୍ୟନ୍ତ ସେ ଭୟାବହ ରାତି ଓ ଘଟଣାକୁ ଭୁଳି ପାରି ନାହାନ୍ତି ପ୍ରତ୍ୟକ୍ଷଦର୍ଶୀ।
୨୬/୧୧ ହଜାଇ ଦେଇଛି ଆଖିରୁ ନିଦ
ସେହି ବୁଧବାର ରାତିକୁ ମନେ ପକାଇ ପ୍ରତ୍ୟକ୍ଷଦର୍ଶୀ ମହମ୍ମଦ ତୌଫିକ୍ ଶେଖ କହିଛନ୍ତି, "ଏହା ଭିତରେ ଦୀର୍ଘ୧୭ ବର୍ଷ ବିତିଗଲାଣି। ଏବେ ବି ରାତିରେ ମୁଁ ଶୋଇପାରୁନାହିଁ। ସେହି ଭୟାବହ ରାତି ପରଠାରୁ ମୁଁ ସକାଳ ପାଞ୍ଚଟାରେ ଶୋଇବାକୁ ଯାଉଛି। ମନରେ ଏମିତି ଭୟ ବସାବାନ୍ଧି ରହିଛି ଯେ ସେ ଦିନ ହେଉ କି ରାତି ଯେତେ ନିଦରେ ଶୋଇଥିଲେ ବି ମୋତେ କିଏ ଡାକିଲେ ମୁଁ ସଙ୍ଗେସଙ୍ଗେ ଉଠିପଡ଼ୁଛି। ସେ ବୁଧବାର ଅନ୍ଧାର ରାତିରେ ଅନେକଲୋକ ହରାଇଛନ୍ତି ପ୍ରାଣ। ମୃତକଙ୍କ ମଧ୍ୟରେ ପିଲା ଠାରୁ ବୃଦ୍ଧ ସମସ୍ତେ ଥିଲେ। ପ୍ରତ୍ୟେକ ଜାତି ଏବଂ ଧର୍ମର ଲୋକ ସେଠାରେ ଥିଲେ। ସେତେବେଳେ ହିନ୍ଦୁ ଏବଂ ମୁସଲମାନ ମଧ୍ୟରେ କୌଣସି ପାର୍ଥକ୍ୟ ନଥିଲା।
ଅଧିକପଢ଼ନ୍ତୁ:ଆତ୍ମହତ୍ୟା ଲାଗି ଉସୁକାଇବା ଅଭିଯୋଗରେ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ସ୍ତ୍ରୀଙ୍କୁ ବାନ୍ଧିଲା ପୁଲିସ
ପରିସ୍ଥିତି ଦେଖି ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ ହୋଇଯାଇଥିଲା
ଆତଙ୍କବାଦୀଙ୍କ ଆକ୍ରମଣ ପରେ ମୁଁ ସାତରୁ ଆଠ ଜଣ ଆହତ ଲୋକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲି। ଏହି ସମୟରେ ମୁଁ ଜଣେ ରେଳ କର୍ମଚାରୀଙ୍କୁ ମଧ୍ୟ ମୃତ୍ୟୁମୁଖରୁ ବଞ୍ଚାଇଥିଲି।। ଟିକେଟ୍ କାଉଣ୍ଟରରେ, ତିନିରୁ ଚାରି ଜଣ ଲୋକ ଠିଆ ହୋଇ ଲୁହା ରଡ୍ ସାହାଯ୍ୟରେ ଆକ୍ରମଣ କରୁଥିଲେ। କ୍ରମାଗତ ଭାବେ ଗାଳି ଦେଉଥିଲେ। ମୁଁ ପରିସ୍ଥିତି ଦେଖି ବୁଝିସାରିଥିଲା ଏହା ଏକ ଆତଙ୍କବାଦୀ ଆକ୍ରମଣ । ରାତିସାରା ଗୋଟିଏ କୋଣରେ ଲୁଚି ରହିଥିଲି। ରାତିପାହି ସକାଳ ହୋଇଥିଲା। ପୁଲିସ ଅଧିକାରୀମାନଙ୍କୁ ଦେଖିବା ପରେ ମୁଁ ସାମ୍ନାକୁ ଆସିଥିଲି। ମୁଁ ଭୟଭୀତ ଥିବା ଦେଖି ସେମାନେ ମୋତେ ଆଶ୍ବସ୍ତି ଦେଇ ଚା ପିଇବାକୁ ଦେଇଥିଲେ। ଘଟଣାପରେ ମୋତେ କ୍ରାଇମ୍ ବ୍ରାଞ୍ଚ ଡକିଥିଲା। ଯାଞ୍ଚ ସମୟରେ ମୁଁ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରିପାରିଥିଲି। କାରଣ ଆକ୍ରମଣ ସମୟରେ ମୁଁ କେବଳ ଜଣେ ଆକ୍ରମଣକାରୀର ଚେହେରା ହିଁ ସ୍ପଷ୍ଟ ଭାବେ ଦେଖି ପାଇରିଥିଲି।
୧୭ ବର୍ଷ ବିତିଯାଇଥିବା ସତ୍ତ୍ବେ ମୁଁ ଏବେ ବି ମୋ ଗୋଡ଼ର ଆଘାତକୁ ଅନୁଭବ କରି ପାରୁଛି
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଯାଇଥିବା ପୀଡ଼ିତା ଦେବିକା ରୋଟାୱାନ୍ କୁହନ୍ତି, " ଏହାରି ଭିତରେ ୨୬/୧୧ ଘଟଣାକୁ ୧୭ ବର୍ଷ ବିତିଗଲାଣି। ଏମିତି ଲାଗୁଛି ଯେପରି ମୁଁ କିଛି ମୁହୂର୍ତ୍ତ ପୂର୍ବରୁ ସେହି ରାତିକୁ ଅନୁଭବ କରିଛି। ମୁଁ ଏବେ ବି ଏହାକୁ ଦେଖିପାରୁଛି, ମୁଁ ଏବେ ବି ମୋ ଗୋଡ଼ରେ ଗୁଳିର ଆଘାତ ଅନୁଭବ କରିପାରୁଛି। ସେହି ରାତିର ଭୟ ଆଜି ପର୍ଯ୍ୟନ୍ତ ମୋ ଉପରେ ଗଭୀର ଭାବରେ ପ୍ରଭାବ ପକାଇଛି। ’
Follow Us