Moradabad BLO's Last Video Photograph: (sambad.in)
ମୁରାଦାବାଦ: ମୁଁ ବଞ୍ଚିବାକୁ ଚାହୁଁଛି...ହେଲେ କାମର ଚାପ ବଞ୍ଚିବାକୁ ଦେବନି। ଏଭଳି କହି ଜୀବନ ହାରିଦେଲେ ବିଏଲଓ(Booth Level Officer)। ଭାଇରାଲ ହେଲା ମୃତ୍ୟୁ ପୂର୍ବର ଭିଡିଓ। ଏଭଳି ହଠାତ୍ କାମର ଚାପ ପାଇଁ ୪୬ବର୍ଷୀୟ ଅଫିସର ଜୀବନ ହାରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଦିଦି...ମମି...ମୋତେ କ୍ଷମା କରିଦେବ
ଭାଇରାଲ ଭିଡିଓରେ ସେ କହିଛନ୍ତି ଯେ, "ଦିଦି, ମୋତେ କ୍ଷମା କରିଦେବ... ମମି, ଦୟାକରି ମୋ ପିଲାମାନଙ୍କର ଯତ୍ନ ନେବ। ମୁଁ ଏହି ନିର୍ବାଚନ କାର୍ଯ୍ୟରେ ବିଫଳ ହୋଇଛି। ମୁଁ ଗୋଟିଏ ପଦକ୍ଷେପ ନେବାକୁ ଯାଉଛି, ଏବଂ ଏଥିପାଇଁ କେବଳ ମୁଁ ଦାୟୀ। କାହାର କୌଣସି ଦୋଷ ନାହିଁ। ମୁଁ ବହୁତ ଦୁଃଖିତ। ୨୦ ଦିନ ହେଲାଣି ମୁଁ ଶୋଇ ପାରିନାହିଁ। ଯଦି ମୋ ପାଖରେ ସମୟ ଥାଆନ୍ତା, ମୁଁ ଏହି କାମ ସାରିଦେଇଥାନ୍ତି। ମୋର ୪ଟି ଛୋଟ ଝିଅ ଅଛନ୍ତି। ଦୟାକରି ମୋତେ କ୍ଷମା କରିଦେବ। ମୁଁ ତୁମମାନଙ୍କ ଦୁନିଆରୁ ବହୁତ ଦୂରକୁ ଚାଲିଯାଉଛି।"
ସୂଚନା ମୁତାବକ, ମୃତକଜଣଙ୍କ ହେଲେ ସର୍ବେଶ କୁମାର। ସେ ସରକାରୀ ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାମ କରୁଥିଲେ। ଅକ୍ଟୋବର ୭ରେ ତାଙ୍କୁ ବିଏଲଓ ହୋଇଥିଲେ। ବୁଥ୍ ସ୍ତରୀୟ ଅଧିକାରୀ ଭାବରେ, ତାଙ୍କୁ ଘର ଘର ବୁଲି ଭୋଟରଙ୍କ ସୂଚନା ଏବଂ କାଗଜପତ୍ର ସଂଗ୍ରହ କରିବାକୁ ପଡୁଥିଲା। ରବିବାର ପ୍ରତ୍ୟୁଷରେ, ତାଙ୍କ ମୃତଦେହ ମିଳିଥିଲା। ପ୍ରଥମେ ତାଙ୍କ ସ୍ତ୍ରୀ ବବଲି ତାଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ। ସୁଇସାଇଡ୍ ନୋଟରେ ସେ ଲେଖିଥିଲେ ଯେ, ସେ BLO ଡ୍ୟୁଟିର ଚାପ ସହ୍ୟ କରିପାରୁ ନାହାଁନ୍ତି।
ମୁଁ ବଞ୍ଚିବାକୁ ଚାହୁଁଛି
"ମୁଁ ବଞ୍ଚିବାକୁ ଚାହୁଁଛି, କିନ୍ତୁ ମୁଁ କ'ଣ କରିପାରିବି? ବହୁତ କଷ୍ଟ ଏବଂ ଦୁଃଖରେ ଫସି ରହିଥିବା ମୁଁ ଅନୁଭବ କରୁଛି। ମୁଁ ଭୟଭୀତ ଅନୁଭବ କରୁଛି ଏବଂ ଚାରି ପାର୍ଶ୍ୱରୁ ମୋତେ କଷ୍ଟକର ପରିସ୍ଥିତି ଘେରି ରହିଛି। ଏହା ଲେଖିବା ସମୟରେ ମୁଁ ଗଭୀର ଯନ୍ତ୍ରଣା ଅନୁଭବ କରୁଛି। ସବୁବେଳେ ମୁଁ ମୋ ପରିବାର ଏବଂ ମୋର ଦାୟିତ୍ୱର ଯତ୍ନ ନେବାକୁ ଚେଷ୍ଟା କରିଛି" ବୋଲି ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି ସର୍ବେଶ।
ଆହୁରି ପଢ଼ନ୍ତୁ: Renuka Chowdhury Dog Controversy: ସଂସଦରେ ପୋଷା କୁକୁରକୁ ଧରି ପହଞ୍ଚିଲେ ରେଣୁକା ଚୌଧୁରୀ ଦେଖାଦେଇଛି ବିବାଦ
Follow Us