ଏକ ଦେଶ,ଏକ ନିର୍ବାଚନ ବିଲ୍ ପାସ୍ ନେଇ ବାଧା: ଜାଣନ୍ତୁ ସମ୍ପୂର୍ଣ୍ଣ ଭୋଟ୍ ଗଣିତ

Advertisment

ସଂସଦରେ ଏକ ଦେଶ, ଏକ ନିର୍ବାଚନ ବିଲ୍ ବାଟରେ ବହୁ ବାଧା ରହିଛି। ଲୋକସଭାରେ ଏହି ବିଲ୍ ୨୬୯ ଭୋଟ୍ ସହାୟତାରେ ଉପସ୍ଥାପିତ ହୋଇ ଜେପିସି ପାଖକୁ ଯାଇଛି। ଏହାକୁ ଏକ ଅଧିନିୟମ କରିବା ପାଇଁ କେତେକ ପର୍ଯ୍ୟାୟ ଦେଇ ଯିବାକୁ ପଡିବ...

ସଂସଦରେ ଏକ ଦେଶ, ଏକ ନିର୍ବାଚନ ବିଲ୍ ବାଟରେ ବହୁ ବାଧା ରହିଛି। ଲୋକସଭାରେ ଏହି ବିଲ୍ ୨୬୯ ଭୋଟ୍ ସହାୟତାରେ ଉପସ୍ଥାପିତ ହୋଇ ଜେପିସି ପାଖକୁ ଯାଇଛି। ଏହାକୁ ଏକ ଅଧିନିୟମ କରିବା ପାଇଁ କେତେକ ପର୍ଯ୍ୟାୟ ଦେଇ ଯିବାକୁ ପଡିବ...

WhatsApp Image 2024-12-17 at 6.15.26 PM

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ପରେ ସରକାର ଲୋକସଭାରେ ଏକ ଦେଶ, ଏକ ନିର୍ବାଚନ ବିଲ୍ ଉପସ୍ଥାପନ କରିଛନ୍ତି। ବିରୋଧୀମାନେ ଏହି ବିଲ୍‌କୁ ବିରୋଧ କରୁଛନ୍ତି। ବିଲ୍ ଲୋକସଭାରେ ଆଗତ ହେବା ପାଇଁ ହୋଇଥିବା ଭୋଟିଂରେ ସପକ୍ଷରେ ୨୬୯ ଭୋଟ୍ ପଡିଥିବାବେଳେ ବିରୋଧରେ ୧୯୮ ଭୋଟ୍ ପଡିଥିଲା।  ଯୁଗ୍ମ ସଂସଦୀୟ କମିଟି(ଜେପିସି)କୁ ଏହି ବିଲ୍ ନେବାକୁ ଶାସକ ତଥା ବିରୋଧୀ ସହମତ ହୋଇଛନ୍ତି।  ତେବେ ଏହି ପାରିତ ହେବା ବାଟରେ ବହୁ ବାଧା ରହିଛି।  

ରାଜ୍ୟସଭାରେ ଏହି ବିଲ୍ କିପରି ପାରିତ ହେବ?

ରାଜ୍ୟସଭାରେ ମୋଟ ୨୪୫ ଟି ଆସନ ଅଛି। ଯେତେବେଳେ କି ରାଜ୍ୟସଭାରେ ଏନଡିଏର ସାଂସଦ ସଂଖ୍ୟା ୧୧୨ ରହିଛି। ଦୁଇ ତୃତୀୟାଂଶ (୨/୩) ସଂଖ୍ୟାଗରିଷ୍ଠତା ସହ ରାଜ୍ୟସଭାରେ ଏହି ବିଲ୍ ପାସ୍ କରିବାକୁ ୧୬୪ ସାଂସଦଙ୍କ ଭୋଟ୍ ଆବଶ୍ୟକ ହେବ। ଏଭଳି ପରିସ୍ଥିତିରେ ରାଜ୍ୟସଭାରେ ଏନଡିଏକୁ ଆହୁରି ୪୨ ସାଂସଦଙ୍କର ଆବଶ୍ୟକତା ରହିବ। 

ଅଧିକ ପଢ଼ନ୍ତୁ: ତୈଳଭଣ୍ଡାର ପାଇଁ ଯୁଦ୍ଧ: ଆମେରିକାକୁ ଖାତିର ନ କରି ଏର୍ଦୋଗନଙ୍କ ଆକ୍ରମଣ ଯୋଜନା

ରାଜ୍ୟଗୁଡିକର ସହମତି ମଧ୍ୟ ଆବଶ୍ୟକ

ଲୋକସଭା ଏବଂ ରାଜ୍ୟସଭାରେ ଏହି ବିଲ୍ ପାରିତ କରିବା ପରେ ଦେଶର ୧୫ଟି ରାଜ୍ୟରୁ ମଧ୍ୟ ଅନୁମତି ନେବାକୁ ପଡିବ। ଏହାର ଅର୍ଥ ହେଉଛି ଯେ, ୧୫ଟି ରାଜ୍ୟା ବିଧାନସଭା‌ରେ ମଧ୍ୟ ଏହି ବିଲ୍‌କୁ ସାଧାରଣ ସଂଖ୍ୟାଗରିଷ୍ଠତା ଦ୍ବାରା ପାରିତ କରିବାକୁ ପଡିବ। ଏହା ପରେ ରାଷ୍ଟ୍ରପତିଙ୍କ ପାଖକୁ ଏହି ବିଲ୍କୁ ତାଙ୍କ ଦସ୍ତଖତ ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମ‌ୋଦନ ପରେ ଏହି ବିଲ୍ ଏକ ଅଧିନିୟମରେ ପରିଣତ ହେବ।

ଅଧିକ ପଢ଼ନ୍ତୁ: ଲୋକସଭାରେ ଆଗତ ପରେ ଜେପିସିକୁ ଗଲା 'ଏକ ଦେଶ, ଏକ ନିର୍ବାଚନ' ବିଲ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe