ବଡ଼ଦିନରେ ୟୁକ୍ରେନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କଲା ରୁଷିଆ

ବଡ଼ଦିନରେ ରୁଷିଆ ପକ୍ଷରୁ ହୋଇଥିବା ବଡ଼ ଧରଣର କ୍ଷେପଣାସ୍ତ୍ର ଆକ୍ରମଣ ୟୁକ୍ରେନର ଉତ୍ତର-ପୂର୍ବ ସହର ଖାର୍କିଭରେ ସର୍ବାଧିକ କ୍ଷତି ଘଟାଇଛି। ସହରର ମେୟର ଟେଲିଗ୍ରାମରେ ଲେଖିଛନ୍ତି ଯେ, ଖାର୍କିଭ ଉପରେ ବ୍ୟାପକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି...

large-scale air strike on Ukraine

large-scale air strike on Ukraine Photograph: (Sambad.in)

କିଭ୍: ବଡ଼ଦିନ, ଡିସେମ୍ବର ୨୫ରେ ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଛି। କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରାଯାଇଛି। ରୁଷିଆର ଆକ୍ରମଣ ୟୁକ୍ରେନର ଉତ୍ତର-ପୂର୍ବ ସହର ଖାର୍କିଭରେ ସର୍ବାଧିକ କ୍ଷତି ଘଟାଇଛି।

ଖାର୍କିଭ ମେୟର ଟେଲିଗ୍ରାମରେ ଲେଖିଛନ୍ତି, ସହରରେ ବ୍ୟାପକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଅନେକ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବେ ମଧ୍ୟ ସହର ଆଡକୁ ଗତି କରୁଛି ବୋଲି ସେ କହିଛନ୍ତି।

ଆଞ୍ଚଳିକ ଗଭର୍ଣ୍ଣର ଓଲେହ ସିନିହୁବୋଭ କହିଛନ୍ତି ଯେ, ସେ ରୁଷିଆ ପକ୍ଷରୁ ସାତୋଟି ଆକ୍ରମଣ ହୋଇଥିବା ଗଣନା କରିଛନ୍ତି। ଆକ୍ରମଣ ଯୋଗୁ ଆହତଙ୍କ ସଂଖ୍ୟା ମଧ୍ୟ ଆକଳନ କରାଯାଉଛି।

ଏହାପୂର୍ବରୁ, ୟୁକ୍ରେନ ବାୟୁସେନା ରିପୋର୍ଟ କରିଥିଲା ​ଯେ, ରୁଷିଆର ଟିୟୁ-୯୫ ବୋମା ବର୍ଷଣକାରୀ ଯୁଦ୍ଧ ବିମାନ ରାତିରେ ଉଡ଼ି ବୋମାମାଡ଼ କରିଥିଲା।ଏହା ପରେ ଘୋଷଣା କରାଯାଇଥିଲା ଯେ, କୃଷ୍ଣସାଗରରୁ କାଲିବର କ୍ରୁଜ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି। ତେବେ ପ୍ରଥମେ କ୍ଷେପଣାସ୍ତ୍ର କେଉଁ ଆଡେ ଯାଉଥିଲା ତାହା ଜଣା ପଡି ନ ଥିଲା।

ଏହି ଆକ୍ରମଣରେ ଅଗ୍ନିକାଣ୍ଡ ଘଟି ସାଧାରଣ ନାଗରିକଙ୍କ ଘର ନଷ୍ଟ ହୋଇଯାଇଥିବା ରାଜ୍ୟପାଳ ସିନିହୁବୋଭ ସୂଚନା ଦେଇଛନ୍ତି। ଦୁଇ ଜଣ ଲୋକ ଆହତ ହୋଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସେ କହିଛନ୍ତି। ଖାର୍କିଭ୍ ସହର ରୁଷିଆ ସୀମାଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାୟ ତିନି ବର୍ଷ ଧରି ଚାଲିଆସୁଥିବା ଯୁଦ୍ଧ ସମୟରେ ଏହା କ୍ରମାଗତ ଏୟାର ଷ୍ଟ୍ରାଇକ୍‌ର ସମ୍ମୁଖୀନ ହେଉଛି।

ଅଧିକ ପଢ଼ନ୍ତୁ: କିଏ ହେବେ ପାଳକମନ୍ତ୍ରୀ ?: ମହାୟୁତିରେ ମହାଯୁଦ୍ଧ ଜାରି

ରୁଷିଆ ଗତ କିଛି ମାସ ମଧ୍ୟରେ ୟୁକ୍ରେନ ଭିତରେ ବିଭିନ୍ନ ଅଞ୍ଚଳ ଦଖଲ କରି ନିୟନ୍ତ୍ରଣ ବୃଦ୍ଧି କରିଛି। ଆମେରିକାରେ ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଯଥାସମ୍ଭବ ୟୁକ୍ରେନ ଅଞ୍ଚଳକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।

ଏହାପୂର୍ବରୁ, ଖାର୍କିଭ୍ ମେୟର ଖ୍ରୀଷ୍ଟମାସ ଅବସରରେ ଘୋଷଣା କରିଥିଲେ ଯେ, ଫେବୃଆରୀ ୨୦୨୨ରେ ରୁଷିଆ ଆକ୍ରମଣ ପରେ ପ୍ରଥମ ଥର ପାଇଁ ସହରକୁ ଆଲୋକରେ ସଜାଯିବ। କିଛି ଦିନ ପୂର୍ବରୁ, ଡିସେମ୍ବର ୨୦ରେ, ରୁଷିଆ କିଭ୍‌ରେ ପାଞ୍ଚଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏହି କାରଣରୁ ଏକ ଅଟ୍ଟାଳିକାରେ ନିଆଁ ଲାଗିଯାଇ ଅନେକ ଲୋକ ଆହତ ହୋଇଥିଲେ। ଅନେକ ବିଦେଶୀ ଦୂତାବାସ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ଅଧିକ ପଢ଼ନ୍ତୁ: ବ୍ୟାନର-ପୋଷ୍ଟର ୱାର୍: ଫଡନାଭିସଙ୍କୁ ଚିଠି ଲେଖିଲେ ଆଦିତ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe