ଏବେ ଭୂକମ୍ପ-ସୁନାମି ପୂର୍ବରୁ ମିଳିବ ସୂଚନା: ଶ୍ରୀହରିକୋଟାରୁ ନିସାର ଉତକ୍ଷେପଣ

ପୃଥିବୀକୁ ନିରୀକ୍ଷଣ ପାଇଁ ଏନଆଇଏସଏଆର ଏକ ବୈପ୍ଲବିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହାକୁ ଭୂକମ୍ପ, ସୁନାମି, ଆଗ୍ନେୟଗିରି ଏବଂ ଭୂସ୍ଖଳନ ଭଳି ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟର ସମୟୋଚିତ ସତର୍କତା ଦେବା ପାଇଁ ଡିଜାଇନ୍ କରାଯାଇଛି...

ଅଦ୍ୟତନ ହୋଇଛି
Now information will be available before earthquakes and tsunamis: Nisar launch from Sriharikota

Now information will be available before earthquakes and tsunamis: Nisar launch from Sriharikota Photograph: (sambad.in)

ଶ୍ରୀହରିକୋଟା: ଜୁଲାଇ ୩୦ ବୁଧବାର ଭାରତ ଏବଂ ସମଗ୍ର ବିଶ୍ୱ ପାଇଁ ଏକ ଐତିହାସିକ ଦିନ ପାଲଟିଛି। ନାସା ଏବଂ ଇସ୍ରୋର ମିଳିତ ପ୍ରକଳ୍ପ, ଏନଆଇଏସଏଆର(ନିସାର) (ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର) ସାଟେଲାଇଟ୍ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି।

ଏହି ଉତ୍‌କ୍ଷେପଣ ସନ୍ଧ୍ୟା ୫ଟା ୪୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ କରାଯାଇଛି। ଏହାକୁ ଭାରତର ମହାକାଶ ବିଜ୍ଞାନରେ ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି।

ଅଧିକ ପଢ଼ନ୍ତୁ: ସେନା ଗାଡ଼ି ଉପରେ ପଥର ଖସିଲା: ୨ ଅଧିକାରୀ ସହିଦ, ୩ ଗୁରୁତର ଆହତ

ପୃଥିବୀକୁ ନିରୀକ୍ଷଣ ପାଇଁ ଏନଆଇଏସଏଆର ଏକ ବୈପ୍ଲବିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହାକୁ ଭୂକମ୍ପ, ସୁନାମି, ଆଗ୍ନେୟଗିରି ଏବଂ ଭୂସ୍ଖଳନ ଭଳି ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟର ସମୟୋଚିତ ସତର୍କତା ଦେବା ପାଇଁ ଡିଜାଇନ୍ କରାଯାଇଛି।

Screenshot 2025-07-30 181150

ଏହି ଉପଗ୍ରହକୁ "ପୃଥିବୀର ଏମଆରଆଇ ସ୍କାନର୍" ମଧ୍ୟ କୁହାଯାଉଛି କାରଣ ଏହା ପୃଥିବୀ ପୃଷ୍ଠର ସୂକ୍ଷ୍ମ ଚିତ୍ର ନେଇପାରି। ଏହା ମାତ୍ର ଏକ ସେଣ୍ଟିମିଟର ସ୍ତରରୁ ମଧ୍ୟ ପୃଥିବୀର ପରିବର୍ତ୍ତନଗୁଡ଼ିକୁ ଧରିପାରିବ।

ଅଧିକ ପଢ଼ନ୍ତୁ: ରେଖା-ଜୟା ନୁହନ୍ତି, ଅମିତାଭଙ୍କ ପ୍ରଥମ ପ୍ରେମ ଅନ୍ୟ ଜଣେ: ଜାଣନ୍ତୁ ସେ କିଏ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe