ନୂଆଦିଲ୍ଲୀ: ଭାରତୀୟ ସେନାରେ ଭାରତୀୟ ଜାଭଲିନ୍ ଖେଳାଳି ନୀରଜ ଚୋପ୍ରାଙ୍କୁ ବଡ଼ ଦାୟିତ୍ୱ ମିଳିଛି । ନୀରଜ ଚୋପ୍ରାଙ୍କୁ ଲୋକେ ଏବେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବେ ଜାଣିବେ । 

Advertisment

ବୁଧବାର ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀରଜ ଚୋପ୍ରାଙ୍କୁ କର୍ଣ୍ଣେଲ ପଦରେ ସମ୍ମାନିତ କରାଯାଇଛି । ଗତ ଏପ୍ରିଲ ୧୬ ତାରିଖରେ କ୍ରୀଡ଼ା କ୍ଷେତ୍ରରେ ନୀରଜଙ୍କ ସଫଳତା ପାଇଁ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଟେରିଟୋରିଆଲ୍ ସେନାରେ ସମ୍ମାନଜନକ କମିସନ ପ୍ରଦାନ କରିଥିଲେ। 

ଅଧିକପଢ଼ନ୍ତୁ:୨ୟ ଦିନିକିଆରେ ଭାରତକୁ ୨ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦ ପାଇବା ପରେ ନୀରଜଙ୍କ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ନୀରଜ କହିଛନ୍ତି, ‘ଏହା ମୋ ପାଇଁ ସମ୍ମାନଠାରୁ ଅଧିକ। ଏହା ମୋ ଦେଶ ପ୍ରତି ଏକ ଦାୟିତ୍ୱ। ମୋତେ ଲେଫ୍ଟନାଣ୍ଟ କର୍ଣ୍ଣେଲର ସମ୍ମାନଜନକ ପଦବୀ ପ୍ରଦାନ କରିବା ପାଇଁ ମୁଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଆଞ୍ଚଳିକ ସେନାକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ମୁଁ ଏହି ପୋଷାକ ପିନ୍ଧି ଗର୍ବିତ। ଜୟ ହୀନ୍ଦ।" 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ‘ନୀରଜ ଜଣେ ମହାନ କ୍ରୀଡ଼ାବିତ ନୁହଁନ୍ତି, ବରଂ ସେ ଭାରତୀୟ ସେନାର ମଧ୍ୟ ଜଣେ ଉତ୍ସର୍ଗୀକୃତି ସୈନିକ ।’

ଅଧିକପଢ଼ନ୍ତୁ:କମିଲା ସୁନା ଓ ରୁପା ଦର, ଭାଙ୍ଗିଲା ସର୍ବକାଳୀନ ରେକର୍ଡ

Neeraj Chopra