ନୂଆଦିଲ୍ଲୀ/ଭୁବନେଶ୍ବର: ଆମ୍ବେଦକର ପ୍ରସଙ୍ଗରେ ସଂସଦ ଅଚଳ ହୋଇପଡ଼ିଛି। ଏପରିସ୍ଥଳେ ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଠେଲାପେଲାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ସଶସ୍ତ୍ର ପୁଲିସ ଜଗିବେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ
ଏହି ଘଟଣାକୁ ନେଇ ଢ଼େଙ୍କାନାଳ ବିଜେପି ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି କଂଗ୍ରେସର ଏଭଳି ଅଭଦ୍ରାମୀ ବିନାଶ କାଳେ ବିପରୀତ ବୁଦ୍ଧି ଭଳି। କଂଗ୍ରେସର ଅବସ୍ଥା ଆହୁରି ଦୟନୀୟ ହେବ। ଏହା ରାହୁଲ ଗାନ୍ଧୀଙ୍କ ମୁର୍ଖାମୀ।
ନିରାଶ ହୋଇ କଂଗ୍ରେସ ଏବେ ଗୁଣ୍ଡାଗର୍ଦ୍ଦି କରୁଛି। ରାହୁଲ ପୂର୍ବତନ ମନ୍ତ୍ରୀଙ୍କୁ ଜାଣିଛନ୍ତି। ସେ ଏଭଳି କରିବା ନିନ୍ଦନୀୟ ବୋଲି ରୁଦ୍ର ପାଣି କହିଛନ୍ତି। ଏନେଇ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିବୁ ବୋଲି ରୁଦ୍ର ପାଣି କହିଛନ୍ତି।
ଅଧିକ ପଢ଼ନ୍ତୁ: ଆଗାମୀ ଜାନୁଆରିରୁ ଉତ୍ତରାଖଣ୍ଡରେ ଲାଗୁହେବ ୟୁନିଫର୍ମ ସିଭିଲ କୋଡ୍
Follow Us