ପାଟଣା: ବିହାର ପାଟନାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ହେବେ 'ନଗରଶତ୍ରୁ' ଆଉ ଗଣିବାକୁ ପଡ଼ିବ ୫୦୦ ଟଙ୍କା ଜରିମାନା । ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପାଟନା ନଗର ନିଗମ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇବା କିମ୍ବା ପାନ ଛେପ ପକାଇ ସହରକୁ ଅପରିଷ୍କାର କରୁଥିବା ବ୍ୟକ୍ତିଙ୍କୁ 'ନଗରଶତ୍ରୁ' ଭାବେ ଘୋଷଣା କରାଯିବ । କେବଳ ସେତିକି ନୁହେଁ, ନିୟମ ଉଲ୍ଲଂଘନକାରୀଙ୍କ ଉପରେ ୫୦୦ ଟଙ୍କାର ଆର୍ଥିକ ଜରିମାନା ମଧ୍ୟ ଲଗାଯିବ । ନଗର ନିଗମର ନୂତନ ନିଷ୍ପତ୍ତି ଅନୁଯାୟୀ, ସହରର ପରିମଳ ବ୍ୟବସ୍ଥାକୁ ବିଗାଡୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଫଟୋ ସର୍ବସାଧାରଣରେ ପ୍ରଦର୍ଶିତ କରାଯାଇପାରେ ।
ଆହୁରି ପଢନ୍ତୁ- Notice To Teachers: ଛାତ୍ର ପୋଡି ଘଟଣାରେ ୫ ଶିକ୍ଷକଙ୍କ ଦରମା ବନ୍ଦ, କାରଣ ଦର୍ଶାଅ ନୋଟିସ୍
ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ଏବଂ ରୋଗ ସଂକ୍ରମଣକୁ ରୋକିବା ପାଇଁ ଏହି ନିୟମ ପ୍ରଣୟନ କରାଯାଇଛି । ବିଶେଷ କରି ସରକାରୀ କୋଠା, ପାର୍କ ଏବଂ ପ୍ରମୁଖ ଛକଗୁଡ଼ିକରେ ସିସିଟିଭି ମାଧ୍ୟମରେ ନଜର ରଖାଯିବ । ପାଟନା ନଗର ନିଗମର ଏହି ଅଭିନବ ପ୍ରୟାସକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପରିବେଶବିତ୍ ମାନେ ଏହାକୁ ସ୍ୱାଗତ କରିଥିବାବେଳେ, ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅନୁରୋଧ କରାଯାଇଛି । ଯଦି କେହି ଏହି ନିୟମକୁ ଅମାନ୍ୟ କରନ୍ତି, ତେବେ ତୁରନ୍ତ ସ୍ପଟ୍ ଫାଇନ୍ ଆଦାୟ କରାଯିବାର ବ୍ୟବସ୍ଥା ହୋଇଛି ।
ଆହୁରି ପଢନ୍ତୁ- T20 World Cup 2026 : ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବିସିବିକୁ କହିଲା ଆଇସିସି
ତେବେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ପ୍ରାୟ ୩,୩୦୦ଟି ସିସିଟିଭି କ୍ୟାମେରା ଲୋକଙ୍କ ଉପରେ ନଜର ରଖିବ । ଛେପ ପକାଉଥିବା ବ୍ୟକ୍ତିଙ୍କ ଫଟୋକୁ ସହରର ବିଭିନ୍ନ ଛକରେ ଥିବା ଡିଜିଟାଲ୍ ସ୍କ୍ରିନ୍ରେ ଦେଖାଯିବ । ପାଟନା ଜଙ୍କସନ ସହ ସଂଯୋଗ କରୁଥିବା ସବ୍ୱେରେ ଏହି ନିୟମ ଅଧିକ କଡ଼ାକଡ଼ି କରାଯାଇଛି । ଯେଉଁଠାରେ କିଛି ସ୍ଥାନରେ ଜରିମାନା ୧,୦୦୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ହୋଇପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/06/spitting-in-public-2026-01-06-19-48-51.jpg)