Owaisi Reaction Photograph: (sambad.in)
ନୂଆଦିଲ୍ଲୀ: ମୋର ୬ଟା ଛୁଆ। ତୁମକୁ କରିବାକୁ କିଏ ମନା କରୁଛି? ଏଭଳି କହି ଚର୍ଚ୍ଚାରେ AIMIM ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ୍ ଓୱେସି। ବିଜେପି ନେତା ନବନୀତ ରାଣାଙ୍କ ଚାରିଟି ସନ୍ତାନ ଜନ୍ମ କରିବା ବୟାନ ଉପରେ ପ୍ରତିକ୍ରିୟା ରଖି ସେ ଏଭଳି କହିଛନ୍ତି।
କ’ଣ କହିଥିଲେ ନବନୀତ୍?
ନବନୀତ୍ କହିଥିଲେ ଯେ, "ମୁଁ ସମସ୍ତ ହିନ୍ଦୁଙ୍କୁ ଅନୁରୋଧ କରୁଛି। ଶୁଣ, ମୁସଲାମାନମାନେ ଖୋଲାଖୋଲି ଭାବରେ କହୁଛନ୍ତି ଯେ ସେମାନଙ୍କର ୪ଜଣ ସ୍ତ୍ରୀ ଏବଂ ୧୯ ଜଣ ପିଲା ଅଛନ୍ତି। ମୁଁ ପରାମର୍ଶ ଦେଉଛି ଯେ, ଆମର ଅତି କମରେ ତିନିରୁ ଚାରି ଲେଖାଏଁ ପିଲା କରିବା ଉଚିତ। ମୁଁ ଜାଣିନାହିଁ ଯେ ସେ ଜଣେ ମୌଲାନା କି ଆଉ କିଏ, କିନ୍ତୁ ସେ କହିଥିଲେ ଯେ, ତାଙ୍କର ୧୯ ଜଣ ପିଲା ଏବଂ ଚାରି ଜଣ ସ୍ତ୍ରୀ ଅଛନ୍ତି। ଏହା ସତ୍ତ୍ବେ ବି ୩୦ଜଣ ପିଲା ଜନ୍ମ ନକରିପାରିବାରୁ ସେ ଖୁସି ନଥିବା କହିଥିଲେ। ଏମାନେ ବହୁ ସଂଖ୍ୟକ ପିଲା ଜନ୍ମ କରି ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଯୋଜନା କରୁଛନ୍ତି। ତେବେ ଆମେ କାହିଁକି ଗୋଟିଏ ପିଲାରେ ସନ୍ତୁଷ୍ଟ ହେବା? ଆମର ମଧ୍ୟ ତିନିରୁ ଚାରି ଜଣ ପିଲା ରହିବା ଉଚିତ।"
କ’ଣ ଜବାବ ଦେଇଛନ୍ତି ଓୱେସି?
ଏବେ ଏହାର ଜବାବ ଦେଇ ଓୱେସି କହିଛନ୍ତି ଯେ, "ତୁମେ କିଏ ଅଟକାଉଛି? ମୁଁ ୬ଟି ପିଲାଙ୍କ ବାପା। ତୁମକୁ ଏକାଧିକ ପିଲା ଜନ୍ମ କରିବାକୁ କେହି ଅଟକାଇନାହାନ୍ତି। ତୁମେ ଚାହିଁଲେ କରିପାରିବ।" ସେ ଦର୍ଶାଇଛନ୍ତି ଯେ, ମହାରାଷ୍ଟ୍ରରେ ଦୁଇରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଅନୁମତି ନାହିଁ। କିନ୍ତୁ ତେଲେଙ୍ଗାନାରେ ଏହି ନିୟମ ପରିବର୍ତ୍ତନ କରାଯାଇଛି।
ଭାରତର TFR ବହୁତ ହ୍ରାସ ପାଇଛି: ଓୱେସି
ଜନସଂଖ୍ୟା ବିତର୍କକୁ ଆହୁରି ଆଗକୁ ବଢ଼ାଇ AIMIM ମୁଖ୍ୟ କହିଛନ୍ତି ଯେ, ଭାରତର ମୋଟ ପ୍ରଜନନ ହାର (TFR) ବହୁତ ହ୍ରାସ ପାଇଛି। ମୁସଲମାନମାନେ ସର୍ବାଧିକ TFR ହ୍ରାସ ଦେଖିଛନ୍ତି। ଯଦିଓ ଏହା ହିନ୍ଦୁମାନଙ୍କ ସହ ସମାନ ସ୍ତରକୁ ପହଞ୍ଚି ନାହିଁ। କିନ୍ତୁ ଏହା ଖୁବ୍ ଶୀଘ୍ର ହେବ। ପୂର୍ବରୁ କୁହାଯାଉଥିଲା ଯେ, ମୁସଲମାନମାନେ ଏତେ ଅଧିକ ସନ୍ତାନ ଜନ୍ମ କରୁଛନ୍ତି ଯେ ସେମାନେ ହିନ୍ଦୁ ଜନସଂଖ୍ୟାକୁ ପଛରେ ପକାଇଦେବେ, କିନ୍ତୁ ତାହା ଘଟିବ ନାହିଁ।
ଆହୁରି ପଢ଼ନ୍ତୁ: Earthquake in Assam: ଆସାମରେ ବଡ଼ ଧରଣର ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୫.୧, ଶୋଇଥିବା ବେଳେ ଥରିଲା ଘର…
Follow Us