National level players raped: ସେନାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଜାତୀୟସ୍ତରୀୟ ଖେଳାଳିଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍

Advertisment

ଜଗଦୀଶପୁରା ପୁଲିସ ପକ୍ଷରୁ ପଞ୍ଜାବର ପଟିଆଲାରେ ନିୟୋଜିତ ସେନା କର୍ମଚାରୀ ସନ୍ଦୀପ କୁମାରଙ୍କୁ ଜାତୀୟ ସ୍ତରର ରାଇଫଲ୍ ସୁଟିଂ ଖେଳାଳିଙ୍କୁ ଶାରୀରିକ ଶୋଷଣ ଓ ବ୍ଲାକମେଲିଂ ଅଭିଯୋଗରେ ଗିରଫ କରାଯାଇଛି। ସେ ସଦରର ନ୍ୟୁ ସୁରକ୍ଷା ବିହାରର ବାସିନ୍ଦା।

ଜଗଦୀଶପୁରା ପୁଲିସ ପକ୍ଷରୁ ପଞ୍ଜାବର ପଟିଆଲାରେ ନିୟୋଜିତ ସେନା କର୍ମଚାରୀ ସନ୍ଦୀପ କୁମାରଙ୍କୁ ଜାତୀୟ ସ୍ତରର ରାଇଫଲ୍ ସୁଟିଂ ଖେଳାଳିଙ୍କୁ ଶାରୀରିକ ଶୋଷଣ ଓ ବ୍ଲାକମେଲିଂ ଅଭିଯୋଗରେ ଗିରଫ କରାଯାଇଛି। ସେ ସଦରର ନ୍ୟୁ ସୁରକ୍ଷା ବିହାରର ବାସିନ୍ଦା।

WhatsApp Image 2026-02-18 at 11.36.14 AM

Photograph: (google)

ଲକ୍ଷ୍ନୌ: ଜଗଦୀଶପୁରା ପୁଲିସ ପକ୍ଷରୁ ପଞ୍ଜାବର ପଟିଆଲାରେ ନିୟୋଜିତ ସେନା କର୍ମଚାରୀ ସନ୍ଦୀପ କୁମାରଙ୍କୁ ଜାତୀୟ ସ୍ତରର ରାଇଫଲ୍ ସୁଟିଂ ଖେଳାଳିଙ୍କୁ ଶାରୀରିକ ଶୋଷଣ ଓ ବ୍ଲାକମେଲିଂ ଅଭିଯୋଗରେ ଗିରଫ କରାଯାଇଛି। ସେ ସଦରର ନ୍ୟୁ ସୁରକ୍ଷା ବିହାରର ବାସିନ୍ଦା। ପୀଡ଼ିତା ଖେଳାଳିଙ୍କର ଦୁଇ ବର୍ଷ ପୂର୍ବେ ସନ୍ଦୀପଙ୍କ ସହ ଭେଟ ହୋଇଥିଲା। ସେନା କର୍ମଚାରୀ ତାଙ୍କୁ ସେନାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ। ତାଙ୍କୁ ନିଯୁକ୍ତି ଦେବା ପାଇଁ, ସେ ଡେରାଡୁନର ଏକ ହୋଟେଲରେ ନିଶା ମିଶ୍ରିତ ଖାଦ୍ୟ ଖୁଆଇ ବେହୋସ୍ କରିବା ପରେ ତାଙ୍କ ସହ ଦୁଷ୍କର୍ମକରିଥିଲେ। ଏହା ସହ ସନ୍ଦୀପ ଆପତ୍ତିଜନକ ଭିଡିଓ ଓ ଫଟୋ ମାଧ୍ୟମରେ ପୀଡ଼ିତାଙ୍କୁ ବ୍ଲାକମେଲ୍ କରୁଥିଲେ। ଯେତେବେଳେ ପୀଡ଼ିତା ଏହାର ପ୍ରତିବାଦ କରିଥିଲେ, ସନ୍ଦୀପ ଭିଡିଓ ତଥା ଫଟୋକୁ ଭାଇରାଲ କରି ପୀଡ଼ିତାଙ୍କୁ ବଦନାମ କରିଥିଲେ। ପୀଡ଼ୀତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସନ୍ଦୀପଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପ୍ରଥମ ଥର ଲାଗି ରଣଜୀ ଫାଇନାଲ୍‌ରେ ଜମ୍ମୁ ଓ କଶ୍ମୀର

ପୀଡ଼ିତା ଜଣକ ହେଉଛନ୍ତି ଆଗ୍ରାରେ ବାସ କରୁଥିବା ଜଣେ ଜାତୀୟ ସ୍ତରୀୟ ରାଇଫଲ୍ ସୁଟର। ସେ ଅନେକ ଜୁନିଅର ସ ସିନିୟର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସେ ଅନେକ ପଦକ ମଧ୍ୟ ଜିତିଛନ୍ତି। ସେ ଜଣେ ଏନ୍‌ସିସି କ୍ୟାଡେଟ୍ ମଧ୍ୟ ଥିଲେ। ଦୁଇ ବର୍ଷ ପୂର୍ବେ, ସଦର ଅଞ୍ଚଳରେ ଏକ ଏନ୍‌ସିସି ଶିବିରରେ ତାଙ୍କର ପରିଚୟ ସନ୍ଦୀପ କୁମାରଙ୍କ ସହ ହୋଇଥିଲା।
ଅଭିଯୁକ୍ତ ସନ୍ଦୀପ ଖେଳାଳିଙ୍କୁ ସେନାରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ତାଙ୍କ ମୋବାଇଲ୍ ନମ୍ବର ନେଇ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ। ୩୦ ସେପ୍ଟେମ୍ବର ୨୦୨୫ରେ ସନ୍ଦୀପ କହିଥିଲେ, ସେନା ନିଯୁକ୍ତି ଆରମ୍ଭ ହୋଇଛି। ସେଥିପାଇଁ ତୁମକୁ ମୋ ସହିତ ଯିବାକୁ ପଡିବ। ଏହି ବାହାନାରେ ସେ ପୀଡ଼ିତାଙ୍କୁ ଡେରାଡୁନ ନେଇଯାଇଥିଲେ। ସେ ଉଭୟଙ୍କ ରହିବା ପାଇଁ ଏକ ହୋଟେଲ ବୁକ୍ କରିଥିଲେ। ରାତିରେ ସନ୍ଦୀପ ଖାଇବାକୁ ନିଶା ମିଶା ଖାଦ୍ୟ ଆଣିଥିଲେ। ଖାଇବା ପରେ ପୀଡ଼ିତା ଚେତାଶୂନ୍ୟ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ସନ୍ଦୀପ ଅର୍ଦ୍ଧଚେତନ ଅବସ୍ଥାରେ ଥିବା ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଆଲୋଚନ ହେଉଛି ବିଫଳ, ଟ୍ରମ୍ପଙ୍କ ସର୍ତ୍ତକୁ ପ୍ରତ୍ୟାଖ୍ୟାନ, ଇସ୍ରାଏଲ କଲା ବଡ଼ ଦାବି

ଏସିପି ଲୋହାମାଣ୍ଡି ଗୌରବ ସିଂହ କହିଛନ୍ତି, ପୀଡିତାଙ୍କ ଅଭିଯୋଗ ଆଧାରରେ ଏକ ଏଫ୍‌ଆଇଆର୍ ରୁଜୁ କରାଯାଇଥିଲା। ଏହି ଆଧାରରେ ଅଭିଯୁକ୍ତ ସନ୍ଦୀପ କୁମାର ଓରଫ ବିରାଜଙ୍କୁ ବିଚପୁରୀ ଅଞ୍ଚଳରୁ ଗିରଫ କରାଯାଇଥିଲା। ତାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍‌କୁ ପଠାଯାଇଛି। ପୁଲିସ ଏବେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସଂଗ୍ରହ ଜାରି ରଖିଛି। ଜଣେ ତଦନ୍ତକାରୀଙ୍କୁ ଡେରାଡୁନ ହୋଟେଲକୁ ମଧ୍ୟ ପଠାଯାଇ ସିସିଟିଭି ଫୁଟେଜ୍ ଅଣାଯିବ।
ପୀଡ଼ିତା ଅଭିଯୋଗ କରିଛନ୍ତି, ସନ୍ଦୀପ ତାଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି ମୋର ବହୁ ଆପତ୍ତିଜନକ ଭିଡିଓ ଓ ଫଟୋ ଉଠାଇଥିଲେ। ଯେତେବେଳେ ମୁଁ ଏହା ଜାଣିବାକୁ ପାଇଲି, ସେତେବେଳେ ପ୍ରତିବାଦ କରିଥିଲି। ସନ୍ଦୀପ ସେଗୁଡ଼ିକୁ ଭାଇରାଲ କରିବାକୁ ଧମକ ଦେଇଥିଲେ। ତା''''ପରେ ସନ୍ଦୀପ ପୀଡ଼ିତାଙ୍କୁ ବ୍ଲାକମେଲ୍ କରିବା ସହିତ ଶାରୀରିକ ନିର୍ଯାତନା ଦେଇଥିଲେ। ଏହା ଯୋଗୁ ପୀଡ଼ିତା ମାନସିକ ବିଷାଦଗ୍ରସ୍ତ ହୋଇଥିଲେ। ପରେ, ଜଣାପଡିଥିଲା ସନ୍ଦୀପ ବିବାହିତ। ତାଙ୍କର ଜଣେ ଝିଅ ଅଛନ୍ତି। ଏନେଇ ପୀଡିତା ତାଙ୍କ ପିତାମାତାଙ୍କୁ ଜଣାଇଥିଲେ। ସନ୍ଦୀପ ବିଭିନ୍ନ ମୋବାଇଲ୍ ନମ୍ବରରୁ ମେସେଜ୍ ପଠାଇ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ।

ପୀଡିତା ପୁଲିସକୁ କହିଛନ୍ତି, ସନ୍ଦୀପ କାର୍ଯ୍ୟକଳାପ ତାଙ୍କୁ ବିରକ୍ତ କରୁଥିଲା। ପ୍ରତିଯୋଗିତା ପାଇଁ ସେ ଯେଉଁଠାକୁ ଯାଉଥିଲେ ସେଠାକୁ ସେ ତାଙ୍କ ପଛେ ପଛେ ଯାଉଥିଲେ। ଏପରିକି ମୋ ପରିଚିତ ଲୋକଙ୍କୁ ମେସେଜ୍ ଓ ଫଟୋ ମଧ୍ୟ ପଠାଉଥିଲେ। ଏହି କାରଣରୁ, ମୁଁ ଘରୁ ବାହାରିବା ବନ୍ଦ କରିଦେଇଥିଲି। ନିଜ ଖେଳ ଉପରେ ମଧ୍ୟ ଧ୍ୟାନ ଦେଇପାରୁ ନଥିଲି। ଭିଡିଓ ଡିଲିଟ କରିବା ବଦଳରେ ସେ ପାଞ୍ଚ ଲକ୍ଷ ଟଙ୍କା ଦାବି କରୁଥିଲେ। ଲୋକଲଜ୍ଜା ଭୟରେ ମୋ ବାପାମା ପୁଲିସ ପାଖକୁ ଯିବାକୁ ଅନିଚ୍ଛୁକ ଥିଲେ। କିନ୍ତୁ ସନ୍ଦୀପଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଥିଲା।
ଷ୍ଟେସନ ଇନଚାର୍ଜ ଇନ୍ସପେକ୍ଟର କହିଛନ୍ତି, ଏଫ୍‌ଆଇଆର୍ ଦାୟର ହେବା ପରେ, ଅଭିଯୁକ୍ତ ସନ୍ଦୀପ ଲୁଚିବୁଲୁଥିଲେ। ସେ ଛୁଟିରେ ଘରେ ଥିବା ପୁଲିସ ସୂଚନା ପାଇଥିଲା।। ପୁଲିସ ଘେରାବନ୍ଦୀ କରି ତାଙ୍କୁ ଗିରଫ କରିଥିଲା। ପୁଲିସ ପଚରାଉଚରା ସମୟରେ ଜଣାପଡିଥିଲା ​​ଯେ, ସେ ବିବାହିତ ଏବଂ ତାଙ୍କର ଜଣେ ଝିଅ ଅଛି। ତାଙ୍କ ପରିବାର ତାଙ୍କ କାର୍ଯ୍ୟକଳାପ ବିଷୟରେ କିଛି ଜାଣି ନଥିବା କହିଥିଲେ।

ଆହୁରି ପଢ଼ନ୍ତୁ: ମୁସଲମାନ୍ କୁକୁରଠାରୁ ମଧ୍ୟ ହୀନ: ଟ୍ରମ୍ପଙ୍କ ସାଂସଦଙ୍କ ବିବାଦୀୟ ପୋଷ୍ଟ ନେଇ ସୋସିଆଲ ମିଡିଆରେ ଝଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe