Rajya Sabha: ରାଜ୍ୟସଭାରେ ବିରୋଧୀଙ୍କ କକ୍ଷତ୍ୟାଗ: ବିଜେପି ସାଂସଦଙ୍କ ପ୍ରଶ୍ନ ପ୍ରତ୍ୟାହାର ପରେ ହଟ୍ଟଗୋଳ

Advertisment

ରାଜ୍ୟସଭାରେ ଆଜି ପ୍ରଶ୍ନୋତ୍ତର କାଳରେ ବିଜେପି ସାଂସଦ ଆଦିତ୍ୟ ପ୍ରସାଦଙ୍କ ଦ୍ୱାରା ଉଠାଯାଇଥିବା ଏକ ତାରକାଚିହ୍ନିତ ପ୍ରଶ୍ନକୁ କୌଣସି କାରଣ ନ ଦର୍ଶାଇ ପ୍ରତ୍ୟାହାର କରାଯିବା ପରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ କକ୍ଷତ୍ୟାଗ କରିଥିଲେ।

ରାଜ୍ୟସଭାରେ ଆଜି ପ୍ରଶ୍ନୋତ୍ତର କାଳରେ ବିଜେପି ସାଂସଦ ଆଦିତ୍ୟ ପ୍ରସାଦଙ୍କ ଦ୍ୱାରା ଉଠାଯାଇଥିବା ଏକ ତାରକାଚିହ୍ନିତ ପ୍ରଶ୍ନକୁ କୌଣସି କାରଣ ନ ଦର୍ଶାଇ ପ୍ରତ୍ୟାହାର କରାଯିବା ପରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ କକ୍ଷତ୍ୟାଗ କରିଥିଲେ।

fshfshfsxvbbv

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ପ୍ରଶ୍ନୋତ୍ତର କାଳରେ ବିଜେପି ସାଂସଦ ଆଦିତ୍ୟ ପ୍ରସାଦଙ୍କ ଦ୍ୱାରା ଉଠାଯାଇଥିବା ଏକ ତାରକାଚିହ୍ନିତ ପ୍ରଶ୍ନକୁ କୌଣସି କାରଣ ନ ଦର୍ଶାଇ ପ୍ରତ୍ୟାହାର କରାଯିବା ପରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ କକ୍ଷତ୍ୟାଗ କରିଥିଲେ। ଏହି ପ୍ରଶ୍ନଟି ଥିଲା – ‘ନୂଆ ଆପରାଧିକ ଆଇନ ଅନୁଯାୟୀ ପ୍ରମାଣ ସଂଗ୍ରହ ପାଇଁ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ଲାବୋରେଟୋରି (ସିଏଫ୍ଏସ୍ଏଲ୍) ବିସ୍ତାର କରାଯାଉଛି କି ନାହିଁ, ଯଦି ହଁ ତେବେ ବିବରଣୀ କ’ଣ ? ନୂଆ ଆପରାଧିକ ଆଇନ୍ ଅନୁଯାୟୀ  ଫରେନସିକ୍ କ୍ଷମତା ବୃଦ୍ଧି ପାଇଁ କ’ଣ ପଦକ୍ଷେପ ନିଆଯାଇଛି (?) ଏବଂ ନୂଆ ଆପରାଧିକ ଆଇନ ଅନୁଯାୟୀ ଫରେନସିକ୍ ଡାଟାକୁ ଇଲେକ୍ଟ୍ରୋନିକ୍ ଭାବେ ସଂରକ୍ଷଣ ଓ ପରିଚାଳନା ପାଇଁ କିଭଳି ପଦକ୍ଷେପ ନିଆଯାଉଛି?’

Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା

ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ ଏହି ପ୍ରଶ୍ନକୁ ଛାଡ଼ି ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରେ କଂଗ୍ରେସର ରାଜ୍ୟସଭା ମୁଖ୍ୟ ସଚେତନ  ଜୟରାମ ରମେଶ ଓ ଅନ୍ୟ ବିରୋଧୀ ସାଂସଦମାନେ ପ୍ରତ୍ୟାହାରର କାରଣ ପଚାରିଥିଲେ। ଅଧ୍ୟକ୍ଷ କହିଥିଲେ, ‘ଆପଣମାନେ ନିୟମ ଜାଣନ୍ତି। ନିୟମ ୨୫୩ ଅନୁଯାୟୀ କୌଣସି ସଦସ୍ୟ ଯେକୌଣସି ପ୍ରଶ୍ନ ପ୍ରତ୍ୟାହାର କରିପାରିବେ।   ସଦସ୍ୟଙ୍କ ଅଧିକାରରେ ମୁଁ ହସ୍ତକ୍ଷେପ କରିପାରିବି ନାହିଁ।’ ସେ ଆହୁରି କହିଥିଲେ, ‘ଏଭଳି ବିରୋଧ କରିବାର ଅଧିକାର ଆପଣଙ୍କର ନାହିଁ। ପ୍ରଶ୍ନୋତ୍ତର କାଳକୁ ବ୍ୟାଘାତ କରନ୍ତୁ ନାହିଁ।’ ପ୍ରଶ୍ନ ପ୍ରତ୍ୟାହାରର କାରଣ ନ ଜଣାଇବା  ଓ ସଭାପତିଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଦଳ ସାଂସଦମାନେ ଏହାର  ପ୍ରବଳ ବିରୋଧ କରିଥିଲେ ଏବଂ ଗୃହରୁ  ବାହାରି ଯାଇଥିଲେ।

Ahilyabai Programme: ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ ବର୍ଷ ଅବସରରେ ସ୍ମରଣ ସଭା ଆୟୋଜିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe