ଭାରତ ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ଆଶଙ୍କା!: ବିଶ୍ବର ଆଣବିକ ଶକ୍ତି ଥିବା ଦେଶ କାହା ପଟେ ଅଛନ୍ତି, ଜାଣନ୍ତୁ...

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ନେଇ ବିଶ୍ବସ୍ତରରେ ଚିନ୍ତା ସୃଷ୍ଟି ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଧମକ ଦେଇଥିଲା। ଆମେରିକା ଏବଂ ଇସ୍ରାଏଲ ଭାରତକୁ ସମର୍ଥନ କରିଛନ୍ତି। ଚୀନ୍ ପାକିସ୍ତାନ ସପକ୍ଷରେ ରହିଛି...

Nuclear war between India and Pakistan is imminent!: Whose side is the world's nuclear power? Find out...

Nuclear war between India and Pakistan is imminent!: Whose side is the world's nuclear power? Find out... Photograph: (sambad.in)

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ସମଗ୍ର ବିଶ୍ବସ୍ତରରେ ବ୍ୟାପିବାରେ ଲାଗିଛି।  ଦୁଇଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢ଼ିବା ସହିତ ସମଗ୍ର ବିଶ୍ବ ଦୁଇ ଭାଗ ହେବାରେ ଲାଗିଛି। ଭିନ୍ନ ଭିନ୍ନ ଦେଶ ଉଭୟ ଦେଶର ସପକ୍ଷରେ ଛିଡା ହେବା ଆରମ୍ଭ କରିଛନ୍ତି। ଭାରତୀୟ ସେନା ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ପାକିସ୍ତାନ ଧମକ ଦେବା ଜାରି ରଖିଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ନେଇ ବିଶ୍ବସ୍ତରରେ ଚିନ୍ତା ସୃଷ୍ଟି ହୋଇଛି। ପହଲଗାମ  ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଧମକ ଦେଇଥିଲା। ଆମେରିକା ଏବଂ ଇସ୍ରାଏଲ ଭାରତକୁ ସମର୍ଥନ କରିଛନ୍ତି। କିନ୍ତୁ ଚୀନ୍ ପାକିସ୍ତାନ ସପକ୍ଷରେ ରହିଛି।  ଯୁଦ୍ଧ ହେଲେ ଏହା କେବଳ  ଭାରତ ପାକିସ୍ତାନ ମଧ୍ୟରେ ସୀମିତ ରହିବ ନାହିଁ। ଏହା ସମଗ୍ର ବିଶ୍ବକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।

ସମ୍ପ୍ରତି ବିଶ୍ବରେ ୯ଟି ଆଣବିକ ଅସ୍ତ୍ରଶସ୍ତ୍ର ରଖିଥିବା ଦେଶ ରହିଛନ୍ତି। ସେସବୁ ଦେଶ ମଧ୍ୟରେ ଆମେରିକା, ଇସ୍ରାଏଲ, ଚୀନ୍, ଫ୍ରାନ୍ସ, ବ୍ରିଟେନ୍, ରୁଷିଆ, ଭାରତ, ପାକିସ୍ତାନ ଏବଂ ଉତ୍ତର କୋରିଆ ରହିଛନ୍ତି। ଚୀନ୍, ଉତ୍ତରକୋରିଆ ଏବଂ ପାକିସ୍ତାନକୁ ଛାଡିଦେଲେ ଅନ୍ୟ ସମସ୍ତ ଆଣବିକ ଶକ୍ତି ସମ୍ପନ୍ନ ଦେଶ ସହିତ ଭାରତର ଭଲ ସମ୍ପର୍କ ରହିଛି।

ଯଦି ଯୁଦ୍ଧ ହୁଏ ତେବେ ଆମେରିକା ଏବଂ ଇସ୍ରାଏଲ ଭାରତକୁ  ସମର୍ଥନ କରିବେ ବୋଲି ସଙ୍କେତ ଦେଇଛନ୍ତି। ମଙ୍ଗଳବାର ଆମେରିକା  ସଦନର ଅଧ୍ୟକ୍ଷ ମାଇକ  ଜନସନ  କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିଛନ୍ତି।  ଏହା ସହିତ ସେ କହିଛନ୍ତି ସମ୍ଭାବ୍ୟ ପ୍ରତିକୂଳ ସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ୍ ପ୍ରଶାସନ ଆବଶ୍ୟକ ସହାୟତା ଯୋଗାଇ ଦେବେ। ଏଥିରୁ ସ୍ପଷ୍ଟ ହୋଇଛି, ଆମେରିକା ଭାରତ ସହିତ ରହିଛି।

ସେହିପରି ଇସ୍ରାଏଲ ଭାରତକୁ ଖୋଲାଖୋଲି ସମର୍ଥନ କରିଛି। କିଛି ଖବରରେ  ଉଲ୍ଲେଖ କରାଯାଇଛି ଯେ, କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପ‌ରେ ଏକ ଇସ୍ରାଏଲ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଥିରୁ ସଙ୍କେତ ମିଳୁଛି ଇସ୍ରାଏଲ ଭାରତ ସପକ୍ଷରେ ରହିଛି।

ଅଧିକ ପଢ଼ନ୍ତୁ: ରାସ୍ତାଘାଟ ଶୂନ୍‌ଶାନ୍, ବ୍ଲାକ୍‌ଆଉଟ୍ ଘୋଷଣା: ଭାରତ ଭୟରେ ପାକିସ୍ତାନର ଏହି ସହରରେ ଲକଡାଉନ୍ ଭଳି ସ୍ଥିତି

ତେବେ ଚୀନ୍ ପକ୍ଷରୁ ପାକିସ୍ତାନକୁ ସହଯୋଗ କରାଯିବାର ସମ୍ଭାବନା ରହିଛି। କାରଣ ପାକିସ୍ତାନରରେ ଚୀନ୍‌ର ବହୁ ପ୍ରକଳ୍ପ ଜାରି ରହିଛି।  ଭାରତ ସହିତ ଯୁଦ୍ଧ ହେଲେ ଚୀନ୍‌ର ଆର୍ଥିକ କ୍ଷତି ହେବାର ଆଶଙ୍କା ରହିଛି। ତେଣୁ ଚୀନ୍ ପାକିସ୍ତାନ ସପକ୍ଷରେ ରହିବାର  ଆଶା ରହିଥିବା କୁହାଯାଉଛି। ସେହିପରି ଯୁଦ୍ଧ ସ୍ଥିତିରେ ଉତ୍ତରକୋରିଆ ମଧ୍ୟ ପାକିସ୍ତାନକୁ ସହଯୋଗ କରିପାରେ ବୋଲି ଅନୁମାନ କରାଯାଉଛି।

କେତେକ ଆଣବିକ ଶକ୍ତି ସମ୍ପନ୍ନ ଦେଶ ଯୁଦ୍ଧକୁ ଏଡାଇବା ସହିତ ଉଭୟ ଦେଶ ସଂଯମତା ପ୍ରଦର୍ଶନ କରିବା ଜରୁରୀ ବୋଲି ଜୋର୍ ଦେଉଛନ୍ତି। ଫ୍ରାନ୍ସ, ବ୍ରିଟେନ୍ ଏବଂ ରୁଷିଆ ଭାରତ ଏବଂ ପାକିସ୍ତାନକୁ ଯୁଦ୍ଧରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଫ୍ରାନ୍ସ, ବ୍ରିଟେନ୍ ଏବଂ ରୁଷିଆର ଉଭୟ ଭାରତ ଏବଂ ପାକିସ୍ତାନ ସହିତ ଭଳ ସମ୍ପର୍କ ରହିଛି।

ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣର ୩ ଦିନ ପୂର୍ବରୁ ମୋଦୀଙ୍କ ପାଖରେ ଥିଲା ସୂଚନା, ସେଥିପାଇଁ ଗଲେନି କଶ୍ମୀର: ଖଡ୍‌ଗେ

India | pakistan 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe