ବାଇଡେନ-ହାରିସ୍‌ଙ୍କ ଉପରେ ହେଉନି ଗୁଳିମାଡ଼: ମସ୍କ୍‌ଙ୍କ ବିବାଦୀୟ ମନ୍ତବ୍ୟ

ରବିବାର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ପ୍ରସଙ୍ଗରେ ଏଲୋନ୍ ମସ୍କ ଏକ ଆଶ୍ଚର୍ଯ୍ୟଜନକ ତଥା ବିବାଦୀୟ ଟୁଇଟ୍ କରିଛନ୍ତି...

musk-trump

ୱାଶଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦ୍ୱିତୀୟ ଥର ପାଇଁ ଗୁଳିମାଡ଼ ହୋଇଛି। ଏହା ପରେ ବିଶ୍ୱର ଅଗ୍ରଣୀ ବ୍ୟବସାୟୀ ଏଲନ୍ ମସ୍କ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ଆଶ୍ଚର୍ଯ୍ୟଜନକ ତଥା ବିବାଦୀୟ ପୋଷ୍ଟ କରିଛନ୍ତି।

ଉଦ୍‌ବେଗ ପ୍ରକାଶ କରି ଏଲନ୍ ମସ୍କ ଏକ୍ସରେ ଲେଖିଛନ୍ତି, କମଲା ହାରିସ୍ ଏବଂ ଜୋ ବାଇଡେନଙ୍କୁ ହତ୍ୟା କରିବା ପାଇଁ କେହି ବି ଉଦ୍ୟମ କରୁନାହାନ୍ତି।

ଏଲନ୍ ମସ୍କଙ୍କ ଏହି ଟୁଇଟ୍ ନେଇ ସୋସିଆଲ ମିଡିଆରେ ଉତ୍ତେଜନା ଦେଖାଦେଇଛି। ଏନେଇ ଏକ୍ସରେ ୟୁଜରମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବାରେ ଲାଗିଛନ୍ତି। କେହି କେହି ମସ୍କକୁ ପ୍ରଶ୍ନ କରୁଥିବାବେ‌ଳେ ଅନ୍ୟ ୟୁଜରମାନେ ଏନେଇ ସମର୍ଥନ ଜଣାଉଛନ୍ତି। 

ଏଲନ୍ ମସ୍କଙ୍କ ଟୁଇଟ୍‌ରେ ଜଣେ ୟୁଜର  ପ୍ରଶ୍ନ କରିଛନ୍ତି ଟ୍ରମ୍ପଙ୍କୁ କାହିଁକି ହତ୍ୟା କରିବାକୁ ଚାହୁଁଛନ୍ତି?  ଅନ୍ୟ ଜଣେ ୟୁଜର ଏଲନ୍ ମସ୍କକୁ ଲକ୍ଷ୍ୟ କରି କହିଛନ୍ତି, 'ଆପଣଙ୍କର କ’ଣ ଭୁଲ୍ ଅଛି, କିଛି ପୋଷ୍ଟ କରିବା ପୂର୍ବରୁ ଆପଣ ଭାବୁଛନ୍ତି କି ନାହିଁ?' ଅନ୍ୟ ଜଣେ ଲେଖିଛନ୍ତି  କେହି କାହାକୁ ମାରିବାକୁ ଚେଷ୍ଟା କରୁନାହାନ୍ତି। ଏହା ବ୍ୟତୀତ ଜଣେ ବ୍ୟକ୍ତି ଲେଖିଛନ୍ତି ବାଇଡେନ ଯୁଗରେ ଟ୍ରମ୍ପଙ୍କ ବିରୋଧରେ ଅନେକ ଘଟଣା ଘଟିଛି, ତାଙ୍କୁ କାହିଁକି ବାରଣ କରାଯାଇ ନ ଥିଲା ? ଏହି ଆକ୍ରମଣ ପରେ ଟ୍ରମ୍ପ ମଧ୍ୟ ଟୁଇଟ୍ କରିଛନ୍ତି। 

ଡୋନାଲ୍ଡ ଟ୍ରମ୍ପ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ଏହି ଘଟଣା ପରେ କୌଣସି ଗୁଜବ ପ୍ରଚାର ହେବା ପୂର୍ବରୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସୁସ୍ଥ ଅଛି। ଏହି ପ୍ରସଙ୍ଗରେ ହ୍ବାଇଟ ହାଉସରୁ ଏକ ବିବୃତି ମଧ୍ୟ ଆସିଛି। ହ୍ବାଇଟ ହାଉସ କହିଛି ଯେ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ସମ୍ପର୍କରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସୂଚନା ଦିଆଯାଇଛି। ଟ୍ରମ୍ପ ସୁରକ୍ଷିତ ଥିବା ଖବର ଉପରେ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି। ଆମେରିକାରେ ହିଂସା ପାଇଁ ସ୍ଥାନ ନାହିଁ ବୋଲି କହି କମଲା ହାରିସ୍ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। 

ଦେଶର ଗୁପ୍ତଚର ଏଜେନ୍ସି ଏଫବିଆଇ ମଧ୍ୟ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ସମ୍ପର୍କରେ ଏକ ବିବୃତି ଜାରି କରିଛି। ଏଫବିଆଇ କହିଛି ଯେ ରବିବାର ଦିନ ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୨ଟା ସମୟରେ ଫ୍ଲୋରିଡାର ଇଣ୍ଟରନ୍ୟାସନାଲ ଗଲ୍ଫ କୋର୍ସ ନିକଟରେ ଗୁଳିମାଡ଼ ଘଟିଥିଲା।  

ଅଧିକ ପଢ଼ନ୍ତୁ:ଟ୍ରମ୍ପଙ୍କ ଉପରେ ପୁଣି ଆକ୍ରମଣ: ଏକେ-୪୭ରୁ ଗୁଳିମାଡ଼

ସିକ୍ରେଟ ସର୍ଭିସ କର୍ମଚାରୀମାନେ ଗୁଳି ଚଳାଇବା ଆରମ୍ଭ କରିବା ସମୟରେ ଜଣେ ବ୍ୟକ୍ତି ବୁଦା ଭିତରେ ଏକ ରାଇଫଲ ଧରି ଲୁଚିଥିବାର ଦେଖିବାକୁ ମିଳିଥିଲା। ଏଫବିଆଇ ଏହି ଘଟଣାକୁ ହତ୍ୟା ଉଦ୍ୟମ ବୋଲି କହିଛି ଏବଂ ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଅଧିକ ପଢ଼ନ୍ତୁ:ଦିଲ୍ଲୀକୁ ଫେରିଲା ଡେଙ୍ଗୁ ଆତଙ୍କ: ୨ ଆକ୍ରାନ୍ତଙ୍କ ଜୀବନ ଗଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe