ବାଂଲାଦେଶରେ ନୂଆ ସଙ୍କଟ: ପ୍ରତି ୨୪ ଘଣ୍ଟାରେ ୨୦ ଜଣଙ୍କ ଜୀବନ ବିପଦରେ

ବାଂଲାଦେଶରେ ଡେଙ୍ଗୁ ପୁଣି ଥରେ ଏକ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। ପରିବର୍ତ୍ତିତ ପାଗ ଏବଂ ବର୍ଦ୍ଧିତ ଗରମ ଯୋଗୁ ଡେଙ୍ଗୁ ମାମଲା ଚିନ୍ତାଜନକ ଭାବରେ ବୃଦ୍ଧି ପାଇବାରେ ଲାଗିଛି....

New crisis in Bangladesh: 20 lives at risk every 24 hours

New crisis in Bangladesh: 20 lives at risk every 24 hours Photograph: (sambad.in)

ଢାକା: ଭାରତର ପଡ଼ୋଶୀ ଦେଶ ବାଂଲାଦେଶ ଏକ ନୂତନ ସଙ୍କଟର ସମ୍ମୁଖୀନ ହୋଇଛି। ଦେଶ ପୁଣିଥରେ ଡେଙ୍ଗୁ ପ୍ରକୋପରେ ପଡ଼ିଛି, ଏବଂ ଏଥର ବିପଦ ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ୮ ଏପ୍ରିଲ ୨୦୨୫ ସୁଦ୍ଧା, ପ୍ରତି ୨୪ ଘଣ୍ଟାରେ ହାରାହାରି ୨୦ ଜଣ ନୂତନ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି।

ଏହି ଧାରା ଏବେ ଭୟଙ୍କର ହେବାରେ ଲାଗିଛି। ବିଶେଷକରି ଦେଶରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ  ବର୍ଷା ହେଉଛି। ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (ଡିଜିଏଚଏସ)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବାରିଶାଲ ଡିଭିଜନରୁ ସର୍ବାଧିକ ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଚିଟାଗଙ୍ଗରୁ ୪ ଜଣ ରୋଗୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଢାକା ଉତ୍ତର ଏବଂ ଦକ୍ଷିଣ ସିଟି କର୍ପୋରେସନରୁ  ଜଣେ ଲେଖାଏଁ ରୋଗୀ ଏବଂ ବାକି ୪ ଜଣ ରୋଗୀ ଢାକା ଡିଭିଜନର ଅନ୍ୟ ଅଞ୍ଚଳର ବୋଲି ସୂଚନା ପ୍ରଦାନ କରାଯାଇଛି।

୨୦୨୫ ମସିହାରେ ଏପର୍ଯ୍ୟନ୍ତ ୧୯୯୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଜାନୁଆରି ୧ ରୁ ୮ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଦେଶରେ ମୋଟ ୧୯୯୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୧୪ ଜଣଙ୍କ ଜୀବନ ଯାଇଛି। ବିଶେଷଜ୍ଞଙ୍କ ମତରେ, ଏହି ସଂଖ୍ୟା ଗତ ବର୍ଷ ଘାତକ ପ୍ରମାଣିତ ହୋଇଥିବା ଭୟଙ୍କର ସ୍ଥିତିର ପ୍ରାରମ୍ଭିକ ସଙ୍କେତ ହୋଇପାରେ।

ଗତ ବର୍ଷ ୨୦୨୪ ବାଂଲାଦେଶ ପାଇଁ ଡେଙ୍ଗୁର ସବୁଠାରୁ ବିପଜ୍ଜନକ ବର୍ଷ ଥିଲା। ରେକର୍ଡ ଭାଙ୍ଗି ୧,୦୧,୨୧୪ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ଏବଂ ୫୭୫ ଜଣଙ୍କ ମୃତ୍ୟୁ ହୋଇଥିଲା। ବିଶେଷଜ୍ଞମାନେ ଏଥିପାଇଁ ଜଳବାୟୁ ପରିବର୍ତ୍ତନ, ଅନିୟନ୍ତ୍ରିତ ସହରୀକରଣ ଏବଂ ସ୍ୱଚ୍ଛ ପାଣିରେ ବଂଶବୃଦ୍ଧି କରୁଥିବା ମଶାଙ୍କ ଅନିୟନ୍ତ୍ରିତ ବୃଦ୍ଧିକୁ ଦାୟୀ କରିଥିଲେ।

ଯଦିଓ ୨୦୨୫ରେ ଡେଙ୍ଗୁ ମାମଲା ତୁଳନାତ୍ମକ ଭାବରେ ଧୀରେ ଆରମ୍ଭ ହୋଇଥିଲା। ତେବେ ଋତୁ ପରିବର୍ତ୍ତନ ସହିତ, ଡେଙ୍ଗୁ ମାମଲା ଏବେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି ଯେ, ଯଦି ଠିକ୍ ସମୟରେ କଠିନ ପ୍ରତିରୋଧକ ପଦକ୍ଷେପ ଗ୍ରହଣ କରା ନଯାଏ, ତେବେ ଚଳିତ ବର୍ଷ ମଧ୍ୟ ଗତ ବର୍ଷ ପରି କ୍ଷୟକ୍ଷତିର ପୁନରାବୃତ୍ତି ହୋଇପାରେ।

ଅଧିକ ପଢ଼ନ୍ତୁ: ପୁଣି ଯୁଦ୍ଧ ଲଢ଼ିବାକୁ ପାକିସ୍ତାନର ଷଡ଼ଯନ୍ତ୍ର: ନିୟନ୍ତ୍ରଣ ରେଖାରୁ ୧୩୦ କିଲୋମିଟର ଦୂରରେ ବଡ଼ ବିମାନବନ୍ଦର ନିର୍ମାଣ

ଡେଙ୍ଗୁ ବ୍ୟାପୁଥିବା ଏଡିସ୍ ଏଜିପ୍ଟି ମଶା ପରିଷ୍କାର ପାଣିରେ ବଂଶବୃଦ୍ଧି କରେ ଏବଂ ଦିନରେ କାମୁଡ଼େ। ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ବାରମ୍ବାର ନିବେଦନ କରୁଛନ୍ତି ଯେ, ସେମାନେ ନିଜ ଘର ଭିତରେ ଏବଂ ଚାରିପାଖରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ, ମଶାବତୀ ଏବଂ ରିପେଲାଣ୍ଟର ତଥା ମଶାରୀ ବ୍ୟବହାର କରନ୍ତୁ।  ହାଲୁକା ଏବଂ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖିବା ଭଳି ପୋଷାକ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ୨୨ ନକ୍ସଲଙ୍କ ଆତ୍ମସମର୍ପଣ: ୪ ଜଣଙ୍କ ନାମରେ ଥିଲା ୨୬ ଲକ୍ଷ ପୁରସ୍କାର

Bangladesh | Dengue Crisis 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe