ନୂଆଦିଲ୍ଲୀ: ଫୋନ୍ର ଲୋକେସନ ଟ୍ରାକ୍ କରିବା ଲାଗି କେନ୍ଦ୍ର ସରକାର ଏକ ଉପଗ୍ରହ ଆଧାରିତ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଏହା ଜରିଆରେ ଆଇନ ପ୍ରଣୟନକାରୀ ଏଜେନ୍ସି ଓ ବିପର୍ଯ୍ୟୟ ପରିଚାଳନା ସହ ଜଡ଼ିତ ଅଧିକାରୀମାନେ ମୋବାଇଲ୍ ଫୋନ୍ ବ୍ୟବହାରକାରୀମାନଙ୍କ ଲୋକେସନ୍ (ଉପସ୍ଥିତି ସ୍ଥାନ) ଟ୍ରାକ୍ କରିପାରିବେ। ବାଧ୍ୟତାମୂଳକ ଭାବେ ‘ଏ-ଜିପିଏସ୍’ ପ୍ରଯୁକ୍ତି କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ଭାରତୀୟ ସେଲ୍ୟୁଲାର ଅପରେଟର ସଂଘ (ସିଓଏଆଇ) ପ୍ରସ୍ତାବ ଦେଇଥିଲା। ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପ୍ରକୃତ ସ୍ଥିତି ଜାଣିବା ଲାଗି ଏହି ପ୍ରଯୁକ୍ତିରେ ଉପଗ୍ରହ ଓ ମୋବାଇଲ୍ ତଥ୍ୟକୁ ବ୍ୟବହାର କରଯାଇଥାଏ। ପାଞ୍ଚ ବର୍ଷ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସେଦିଗରେ କୌଣସି ପଦକ୍ଷେପ ନେଉନାହିଁ। ଏହା ଉଭୟ ମୋବାଇଲ୍ ଅପରେଟର ଓ ଡିଭାଇସ୍ ନିର୍ମାତାଙ୍କ ସହ ଆଲୋଚନା କରିଥଲା। ତେବେ ଲୋକମାନଙ୍କ ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନ ହେବା ଆଶଙ୍କା ଥିବାରୁ ଏହି ପ୍ରସ୍ତାବକୁ ସରକାର କାର୍ଯ୍ୟକାରୀ କରିବାକୁ ଅମଙ୍ଗ ହେଉଛନ୍ତି।
Education: ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଆଧାର: କେନ୍ଦ୍ରମନ୍ତ୍ରୀ
ଆପଲ୍ ଓ ସାମସଙ୍ଗ ଭଳି ଡିଭାଇସ୍ ନିର୍ମାତା ମଧ୍ୟ ଏହି ପ୍ରସ୍ତାବରେ ସହମତ ହେଉନାହାନ୍ତି। ଉପଗ୍ରହ ଆଧାରିତ ପ୍ରକୃତ ସ୍ଥିତି ଟ୍ରାକିଂ ପାଇଁ ବ୍ୟବହାରକାରୀଙ୍କ ଆଗୁଆ ଅନୁମତିର ଆବଶ୍ୟକତା ରହିଛି। ସର୍ବଦା ଫୋନ୍ର ଲୋକେସନ୍ ଟ୍ରାକ୍ ହେଲେ ହ୍ୟାକର୍ମାନେ ତାହାକୁ ଅପବ୍ୟବହାର କରିବା ଆଶଙ୍କା ରହିଛି। ଏହି ପ୍ରସଙ୍ଗ ଏଭଳି ଏକ ସମୟରେ ସାମନାକୁ ଆସିଛି ଯେତେବେଳେ ସଞ୍ଚାର ସାଥୀ ଆପ୍କୁ ଫୋନ୍ରେ ଆଗୁଆ ଇନ୍ଷ୍ଟଲ୍ କରିବା ସମ୍ପର୍କିତ ନିର୍ଦ୍ଦେଶକୁ ସରକାର ଚାପରେ ପଡ଼ି ପ୍ରତ୍ୟାହାର କରିଛନ୍ତି।
Library Conference: ଜ୍ଞାନ ବୃଦ୍ଧି କରିବା ଦିଗରେ ପାଠାଗାରର ପ୍ରମୁଖ ଭୂମିକା ରହିଛି: ବାଚସ୍ପତି
ବର୍ତ୍ତମାନ ସମୟରେ ମୋବାଇଲ୍ ଟାୱାର ଜରିଆରେ ଫୋନ୍କୁ ଟ୍ରାକ୍ କରିବାର ସୁବିଧା ରହିଛି। ସେଥିରେ କିନ୍ତୁ ଫୋନ୍କୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପ୍ରକୃତ ସ୍ଥିତି ଜଣାପଡ଼ିନଥାଏ। କେବଳ କେଉଁ ଅଞ୍ଚଳରେ ସେ ରହିଛନ୍ତି ତାହା ଜଣାପଡ଼େ। କିନ୍ତୁ ନୂଆ ଉପଗ୍ରହ ଆଧାରିତ ପ୍ରଯୁକ୍ତିରେ ବ୍ୟକ୍ତି ଜଣକ ପ୍ରକୃତରେ କେଉଁଠାରେ ଅଛନ୍ତି ତାହା ସଙ୍ଗେ ସଙ୍ଗେ ଜଣାପଡ଼ିଯିବ। ଯଦିଓ ଅପରାଧୀଙ୍କୁ ଧରିବା ଲାଗି ଏହା ବେଶ୍ ଉପାଦେୟ ହେବ ବୋଲି କୁହାଯାଉଛି, କିନ୍ତୁ ଏହି ବ୍ୟବସ୍ଥାର ବ୍ୟାପକ ଅପବ୍ୟବହାର ହେବା ଆଶଙ୍କା ମଧ୍ୟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/08/dagdgagdaczvcv-2025-12-08-00-48-56.jpg)