Toll Plaza Cashless Photograph: (sambad. in)
ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ପହିଲାରୁ ଦେଶର ବିଭିନ୍ନ ଜାତୀୟ ରାଜପଥ ଟୋଲ୍ ପ୍ଲାଜାଗୁଡ଼ିକରେ ଆଉ ଯାନବାହନରୁ ନଗଦ ଆକାରରେ ଶୁଳ୍କ ଆଦାୟ କରାଯିବ ନାହିଁ। ଟୋଲ୍ ଆଦାୟକୁ ସଂପୂର୍ଣ୍ଣ ଭାବେ କ୍ୟାସ୍ଲେସ୍ କରାଯିବ। ଅର୍ଥାତ କେବଳ ଫାଷ୍ଟାଗ୍ ଓ ୟୁପିଆଇ ମାଧ୍ୟମରେ ଟୋଲ୍ କଟିବ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିବୃତ୍ତିରେ ଏ ନେଇ ସୂଚନା ରହିଛି। ସୂଚନାଯୋଗ୍ୟ ଏବେ ଅଧିକାଂଶ ଟୋଲ୍ ପ୍ଲାଜାରେ ଫାଷ୍ଟ୍ୟାଗ୍ ବ୍ୟବସ୍ଥା ରହିଥିଲେ ମଧ୍ୟ ନଗଦ ପଇଠ ବା କ୍ୟାସ୍ ପାଇଁ ଗୋଟିଏ ଲେନ୍ ଛଡ଼ାଯାଉଛି। କିନ୍ତୁ ଏହି ବ୍ୟବସ୍ଥା ଏଣିକି ପୂରା ଉଚ୍ଛେଦ ହେବ। ଅନ୍ୟପକ୍ଷରେ ଗତ ଅଗଷ୍ଟରୁ ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ପାଇଁ ଏକକାଳୀନ ୩୦୦୦ ଟଙ୍କାର ଟୋଲ ଜମା କରିବା ପାଇଁ ଯେଉଁ ସ୍କିମ୍ ଘୋଷଣା ହୋଇଥିଲା ତାହା ଜାରି ରହିବ। ଏଥିରେ ଥରେ ୩୦୦୦ ଟଙ୍କାର ଫାଷ୍ଟ୍ୟାଗ୍ ରିଚାର୍ଜ କରି ରାଜପଥ ବ୍ୟବହାରକାରୀ ବର୍ଷକୁ ୨୦୦ଟି ଟୋଲ୍ ଗେଟ ଅତିକ୍ରମ କରି ପାରିବେ। ଏହି ସ୍କିମ୍ରେ ଏବେ ଏନ୍ଏଚ୍ଏଆଇଈର ଗ୍ରାହକ ସଂଖ୍ୟା ୫୦ ଲକ୍ଷରେ ପହଞ୍ଚିଛି।
ଆହୁରି ପଢନ୍ତୁ -Young Man Death Truck Accident ମାଡ଼ିଗଲା ଟ୍ରକ୍, ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ
Follow Us