ନୂଆଦିଲ୍ଲୀ: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ପାଇଁ ନୂତନ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଉପରେ ଏକ ଅଧ୍ୟାୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମ୍କୋର୍ଟ। ଗୁରୁବାର ଏହା ଉପରେ କେନ୍ଦ୍ର ସରକାର ଓ ଏନ୍ସିଇଆର୍ଟି (ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ)ଠାରୁ ଜବାବ ମାଗିଛନ୍ତି। ଏନ୍ସିଇଆର୍ଟି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କୋର୍ଟ କହିଛନ୍ତି, ଆମେ ଏକ ଗଭୀର ଅନୁସନ୍ଧାନ ଚାହୁଛୁ। କିଏ ଦାୟୀ ତାହା ଆମକୁ ଖୋଜିବାକୁ ପଡ଼ିବ। ମୁଖ୍ୟମାନେ ବିଦା ହେବା ଆବଶ୍ୟକ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପୁସ୍ତକକୁ ଭାରତ ଓ ବିଦେଶରେ ନିଷିଦ୍ଧ କରିବା ସହ ସମସ୍ତ କପି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଏହି ପୁସ୍ତକକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଅନ୍ଲାଇନ୍ରେ ସେୟାର କରିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି। ଏଥି ସହ କେନ୍ଦ୍ର ଓ ଏନ୍ସିଇଆର୍ଟି ଅଧ୍ୟକ୍ଷ ପ୍ରଫେସର ଦିନେଶ ପ୍ରସାଦ ସାକଲାନିଙ୍କୁ ନୋଟିସ୍ ଜାରି କରାଯାଇଛି।
ନ୍ୟାୟପାଳିକାରୁ ରକ୍ତ ଝରୁଛି
ମୁଣ୍ଡ ଗଡ଼ିବା ଆବଶ୍ୟକ
କେନ୍ଦ୍ର ଓ ଏନ୍ସିଇଆର୍ଟି ଅଧ୍ୟକ୍ଷଙ୍କୁ ନୋଟିସ୍
ଏହା ପୂର୍ବରୁ ତୁଷାର ମେହେଟା କହିଥିଲେ, ‘ଆମ ସମାଜରେ ନ୍ୟାୟପାଳିକାର ଭୂମିକା’ ଅଧ୍ୟାୟର ଏକ ଅଂଶ ଭାବରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ବିଷୟରେ ଉଲ୍ଲେଖ କରିବା ପାଇଁ ଦାୟୀ ଦୁଇ ବ୍ୟକ୍ତିଙ୍କୁ ଚାକିରିରୁ ବିଦା ହେବାକୁ ପଡ଼ିବ। ସେମାନେ ୟୁଜିସି କିମ୍ବା କୌଣସି ମନ୍ତ୍ରଣାଳୟ ସହିତ କାମ କରିପାରିବେ ନାହିଁ। ଆମେ ଅନୁଷ୍ଠାନ ସହିତ ଛିଡ଼ା ହୋଇଛୁ। କେହି ଛାଡ଼ ପାଇବେ ନାହିଁ। ତେବେ ଏଥିରେ ପ୍ରଧାନ ବିଚାରପତି ପ୍ରଭାବିତ ହୋଇ ନ ଥିଲେ। ସେ କହିଥିଲେ, ସେଥିରେ କିଛି ହେବ ନାହିଁ। ସେମାନେ ଗୁଳି ଚଳାଇଥିଲେ ଏବଂ ଆଜି ନ୍ୟାୟପାଳିକାରୁ ରକ୍ତସ୍ରାବ ହେଉଛି। ଏହା ଏକ ଗଭୀର ଷଡ୍ଯନ୍ତ୍ର ପରି ଦେଖାଯାଉଛି।
Meeting: ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡର ବୈଠକରେ ପ୍ରଶାସନିକ ଓ କଲ୍ୟାଣକାରୀ ସଂସ୍କାର ପାଇଁ ନିଷ୍ପତ୍ତି
ଏହି ତ୍ରୁଟି ପାଇଁ ଏନ୍ସିଇଆର୍ଟି ଦୁଃଖପ୍ରକାଶ କରିଛି। କିନ୍ତୁ କୋର୍ଟ କହିଛନ୍ତି, ଏମିତି କ୍ଷମା ମଗାଯାଏ ନାହିଁ। ପୁସ୍ତକ ଏବେ ବି ବିକ୍ରି ହେଉଛି। ତେବେ ମେହେଟା କହିଥିଲେ, ୩୨ଟି ପୁସ୍ତକ ବଜାରରେ ପ୍ରବେଶ କରିଥିଲା। କିନ୍ତୁ ବର୍ତ୍ତମାନ ସେଗୁଡ଼ିକୁ ପ୍ରତ୍ୟାହାର କରାଯାଇଛି। ସମଗ୍ର ଅଧ୍ୟାୟକୁ ସଂଶୋଧନ କରାଯିବ। କୋର୍ଟଗୁଡ଼ିକରେ ରହୁଥିବା ବକେୟା ମାମଲା ବିଷୟରେ ବି ଆଉ ଏକ ଅଂଶ ଅଛି। ଯେଉଁଥିରେ ଲେଖାଯାଇଛି, ‘ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ’। ଉଚ୍ଚସ୍ତରୀୟ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ‘ନ୍ୟାୟପାଳିକାରେ ଦୁର୍ନୀତି’ ବିଷୟକୁ ହଟାଇ ଦିଆଯିବ। କେବଳ ପ୍ରେରଣାଦାୟକ ଜିନିଷ ଲେଖାଯିବ।
/filters:format(webp)/sambad/media/media_files/2026/02/27/hfshsfxbvxvbxvb-2026-02-27-02-59-55.jpg)
ଅସନ୍ତୋଷ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଇସ୍ରାଏଲ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଚାଲିଥିବା ଏନ୍ସିଇଆର୍ଟି ପାଠ୍ୟପୁସ୍ତକ ବିବାଦ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସରକାରୀ ସୂତ୍ର ଅନୁସାରେ, ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ସମ୍ପର୍କିତ ଅଧ୍ୟାୟକୁ ନେଇ ପ୍ରଧାନମନ୍ତ୍ରୀ କ୍ଷୁବ୍ଧ ହୋଇଛନ୍ତି। ଏତେ କମ୍ ବୟସର ଛାତ୍ରଛାତ୍ରୀ କିପରି ନ୍ୟାୟପାଳିକାର ଦୁର୍ନୀତି ବିଷୟରେ ଆଲୋଚନା କରିବେ, ସେ ନେଇ ସେ ପ୍ରଶ୍ନ ଉଠାଇବା ସହ ଏହି ସମ୍ପୂର୍ଣ୍ଣ ମାମଲାର ତଦାରଖ କରୁଥିବା ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ଚାହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ପ୍ରସଙ୍ଗରେ କଡ଼ା ସମାଲୋଚନା କରିବା ପରେ ଏନ୍ସିଇଆର୍ଟି ପକ୍ଷରୁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରାଯାଇଛି। ଏନ୍ସିଇଆର୍ଟି ଏହି ବିବାଦୀୟ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Horoscope 2026 February 27: ଜାଣନ୍ତୁ ଆଜିର ରାଶିଫଳ
କାର୍ଯ୍ୟାନୁଷ୍ଠାନ ହେବ
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏନ୍ସିଇଆର୍ଟି ପାଠ୍ୟ ପୁସ୍ତକ ବିବାଦକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଏହି ଘଟଣା ପାଇଁ ଉତ୍ତରଦାୟିତ୍ୱ ସ୍ଥିର କରାଯିବ। ‘ନ୍ୟାୟପାଳିକାରେ ଦୁର୍ନୀତି’ ଉପରେ ଏନ୍ସିଇଆର୍ଟି ପୁସ୍ତକରେ ବିବାଦୀୟ ଅଂଶକୁ ନେଇ ସୁପ୍ରିମ୍କୋର୍ଟ ତୀବ୍ର ଆପତ୍ତି ଉଠାଇବା ପରେ ଶ୍ରୀ ପ୍ରଧାନ ଏହି ମନ୍ତବ୍ୟ ଦେଇଛନ୍ତି। ପାଠ୍ୟପୁସ୍ତକ ଉପରେ ସୁପ୍ରିମ୍କୋର୍ଟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନ୍ୟାୟିକ ଦୁର୍ନୀତି ଉପରେ ଅଧ୍ୟାୟ ପ୍ରସ୍ତୁତ କରିବାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ନ୍ୟାୟପାଳିକା ପ୍ରତି କେନ୍ଦ୍ରର ସମ୍ମାନ ରହିଛି ଏବଂ କୋର୍ଟଙ୍କ ନିର୍ଦ୍ଦେଶନାମା ପାଳନ କରାଯିବ। ନ୍ୟାୟପାଳିକାକୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ। ଯାହା ଘଟିଛି ସେଥିରେ ସେ ଅତ୍ୟନ୍ତ ଦୁଃଖିତ ବୋଲି କହିଛନ୍ତି।
Follow Us