ମୁମ୍ବାଇ : ମୁମ୍ବାଇର ପୱାଇ ଅଞ୍ଚଳରେ ଏକ ଅତ୍ୟନ୍ତ ସଂବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଅଡିସନ ବାହାନାରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଏକ ଷ୍ଟୁଡିଓରେ ପ୍ରାୟ ୨୦ ଶିଶୁଙ୍କୁ ବନ୍ଧକ ରଖିଥିଲା । ତେବେ ପୁଲିସ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

Advertisment

ସୂଚନା ଅନୁସାରେ ରୋହିତ ଆର୍ଯ୍ୟା (Rohit Arya) ନାମକ ଏହି ବ୍ୟକ୍ତି ଶିଶୁମାନଙ୍କୁ ପବଇସ୍ଥିତ RA ଷ୍ଟୁଡିଓର ପ୍ରଥମ ମହଲାରେ ବନ୍ଧକ ରହିଥିଲା । ସେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କେତେକ ଲୋକଙ୍କୁ ଭେଟିବାକୁ ଦାବି କରିଥିଲା । ଦାବି ପୂରଣ ନହେଲେ ସମଗ୍ର ଷ୍ଟୁଡିଓକୁ ଜଳାଇଦେବାକୁ ଧମକ ଦେଇଥିଲା । ଖବର ପାଇଁ ପୁଲିସ ସେଠାରେ ପହଞ୍ଚିବା ସହ ପିଲାଙ୍କୁ ଉଦ୍ଧାର କରିଥିଲା ।  ପୋଲିସ ଅଭିଯୁକ୍ତଙ୍କୁ ପୱାଇ ପୋଲିସ ଷ୍ଟେସନକୁ ନେଇଛି ଏବଂ ବର୍ତ୍ତମାନ ପଚରାଉଚରା କରାଯାଉଛି।

ଆହୁରି ପଢ଼ନ୍ତୁ: Trump Praises Modi: ଭାରତ ସହ ସମ୍ପର୍କ ସୁଧାରିବାକୁ ଟ୍ରମ୍ପଙ୍କ ସଙ୍କେତ: ମୋଦୀଙ୍କୁ ପ୍ରଶଂସା

ରିପୋର୍ଟ ଅନୁଯାୟୀ, ଗତ ଚାରିରୁ ପାଞ୍ଚ ଦିନ ଧରି ଷ୍ଟୁଡିଓରେ ଅଡିସନ୍ ଚାଲିଥିଲା। ଆଜି ୧୦୦ ଜଣ ପିଲା ଅଡିସନ୍ ପାଇଁ ଆସିଥିଲେ। ଅଭିଯୁକ୍ତ ରୋହିତ ୮୦ ଜଣ ପିଲାଙ୍କୁ ଘରକୁ ପଠାଇ ଦେଇଥିଲା, କିନ୍ତୁ ବାକି ୨୦ ଜଣଙ୍କୁ ଷ୍ଟୁଡିଓ ଭିତରେ ଥିବା ଏକ କୋଠରୀରେ ବନ୍ଦ କରି ଦେଇଥିଲା। ଏହି ପିଲାମାନେ ଝରକା ଦେଇ ଦେଖୁଥିଲେ। ପିଲାମାନଙ୍କୁ ବନ୍ଦୀ ରଖିବା ଘଟଣା ଜଣାପଡିବା ମାତ୍ରେ ଷ୍ଟୁଡିଓ ବାହାରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା। 

ଆହୁରି ପଢନ୍ତୁ : Chabahar Port : ଚାବାହାର ବନ୍ଦର ଉପରୁ ଆମେରିକାର କଟକଣା ୬ ମାସ ପାଇଁ କୋହଳ , ଭାରତ ଆଶ୍ବସ୍ତ