Operation continues to arrest Hidma Photograph: (sambad.in)
ବିଜାପୁର: ଛତିଶଗଡ ତେଲେଙ୍ଗାନା ସୀମାରେ ବଡ଼ ଅପରେସନ ଜାରି ରହିଛି। ଛତିଶଗଡ଼ ବିଜାପୁରରେ ସକାଳୁ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ମାଓବାଦୀ ନିହତ ହୋଇଛନ୍ତି । ମାଓବାଦୀଙ୍କ ମୃତ ଦେହ ଜବତ କରାଯାଇଛି।
ବିଜାପୁର ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ ଜାରି ଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି । ଅନ୍ୟପଟେ ଅପରେସନରେ ସୁରକ୍ଷାକର୍ମୀଙ୍କର କୌଣସି କ୍ଷୟକ୍ଷତି ହୋଇ ନାହିଁ।
ଅଧିକ ପଢ଼ନ୍ତୁ: ଦିବ୍ୟାଙ୍ଗଙ୍କ ଗୁହାଳ ପୋଛି ନେଲେ ଚୋର: ୨୫ ବଡ଼ ଛେଳି ନେଲେ ଛୁଆଙ୍କୁ ଛାଡି ଦେଲେ
ଗତ ୪୮ ଘଣ୍ଟା ଧରି ଏହି ଅଞ୍ଚଳରେ ଅପରେସନ ଜାରି ରହିଛି। କୁଖ୍ଯାତ ମାଓନେତା ହିଡମାକୁ ଧରିବା ଲାଗି ଅପରେସନ ଆରମ୍ଭ ହୋଇଛି।
ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଅପରେସନ ଜାରି ରହିଛି। ଅପରେସନରେ ବାୟୁ ସେନାର ହେଲିକପ୍ଟର ସାମିଲ ହୋଇଛି। ଅତ୍ଯାଧୁନିକ ଡ୍ରୋନ୍ ସାହାୟତାରେ ମାଓ ଗତିବିଧି ଉପରେ ନଜର ରଖାଯାଉଛି। ତେଲେଙ୍ଗାନା ଗ୍ରେହାଉଣ୍ଡ ଓ ଛତିଶଗଡ ଡିଆରଜି ଓ କୋବ୍ରା ଯବାନ ଅପରେସନରେ ସାମିଲ ଅଛନ୍ତି।
ଅଧିକ ପଢ଼ନ୍ତୁ: ସକାଳୁ ସକାଳୁ ଏନକାଉଣ୍ଟର: କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ର ସଦସ୍ୟ ଆହତ
Naxal | Chhattisgarh | Telangana | Odisha | Malkangiri
Follow Us