Delhi Acid attack case : ଦିଲ୍ଲୀ ଏସିଡ ଆକ୍ରମଣ ଘଟଣା ସଂପୂର୍ଣ୍ଣ ମିଛ ?

ସାରାଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ଏସିଡ୍ ଆକ୍ରମଣ ଘଟଣାରେ ଏକ ନୂଆ ମୋଡ଼ ଆସିଛି । ଯେଉଁ ଛାତ୍ରୀ ଏସିଡ୍ ମାଡ଼ ଅଭିଯୋଗ ଆଣିଥିଲେ ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ପୁଲିସ ଜାଣିବାକୁ ପାଇଛି । ଅଭିଯୁକ୍ତମାନଙ୍କୁ ଫସାଇବାକୁ ଛାତ୍ରୀଙ୍କ ପିତା ଏହି ଘଟଣାର ପରିକଳ୍ପନା କରିଥିଲେ ।  

acid

A new turn in Delhi Acid Attack case Photograph: (credit tv9)

ନୂଆଦିଲ୍ଲୀ : ସାରାଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ଏସିଡ୍ ଆକ୍ରମଣ ଘଟଣାରେ ଏକ ନୂଆ ମୋଡ଼ ଆସିଛି । ଯେଉଁ ଛାତ୍ରୀ ଏସିଡ୍ ମାଡ଼ ଅଭିଯୋଗ ଆଣିଥିଲେ ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ପୁଲିସ ଜାଣିବାକୁ ପାଇଛି । ଅଭିଯୁକ୍ତମାନଙ୍କୁ ଫସାଇବାକୁ ଛାତ୍ରୀଙ୍କ ପିତା ଏହି ଘଟଣାର ପରିକଳ୍ପନା କରିଥିଲେ ।  

ପୁଲିସର ପଚରାଉଚରା ସମୟରେ, ଅଭିଯୁକ୍ତ ପିତା ଆକିଲ୍ ଖାନ ଜିତେନ୍ଦ୍ର ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ରଚନା କରିଥିବା ସ୍ୱୀକାର କରିଛନ୍ତି।  ଅକ୍ଟୋବର ୨୬ ତାରିଖ ସକାଳେ, ଭାରତ ନଗର ଅଞ୍ଚଳରେ ଜଣେ ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଲିସକୁ ଛାତ୍ରୀ କହିଥିଲେ ଯେ ଜିତେନ୍ଦ୍ର ନାମକ ବ୍ୟକ୍ତି ନିଜର ଦୁଇ ସାଥୀ ଇଶାନ ଏବଂ ଅରମାନଙ୍କ ସହିତ ଏକ ବାଇକ୍ ରେ ପହଞ୍ଚି ତାଙ୍କ ଉପରେ ଆକ୍ରମଣ କରିଥିଲେ।

ଆହୁରି ପଢନ୍ତୁ : Donald Trump : ରୁଷ ନିକଟରେ ବୁଲୁଛି ଆମର ପରମାଣୁ ଚାଳିତ ବୁଡ଼ାଜାହାଜ

ଛାତ୍ରୀଙ୍କ ବୟାନରୁ ପୁଲିସର ସଂଦେହ

କିନ୍ତୁ ଛାତ୍ରୀ ଏପରି ଟିକିନିଖି ଭାବେ ଏହି ଘଟଣାର ବର୍ଣ୍ଣନା କରିଥିଲେ ଯେ ପୁଲିସର ସଂଦେହ ହୋଇଥିଲା । ଅଧିକ ପଚରାଉଚୁରା ପରେ ସେ ପ୍ରକୃତ ସତ ମାନିଯାଇଥିଲା ଯେ ତା ପିତା ଏହି ଘଟଣାର ପରିକଳ୍ପନା କରିଥିଲେ । ପୁଣି ପୁଲିସର ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଘଟଣା ସମୟରେ ଅଭିଯୁକ୍ତମାନେ ଘଟଣାସ୍ଥଳରେ ନଥିଲେ । ଏହା ପରେ ପୁଲିସ ଅଭିଯୁକ୍ତ ଆକିଲକୁ ଗିରଫ କରିଛି । 

ଆକିଲ ବିରୋଧରେ ଜିତେନ୍ଦ୍ରର ପତ୍ନୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏହାର ପ୍ରତିଶୋଧ ନେବାକୁ ସେ ଏହି ଏସିଡମାଡ଼ ଘଟଣାର ପରିକଳ୍ପନା କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe