ଜାତୀୟ ସ୍ୱାର୍ଥ ସର୍ବୋପରି: ଟ୍ରମ୍ପ୍‌ଙ୍କ ୨୫% ଶୁଳ୍କ ଘୋଷଣା ଉପରେ ଭାରତର ପ୍ରଥମ ପ୍ରତିକ୍ରିୟା

ଭାରତ ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱାରା ଶୁଳ୍କ ସମ୍ପର୍କରେ ଦିଆଯାଇଥିବା ବିବୃତିର ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇଛନ୍ତି। ସରକାର କହିଛନ୍ତି ଯେ, ସରକାର ଏହାକୁ ଗୁରୁତ୍ବ ଦେଇଛନ୍ତି ଏବଂ ଏହାର ପ୍ରଭାବକୁ ଗମ୍ଭୀରତାର ସହିତ ଅଧ୍ୟୟନ କରୁଛନ୍ତି...

National interest comes first: India's first reaction to Trump's 25% tariff announcement

National interest comes first: India's first reaction to Trump's 25% tariff announcement Photograph: (sambad.in)

ନୂଆଦିଲ୍ଲୀ: ଭାରତ ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱାରା ଶୁଳ୍କ ସମ୍ପର୍କରେ ଦିଆଯାଇଥିବା ବିବୃତିର ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇଛନ୍ତି। ସରକାର କହିଛନ୍ତି ଯେ, ସରକାର ଏହାକୁ ଗୁରୁତ୍ବ ଦେଇଛନ୍ତି ଏବଂ ଏହାର ପ୍ରଭାବକୁ ଗମ୍ଭୀରତାର ସହିତ ଅଧ୍ୟୟନ କରୁଛନ୍ତି।

ଭାରତ ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏକ ନିରପେକ୍ଷ, ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଗତ କିଛି ମାସ ଧରି ଆମେରିକା ସହିତ ଆଲୋଚନା ଚାଲିଛି। ଭାରତ ଏହି ଉଦ୍ଦେଶ୍ୟ ପ୍ରତି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଏବଂ ଗଠନମୂଳକ ଆଲୋଚନା ମାଧ୍ୟମରେ ଏକ ସମାଧାନ ଦିଗରେ ଆଗକୁ ବଢୁଛି।

ଅଧିକ ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ଶୁଳ୍କ ବୋମା: ଭାରତ ଉପରେ ୨୫% ଶୁଳ୍କ ଲଗାଇଲେ

ସରକାର କହିଛନ୍ତି, ଦେଶର ଚାଷୀ, ଉଦ୍ୟୋଗୀ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଏହା ସହିତ, ସରକାର ଏହା ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ, ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। 

ଯେପରି ବ୍ରିଟେନ ସହିତ ସମ୍ପ୍ରତି ହୋଇଥିବା ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାରେ ଦେଖାଯାଇଛି ସେପରି ପଦକ୍ଷେପ ଗ୍ରହଣ କରାଯିବ।  ଜାତୀୟ ସ୍ୱାର୍ଥ ସର୍ବୋପରି ବୋଲି ସରକାର କହିଛନ୍ତି।

ଅଧିକ ପଢ଼ନ୍ତୁ:ସିନ୍ଦୂର ଲିଭି ଯାଇଥିବା ବେଳେ ଅପରେସନର ନାମ ସିନ୍ଦୂର କାହିଁକି: ଏପରି ଲେଖକ କେଉଁଠୁ ପାଇଲ, ସଂସଦରେ ଜୟାଙ୍କ ପ୍ରଶ୍ନ

India | USA | donald-trump 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe