SUDAN CRISIS : ଆଫ୍ରିକୀୟ ଦେଶ ସୁଦାନରେ ଜଣେ ଓଡ଼ିଆ ଯୁବକଙ୍କୁ ଅପହରଣ କରିନେଇଛନ୍ତି । ଅପହୃତ ଯୁବକଙ୍କ ନାଁ ଆଦର୍ଶ ବେହେରା । ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି । ତାଙ୍କୁ ସଶସ୍ତ୍ର ରାପିଡ୍ ସପୋର୍ଟ ଫୋର୍ସ (RSF)ର ଲୋକମାନେ ଅପହରଣ କରିନେଇଛନ୍ତି ।
ଏହି ଅପହରଣ ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ଆଦର୍ଶ ଦୁଇଜଣ ଆରଏସଏଫ ବିଦ୍ରୋହୀଙ୍କ କବଳରେ ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ପଚାରୁଛି ଯେ ତୁମେ କଣ ଶାହରୁଖ ଖାଁଙ୍କୁ ଜାଣିଛ ? ଅନ୍ୟ ଜଣେ ସୈନିକ ତାଙ୍କୁ ଡାଗାଲୋଙ୍କୁ ପ୍ରସଂଶା କରିବାକୁ କହୁଛି । ମହମ୍ମଦ ହମଦାନ ଡାଗାଲୋ ହେଉଛନ୍ତି ଆରଏସଏଫର ନେତା ।
ଏନଡିଟିଭିର ଏକ ରିପୋର୍ଟ ଅନୁସାରେ ୩୬ ବର୍ଷୀୟ ବେହେରାଙ୍କୁ ଖାର୍ତୁମ୍ ଠାରୁ ୧୦୦୦ କିଲୋମିଟର ଦୂରରେ ଥିବା ଅଲ୍ ଫାସିର୍ ସହରରୁ ଅପହରଣ କରାଯାଇଥିଲା। ସେଠାରୁ ତାଙ୍କୁ ନାୟାଲା ସହରକୁ ନିଆଯାଇଥିଲା, ଯାହା ଆରଏସଏଫର ଏକ ଗଡ଼ ଏବଂ ଦକ୍ଷିଣ-ପଶ୍ଚିମ ସୁଡାନର ଦକ୍ଷିଣ ଦାରଫୁରର ରାଜଧାନୀ, ଖାର୍ତୁମ୍ ଠାରୁ ୧୨୦୦ କିଲୋମିଟର ଦୂରରେ ଅବସ୍ଥିତ । ବେହେରା ୨୦୨୨ ମସିହାରେ ସୁଡାନରେ ସୋକରାତି ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଥିଲେ ।
ଆହୁରି ପଢନ୍ତୁ : Russian Oil : ଧରାପଡ଼ିଲା ଟ୍ରମ୍ପଙ୍କ ମିଛ, ରୁଷରୁ ତେଲ କିଣା ବଢାଇଛି ଭାରତ
ଆଦର୍ଶଙ୍କ ଅପହରଣ ସଂପର୍କରେ ସୁଦାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରାଯାଇନାହିଁ । ସେହିପରି ଆଦର୍ଶଙ୍କ ମୁକ୍ତି ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଓ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଏକ୍ସ ମାଧ୍ୟମରେ ନିବେଦନ କରିଛନ୍ତି । ଏହି ମାମଲା କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ନିକଟରେ ଉଠାଇବାକୁ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଅନୁରୋଧ କରିଛନ୍ତି ।
Deeply concerning that Adarsh Behera from Jagatsinghpur district who was working at a factory in Sudan was kidnapped by rebel forces.
— Bhakta Charan Das (@BhaktaCharanDas) November 3, 2025
I urge CM @MohanMOdisha to take up the matter with EAM @DrSJaishankar and coordinate his release. https://t.co/5trpGajOnl
ସୁଦାନ ଗୃହଯୁଦ୍ଧ
ସୁଦାନ ହେଉଛି ଏପରି ଏକ ଦେଶ ଯେଉଁଠାରେ ୨୦୨୩ରୁ ସୁଦାନିଜ୍ ସଶସ୍ତ୍ର ବାହିନୀ (ଏସଏଫ) ଏବଂ ଆରଏସଏଫ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଜାରି ରହିଛି। ରାଜଧାନୀ ଖାର୍ତୁମ୍ ଏହି ଭୟଙ୍କର ସଂଘର୍ଷର କେନ୍ଦ୍ରସ୍ଥଳ ହୋଇଛି, ଯାହା ଦ୍ବାରା ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ମୃତାହତ ହୋଇସାରିଲେଣି ଓ ୧୩ ନିୟୁତରୁ ଅଧିକ ଲୋକଙ୍କୁ ବାସହୀନ ହୋଇଛନ୍ତି ।
It is distressing to learn about the abduction of Adarsh Behera from Jagatsinghpur, who was working in a factory in Sudan and has reportedly been taken hostage by rebel forces.
— Sofia Firdous (@sofiafirdous1) November 3, 2025
I urge Hon’ble CM @MohanMOdisha to take up the matter with Hon’ble EAM @DrSJaishankar and ensure all…
ଆହୁରି ପଢନ୍ତୁ :Bihar Election 2025: ନେତାଙ୍କ ନୂଆ ଠିକଣା ବିହାର: ନିର୍ବାଚନ ପାଇଁ ବିହାର ମୁହାଁ ରାଜନେତା… ପ୍ରଚାରରେ କମ୍ପୁଛି ପୂରା ରାଜ୍ୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/03/sudan-2025-11-03-21-35-26.jpg)