କୋଲକାତା: ଜୀବନ ହାରିଲେ ଦୁଷ୍କର୍ମ ଅଭିଯୁକ୍ତର ଝିଆରୀ। ବହୁ ଚର୍ଚ୍ଚିତ କୋଲକାତା ଆର୍ଜି କର ମେଡିକାଲ୍ କଲେଜର ଜୁନିୟର ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟ ରାୟର ଝିଆରୀ ନିଜ ଘରେ ଜୀବନ ହାରିଥିବା ଜଣାଯାଇଛି। ବେକରେ ଦୌଡ଼ି ଲଗାଇ ମୃତକ ଜୀବନ ହାରିଥିବା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନାର ଅଲିପୁରସ୍ଥିତି ତାଙ୍କ ବାସଭବନରୁ ମୃତଦେହ ମିଳିଥିବା କହିଛି ପୁଲିସ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ପ୍ରବଳ ବର୍ଷା ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ରାଜସ୍ୱ ମନ୍ତ୍ରୀ
ଆହୁରି ପଢ଼ନ୍ତୁ: ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ସାନେ ତାକାଇଚି
ଘରେ ଏକା ଥିଲେ ମୃତକ
କୁହାଯାଉଛି ଯେ, ପୀଡିତାଜଣକ ଷଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ। ଘର ଭିତରେ ତାଙ୍କର ଝୁଲନ୍ତା ଶରୀର ମିଳିବା ପରେ ନାବାଳିକାଙ୍କୁ ତୁରନ୍ତ ନିକଟସ୍ଥ ଏସଏସକେଏମ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ଘଟିବା ସମୟରେ ଘରେ କେହି ନଥିଲେ। ମୃତକଙ୍କ ସାବତ ମାଆ ଦୀପାବଳି ପାଇଁ ବାଣ କିଣିବାକୁ ବାହାରକୁ ଯାଇଥିଲେ।
ଆହୁରି ପଢ଼ନ୍ତୁ: ନିଶା ନିବାରଣ କେନ୍ଦ୍ରରେ ଅଘଟଣ: ଯୁବକଙ୍କୁ ତଣ୍ଟି ଚିପି ମାରିଦେଲେ ୪ ଅନ୍ତେବାସୀ
ସୂଚନା ମିଳିଛି ଯେ, ପୀଡିତାଙ୍କ ମାଆ ମଧ୍ୟ କିଛି ବର୍ଷ ପୂର୍ବେ ଆତ୍ମହତ୍ୟା କରିଥିଲେ, ଯାହା ପରେ ତାଙ୍କ ବାପା ତାଙ୍କ ଶାଳୀଙ୍କୁ ବିବାହ କରିଥିଲେ। ସେବେଠାରୁ, ମୃତକ ତାଙ୍କ ମାଉସୀଙ୍କ ସହ ରହୁଥିଲେ।
ଆହୁରି ପଢ଼ନ୍ତୁ: ମହାକାଳଙ୍କ ଦର୍ଶନ ବେଳେ ହୃଦଘାତ ନେଲା ଜୀବନ, ଭାଇରାଲ ହେଉଛି ମୃତ୍ୟୁ ପୂର୍ବର ହ୍ବାଟସଆପ ଷ୍ଟାଟସ
ଆହୁରି ପଢ଼ନ୍ତୁ: କଥା ନମାନିଲେ ହମାସକୁ ମୂଳପୋଛ କରିଦେବି: ଟ୍ରମ୍ପ
ଆହୁରି ପଢ଼ନ୍ତୁ: ଆଜିଠୁ ଲାଗୁ ହେଲା ଟ୍ରମ୍ପଙ୍କ ନୂଆ H-1B ଭିସା ନିୟମ
kolkata rg kar hospital | sanjay-roy