ଚଣ୍ଡିଗଡ଼:ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ପ୍ରାୟ ସମସ୍ତ ନିଷ୍ପତ୍ତି ଦିଲ୍ଲୀରୁ ନିଆଯାଇଥାଏ। କୌଣସି ନିଷ୍ପତ୍ତି ନେବା ସମୟରେ ତାଙ୍କ ସହିତ ପରାମର୍ଶ କରାଯାଏ ନାହିଁ। ସେ କଂଗ୍ରେସ ଦଳକୁ ଫେରିବେ କି ନାହିଁ ଏହି ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।

Advertisment

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପଞ୍ଜାବ ପ୍ରତି ବିଶେଷ ଭଲପାଇବା ଅଛି। ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ କିଛି ମଧ୍ୟ କରିବାକୂ ପ୍ରସ୍ତୁତ।  

ଆହୁରି ପଢ଼ନ୍ତୁ:Terrorist Threatens India: ସୀମା ଆରପାରିରୁ ହାଫିଜ୍ ସହଯୋଗୀର ଭାରତକୁ ପରମାଣୁ ବୋମା ଧମକ: ଭିଡିଓ ଭାଇରାଲ୍

ଅମରିନ୍ଦର ସିଂହ କଂଗ୍ରେସ ଦଳକୁ ଫେରିବା କଥାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି। ସେ କହିଛନ୍ତି ଯେ, ଦଳକୁ ଫେରିବା ଏବେ ଅସମ୍ଭବ। କାରଣ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରାଯାଇଥିବା ଶୈଳୀକୁ ନେଇ ଏବେ ବି ଆଘାତ ପାଇଛନ୍ତି। ତେଣୁ କଂଗ୍ରେସରେ ଯୋଗଦେବା ପ୍ରଶ୍ନ ନାହିଁ। ତେବେ ଅମରିନ୍ଦରଙ୍କ ବିଜେପି ବିରୋଧରେ ଏଭଳି ମନ୍ତବ୍ୟ ନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସେ କହିଛନ୍ତି, ଯଦି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ତାଙ୍କୁ ସାହାଯ୍ୟ ମାଗନ୍ତି, ତେବେ ମୁଁ ସର୍ବଦା ତାଙ୍କୁ ସାହାଯ୍ୟ କରିବି। କିନ୍ତୁ ମୁଁ ରାଜନୈତିକ ଭାବରେ ସାହାଯ୍ୟ କରିପାରିବି ନାହିଁ।

କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ସହଜ ଥିଲା

ଅମରିନ୍ଦର ସିଂହ କହିଛନ୍ତି ଯେ, ବିଜେପିର ଶୀର୍ଷ ନେତୃତ୍ୱ ଅପେକ୍ଷା କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ସହଜ। ସେ କହିଛନ୍ତି କଂଗ୍ରେସ ନିଜର ନେତାମାନଙ୍କ ସହିତ ପରାମର୍ଶ କରିଥାଏ ଏବଂ ଦଳର ବ୍ୟବସ୍ଥା ଅଧିକ ଗଣତାନ୍ତ୍ରିକ।

ସିଂହ କହିଛନ୍ତି, ବିଜେପି ନିଜର ନିଷ୍ପତ୍ତି ସାର୍ବଜନୀନ କରେ ନାହିଁ। ସମସ୍ତ ନିଷ୍ପତ୍ତି ତୃଣମୂଳ ସ୍ତରର ନେତାମାନଙ୍କ ସହିତ ପରାମର୍ଶ ନକରି ଦିଲ୍ଲୀରେ ନିଆଯାଇଥାଏ। ବିଜେପି ମୋ ସହିତ ପରାମର୍ଶ କରୁନାହିଁ। ମୋର ୬୦ ବର୍ଷର ରାଜନୈତିକ ଅଭିଜ୍ଞତା ଅଛି। କିନ୍ତୁ ମୁଁ ସେମାନଙ୍କ ଉପରେ ନିଜକୁ ଲଦି ପାରିବି ନାହିଁ।

୨୦୨୧ରେ କଂଗ୍ରେସ ଛାଡିଥିଲେ

ରାଜ୍ୟ କଂଗ୍ରେସ ୟୁନିଟ୍ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ପରେ ସେପ୍ଟେମ୍ବର ୨୦୨୧ରେ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସର ଚରଣଜିତ ସିଂହ ଚନ୍ନୀଙ୍କ ମୁଖ୍ୟମନ୍ତ୍ରୀ ହେବା ପରେ, ସେ ଦଳ ଛାଡି ଏକ ନୂତନ ଦଳ ଗଠନ କରିଥିଲେ, ଯାହା ପରେ ବିଜେପିରେ ମିଶିଯାଇଥିଲା।

ନବଜୋତ ସିଂହ ସିଦ୍ଧୁ ଏବଂ ତାଙ୍କ ପତ୍ନୀ ଅସ୍ଥିର ବୋଲି କହି ଅମରିନ୍ଦର ସିଂହ କଡ଼ା ସମାଲୋଚନା କରିଛନ୍ତି।  ସିଦ୍ଧୁଙ୍କୁ ରାଜନୀତି ଛାଡି କ୍ରିକେଟ୍ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ନବଜୋତ କୌର ସିଦ୍ଧୁଙ୍କ ବକ୍ତବ୍ୟ ଦେଇଥିଲେ ଯେ,  ୫୦୦କୋଟି ସୁଟକେସ୍ ପ୍ରଦାନ କରନ୍ତି ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥାନ୍ତି।

ଆହୁରି ପଢ଼ନ୍ତୁ:Students Ill Poisonous Food ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ପଚାଶରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ

ଏହାକୁ ଉଦ୍ଧୃତ କରି ଅମରିନ୍ଦର ସିଂହ କଡ଼ା ସମାଲୋଚନା କରିଛନ୍ତି।ସେ କହିଛନ୍ତି ଯେ, ବିଜେପି କେବଳ ଶିରୋମଣି ଅକାଳୀ ଦଳ (SAD) ସହିତ ମିଶିଲେ ପଞ୍ଜାବରେ ଶକ୍ତିଶାଳୀ ହୋଇପାରିବ।