On Gandhi’s 78th death anniversary: ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ବିବାଦୀୟ ମନ୍ତବ୍ୟକୁ ସମାଲୋଚନା

Advertisment

ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥି ଅବସରରେ କଂଗ୍ରେସ ନେତା ଜୟରାମ ରମେଶ ଶୁକ୍ରବାର ଜବାହାରଲାଲ ନେହେରୁ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଲେଖାଯାଇଥିବା ଦୁଇଟି ଚିଠି ପ୍ରକାଶ କରିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥି ଅବସରରେ କଂଗ୍ରେସ ନେତା ଜୟରାମ ରମେଶ ଶୁକ୍ରବାର ଜବାହାରଲାଲ ନେହେରୁ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଲେଖାଯାଇଥିବା ଦୁଇଟି ଚିଠି ପ୍ରକାଶ କରିଛନ୍ତି।

Untitled-18.jpg

Photograph: (google)

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥି ଅବସରରେ କଂଗ୍ରେସ ନେତା ଜୟରାମ ରମେଶ ଶୁକ୍ରବାର ଜବାହାରଲାଲ ନେହେରୁ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଲେଖାଯାଇଥିବା ଦୁଇଟି ଚିଠି ପ୍ରକାଶ କରିଛନ୍ତି। ୧୯୪୮ ମସିହାରେ ଲେଖାଯାଇଥିବା ଏହି ଚିଠି‌ରେ ନେହରୁ ଓ ପଟେଲ ଆର୍‌ଏସ୍‌ଏସ୍‌, ହିନ୍ଦୁ ମହାସଭାକୁ ତୀବ୍ର ସମାଲୋଚନା କରିବା ସହିତ ଏହାର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିଲେ।

ଆହୁରି ପଢ଼ନ୍ତୁ: ଇରାନ ଅଭିମୁଖେ ବଡ଼ ଜାହାଜ ଯାଉଥିବା ଟ୍ରମ୍ପଙ୍କ ଧମକ, ଯୁଦ୍ଧ ଆଶଙ୍କା ତୀବ୍ର

କଂଗ୍ରେସ ମହାସଚିବ ରମେଶ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯିବାର ଦୁଇ ଦିନ ପୂର୍ବରୁ ନେହରୁ ଶ୍ୟାମା ପ୍ରସାଦଙ୍କୁ ଚିଠି ଲେଖିଥିବାବେଳେ ଏହାର କିଛି ମାସ ପରେ ଜୁଲାଇ ୧୮ ତାରିଖରେ ସର୍ଦ୍ଦାର ପଟେଲ ଶ୍ୟାମା ପ୍ରସାଦଙ୍କୁ ଚିଠି ଲେଖିଥିଲେ। ରମେଶ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି, ଉଭୟ ଜାତୀୟତାର ଆତ୍ମଘୋଷିତ ରକ୍ଷକଙ୍କୁ ନିନ୍ଦା କରିଥିଲେ। କିନ୍ତୁ ଜଣେ ଲୋକସଭା ସାଂସଦ ଅଛନ୍ତି ଯିଏ ସେହି ବିଚାରଧାରାରେ ଜଡିତ ଏବଂ ଯାହାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ରହିଛି କହିଥିଲେ ଯେ, ସେ ଗାନ୍ଧୀ ଏବଂ ଗଡସେଙ୍କ ମଧ୍ୟରୁ କୌଣସି ଗୋଟିଏ ବାଛିପାରିବେ ନାହିଁ। ଏହା ତାଙ୍କର ମାନସିକତା ପ୍ରକାଶ କରୁଛି। ୨୦୨୪ରେ ବିଜେପି ସାଂସଦ ଅଭିଜିତ ଗଙ୍ଗୋପାଧ୍ୟାୟ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ରମେଶ ଏହି ପୋଷ୍ଟରେ ସମାଲୋଚନା କରିଥିବା କୁହାଯାଇଛି। ୧୯୪୮ ମସିହା ଜାନୁଆରି ୩୦ ତାରିଖରେ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡସେ୍‌ ହତ୍ୟା କରିବା ପରେ ନେହରୁ ଅଲ୍‌ ଇଣ୍ଡିଆ ରେଡିଓରେ ତାଙ୍କର ସମ୍ବୋଧନର ଏକ ଲିଙ୍କ୍‌ ମଧ୍ୟ ରମେଶ ନିଜ ପୋଷ୍ଟରେ ସେୟାର କରିଛନ୍ତି। ଶ୍ୟାମା ପ୍ରସାଦଙ୍କୁ ଲେଖିଥିବା ଚିଠିରେ ନେହରୁ ଦର୍ଶାଇଥିଲେ ଯେ, କଟକଣା ସତ୍ତ୍ବେ ହିନ୍ଦୁ ମହାସଭା ପୁଣେ, ଅହମଦନଗର ଓ ଦିଲ୍ଲୀରେ ବୈଠକ କରୁଛି। ନେହରୁ ଚିଠିରେ ଲେଖିଥିଲେ ଯେ, ହିନ୍ଦୁ ମହାସଭା ବୈଠକରେ ମହାତ୍ମା ଗାନ୍ଧୀ ଜଣେ ପ୍ରତିବନ୍ଧକ ଏବଂ ସେ ଯେତେ ଶୀଘ୍ର ମୃତ୍ୟୁବରଣ କରିବେ ତାହା ଦେଶ ପାଇଁ ଭଲ ହେବ ବୋଲି ଭାଷଣ ଦିଆଯାଇଛି। ଆର.ଏସ୍.ଏସ୍. ଆହୁରି ଖରାପ ଭାବରେ ଆଚରଣ କରିଛି ଏବଂ ଆମେ ଏହାର ଅତ୍ୟନ୍ତ ଆପତ୍ତିଜନକ କାର୍ଯ୍ୟକଳାପ ବିଷୟରେ ଅନେକ ସୂଚନା ସଂଗ୍ରହ କରିଛୁ। ରମେଶ ନିଜ ପୋଷ୍ଟରେ ପଟେଲଙ୍କ ଚିଠିର ସ୍କ୍ରିନସଟ୍‌ ମଧ୍ୟ ସେୟାର କରିଥିଲେ। ଚିଠିରେ ପଟେଲ ଆର୍‌ଏସ୍‌ଏସ୍‌ ଓ ହିନ୍ଦୁ ମହାସଭା କାର୍ଯ୍ୟକଳାପକୁ ସମାଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ, ଚାଲିବ ଯୌତୁକ ନିର୍ଯାତନା ମାମଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe