One day, someone will come to break your pride: Khadge challenges Modi Photograph: (sambad.in)
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ସଂସଦରେ କହିଛନ୍ତି, ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବଦଳୀୟ ବୈଠକରେ ଉପସ୍ଥିତ ହେବାର ଥିଲା। କିନ୍ତୁ ସେ ସେତେବେଳେ ବିହାରରେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତଥିଲେ।
ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ୨୦୧୬ରେ ଉରି ଏବଂ ପଠାନକୋଟ ଆତଙ୍କବାଦୀ ଆକ୍ରମଣ, ୨୦୧୯ରେ ପୁଲୱାମା ଏବଂ ଏବେ ୨୦୨୫ରେ ପହଲଗାମ। ଏହି ସମସ୍ତ ଘଟଣା ସ୍ପଷ୍ଟ କରୁଛି ଯେ, ଜାତୀୟ ସୁରକ୍ଷାରେ ବାରମ୍ବାର ଗୁଇନ୍ଦା ବିଫଳତା ଦେଖାଯାଉଛି। ମୁଁ ଗୃହମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି, ଏଥିପାଇଁ କିଏ ଦାୟୀ? ଭୁଲ୍ ସଂଶୋଧନ କରିବା ପାଇଁ ଆପଣ କ'ଣ କଲେ? ଯଦି ଆପଣ ଅଛନ୍ତି ତେବେ ଆପଣଙ୍କ ପଦବୀ ଖାଲି କରନ୍ତୁ। ଯଦି ନାଁ, ତେବେ ପ୍ରଧାନମନ୍ତ୍ରୀ କ'ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲ ଖଡ୍ଗେ ପ୍ରଶ୍ନ କରିଛନ୍ତି।
୧୪ ଜୁଲାଇ ୨୦୨୫ରେ, ଜାମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସ୍ୱୀକାର କରିଥିଲେ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ନିଃସନ୍ଦେହରେ ଏକ ସୁରକ୍ଷା ବିଫଳତା ଥିଲା। ମୁଁ ଏହି ଘଟଣାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଛି ଯାହା ନିଃସନ୍ଦେହରେ ଏକ ସୁରକ୍ଷା ତ୍ରୁଟି ଥିଲା। ଉପରାଜ୍ୟପାଳ ନୁହେଁ, ଗୃହମନ୍ତ୍ରୀ ଏହାର ଦାୟିତ୍ୱ ନେବା ଉଚିତ୍।
ଅଧିକ ପଢ଼ନ୍ତୁ:'ପ୍ରଳୟ' କ୍ଷେପଣାସ୍ତ୍ରର ଦୁଇଟି ସଫଳ ପରୀକ୍ଷଣ ସମ୍ପନ୍ନ
OperationSindoor | mallikarjun kharge | pm-narendra-modi
Follow Us