ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ତାଙ୍କ ପୋଷା କୁକୁରକୁ ଧରି ସାଂସଦରେ ପହଞ୍ଚିବା ଘଟଣାକୁ ନେଇ ବିବାଦ ଦେଖା ଦେଇଛି। ରେଣୁକା ତାଙ୍କ ପୋଷା କୁକୁର ସହିତ କାରରେ ଆସିବାର ଭିଡିଓ ରାଜନୈତିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।  ବିଜେପି ଏହାକୁ ସଂସଦର ମର୍ଯ୍ୟାଦାର ଉଲ୍ଲଂଘନ ବୋଲି କହି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Advertisment

ସଂସଦ‌ରେ କୁକୁରକୁ ନେଇ ପହଞ୍ଚିଲେ ‌ନେତ୍ରୀ

ବିବାଦ ସୃଷ୍ଟି ହେବାପରେ ରେଣୁକା ଚୌଧୁରୀ ଏହି ଘଟଣା ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏହି ଘଟଣାକୁ ଅଯଥାରେ ଆଲୋଚନାର ପରିସରକୁ ଅଣାଯାଉଛି। ଯଦି ଏକ ପଶୁ ଗୃହ ଭିତରକୁ ପଶିଆସିଲା ତେବେ ଏଥିରେ ସମସ୍ୟା କେଉଁଠି ରହିଲା? ଏହା ଏକ ଛୋଟ ପଶୁ। ଯିଏକି କାହାକୁ କାମୁଡ଼ିବ ନାହିଁ ସେ ବିଶ୍ବାସ ମୋର ଅଛି। ସଂସଦ ଭିତରେ ଏମିତି  ଅନେକଲୋକ ଅଛନ୍ତି ଯେଉଁମାନେ କାମୁଡ଼ି ପାରିବେ।" 

ଅଧିକପଢ଼ନ୍ତୁ:ମାଡ଼ିଆସିଲା ଜଳପ୍ରଳୟ, ଜୀବନ ବିକଳରେ ଗଛକୁ ଚଢିଗଲେ ବ୍ୟକ୍ତି... ଦେଖନ୍ତୁ ଭୟଙ୍କର ବନ୍ୟାର ଲୋମଟାଙ୍କୁରା ଦୃଶ୍ୟ

ପୋଷାକୁକୁରକୁ ନେଇ ରେଣୁକା ଚୌଧୁରୀଙ୍କ ପ୍ରତିକ୍ରିୟା

ରେଣୁକା ଚୌଧୁରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯଦି ସରକାର ଅଧିବେଶନ ବିଷୟରେ ଏତେ ଚିନ୍ତିତ, ତେବେ ନିର୍ଦ୍ଧାରିତ ଏକ ମାସର ଅଧିବେଶନକୁ ପନ୍ଦର ଦିନକୁ କାହିଁକି ହ୍ରାସ କରାଗଲା? "ଆମେ ଗୃହରେ କେଉଁ ପ୍ରସଙ୍ଗ ଉଠାଇବୁ ସେ ବିଷୟରେ ଆପଣମାନେ କାହିଁକି ଚିନ୍ତିତ? ଯଥେଷ୍ଟ ପ୍ରସଙ୍ଗ ନଥିଲା କି? ତେବେ ଅଧିବେଶନକୁ କାହିଁକି ସଂକ୍ଷିପ୍ତ କରାଗଲା?"

ଅଧିକପଢ଼ନ୍ତୁ:ସେ ଦିନର ଶିକାରୀ ଆଜି ପାଲଟିଛନ୍ତି ରକ୍ଷକ