nuclear weapons Photograph: (sambad.in)
ୱାସିଂଟନ: ଫ୍ରାନ୍ସ ପ୍ରେସ୍ ଏଜେନ୍ସି (ଏଏଫ୍ପି) ଅନୁଯାୟୀ, ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଜେନେଭାରେ ଆମେରିକା ପରମାଣୁ ଅସ୍ତ୍ର ବିଷୟରେ ଆଲୋଚନା କରୁଛି। ଆମେରିକା ଓ ରୁଷ ମଧ୍ୟରେ ପରମାଣୁ ଅସ୍ତ୍ର ନିୟୋଜନକୁ ସୀମିତ କରୁଥିବା ନ୍ୟୁ ଷ୍ଟାର୍ଟ ଚୁକ୍ତିନାମାର ଅବଧି ଫେବ୍ରୁଆରି ୫ ତାରିଖରେ ସମାପ୍ତ ହେବା ପରେ ଏହି ବୈଠକ ହେଉଛି।
ଆମେରିକାର ଜଣେ ବରିଷ୍ଠ ଷ୍ଟେଟ୍ ଡିପାର୍ଟମେଣ୍ଟ ଅଧିକାରୀ କହିଛନ୍ତି, ସେମାନେ ସୋମବାର ଦିନ ଏକ ରୁଷ ପ୍ରତିନିଧିମଣ୍ଡଳୀ ସହିତ ସାକ୍ଷାତ କରିଥିଲେ । ଫେବ୍ରୁଆରି ୨୪ ରେ ଏକ ଚୀନ୍ ପ୍ରତିନିଧିମଣ୍ଡଳୀ ସହିତ ସାକ୍ଷାତ କରିବେ। ଅଧିକାରୀ ଜଣକ କହିଛନ୍ତି,ଚଳିତ ମାସ ଆରମ୍ଭରେ ନ୍ୟୁ ଷ୍ଟାର୍ଟ ଚୁକ୍ତିନାମାର ମିଆଦ ଶେଷ ହୋଇଯାଇଛି। ଏହା ପରେ, ୱାଶିଂଟନରେ ରୁଷ ଏବଂ ଚୀନ୍ ସହିତ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଜେନେଭା ବୈଠକ ଅଧିକ ଗୁରୁତ୍ବପୂର୍ଣ୍ଣ।। ଆମେରିକା ମଧ୍ୟ ସମ୍ପ୍ରତି ଯୁକ୍ତରାଜ୍ୟ ଏବଂ ଫ୍ରାନ୍ସ ସହିତ ଅନେକ ପର୍ଯ୍ୟାୟ ଆଲୋଚନା କରିଛି।
ଆହୁରି ପଢନ୍ତୁ- Rain: ଭୁବନେଶ୍ବରରେ କାଳବୈଶାଖୀ: ହୋର୍ଡିଂ ଭୁଶୁଡ଼ି ଜଣଙ୍କର ମୃତ୍ୟୁ, ଝଡ଼-ବର୍ଷାରେ ଗଛ ଭାଙ୍ଗିଲା
ବର୍ତ୍ତମାନ ଚୀନ୍ ପାଖରେ ଆମେରିକା ଓ ରୁଷ ତୁଳନାରେ କମ୍ ପରମାଣୁ ଅସ୍ତ୍ର ଅଛି। କିନ୍ତୁ ସେସବୁର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି କରୁଛି। ଚୀନ୍ ନୂତନ ତିନି-ରାଷ୍ଟ୍ରୀୟ ଚୁକ୍ତିନାମାରେ ଯୋଗଦେବାକୁ ସାର୍ବଜନୀନ ଭାବରେ ମନା କରିଦେଇଛି।ରୁଷିଆ,ଆମେରିକା,ଚୀନ୍,ଫ୍ରାନ୍ସ,ଯୁକ୍ତରାଜ୍ୟ,ଭାରତ,ପାକିସ୍ତାନ,ଇସ୍ରାଏଲ ଓ ଉତ୍ତର କୋରିଆ ଆଦି ୯ ଟି ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛି। ତେବେ ଇସ୍ରାଏଲ ନିଜ ପାଖରେ ପରମାଣୁ ଅସ୍ତ୍ର ଥିବା ସ୍ୱୀକାର କରୁ ନାହିଁ।
ଆହୁରି ପଢନ୍ତୁ- Education: ବିଦ୍ୟାଳୟରେ ଛାତ୍ର ପୋଡି ଘଟଣା: ଆଖିବୁଜିଲେ ବିରେନ୍ ଟାକ୍ରି
Follow Us