ଇସଲାମାବାଦ/କାବୁଲ: ପଡ଼ୋଶୀ ଦେଶ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦୀର୍ଘ ଦିନର ତିକ୍ତତା ଏବେ ଭୟଙ୍କର ସଂଘର୍ଷର ରୂପ ନେଇଛି। ଗତରାତିରେ ତାଲିବାନ ପାକିସ୍ତାନର ସୀମାନ୍ତ ଅଞ୍ଚଳରେ ଜୋର୍‌ଦାର ଆକ୍ରମଣ କରି ପ୍ରାୟ ୧୫ଟି ପୋଷ୍ଟ ନିଜ ଅକ୍ତିଆରକୁ ନେବା ପରେ ଆଜି ପାକିସ୍ତାନୀ ବାୟୁସେନା ‘ଅପରେସନ୍ ଗଜବ ଲିଲ୍-ହକ୍’ ଆରମ୍ଭ କରି ଆଫଗାନିସ୍ତାନର ପ୍ରମୁଖ ସହର କାବୁଲ, କାନ୍ଦାହାର ଓ ପାକ୍ତିଆ ଉପରେ ଭୀଷଣ ଏୟାରଷ୍ଟ୍ରାଇକ୍‌ କରିଛି। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଯୁଦ୍ଧ ବିମାନର ଗର୍ଜନ ସହ ଭୀଷଣ ବିସ୍ଫୋରଣ ଓ ଗୁଳି ବିନିମୟ ଶୁଣାଯାଇଥିଲା। ଏହି ଆକ୍ରମଣ ସହ ଆଜି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଆଫଗାନିସ୍ତାନ ବିରୋଧରେ ‘ଖୋଲା ଯୁଦ୍ଧ’ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ଚେତାବନୀ ଦେଇ ସେ କହିଛନ୍ତି ଯେ ପାକିସ୍ତାନର ଧୈର୍ଯ୍ୟ ସୀମା ଶେଷ ହୋଇଛି ଏବଂ ଏବେ ସିଧାସଳଖ ମୁହାଁମୁହିଁ ସଂଘର୍ଷକୁ ଆମେ ଓହ୍ଲାଇଛୁ।

Advertisment

କାବୁଲ, କାନ୍ଦାହାରରେ  ଭୀଷଣ ଏୟାରଷ୍ଟ୍ରାଇକ୍‌
୨୦୦ରୁ ଅଧିକ ତାଲିବାନ ଯୋଦ୍ଧା ନିହତ
ପାଲଟା ଆକ୍ରମଣରେ ୫୫ ପାକ୍‌ ସୈନିକ ନିହତ

ପାକ୍‌ ସେନା ଦାବି କରିଛି ଯେ ଆଫ୍‌ଗାନିସ୍ତାନରେ ଆଜି ପାକ୍‌ ବାୟୁସେନା ୨୨ଟି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରିଛି ଏବଂ ଏଥିରେ ୨୪୭ ତାଲିବାନ ଯୋଦ୍ଧା ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ତାଲିବାନର ଦାବି ଅନୁଯାୟୀ ସେମାନେ ୧୯ଟି ପାକିସ୍ତାନୀ ଚେକ୍‌ପୋଷ୍ଟ ଦଖଲ କରିଛନ୍ତି ଏବଂ ୫୫ ଜଣ ପାକିସ୍ତାନୀ ସୈନିକ ଏହି ଆକ୍ରମଣ ଆକ୍ରମଣରେ ନିହତ ହୋଇଛନ୍ତି। ତେବେ ପାକିସ୍ତାନ ଏହାକୁ ଖଣ୍ଡନ କରି କହିଛି ଯେ କେବଳ ୧୨ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି। ଟର୍ଖମ୍ ସୀମା  ଅଞ୍ଚଳରେ ଆଜି ସକାଳୁ ଭୀଷଣ ଗୋଳାବର୍ଷଣ  ଜାରି ରହିଛି। ପାକିସ୍ତାନ ବାୟୁସେନାର ଏଫ୍‌ ୧୬ ବିମାନ କନ୍ଦହାରରେ ବିଭିନ୍ନ ଠିକଣାକୁ ଟାର୍ଗେଟ୍‌ କରିବା ପରେ ତାଲିବାନ ବାହିନୀ ମଧ୍ୟ ଏହାର ଜବାବରେ ଭୀଷଣ ଗୁଳିଗୋଳା ବର୍ଷା କରୁଛି। 

Annual Functions: ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ୨୬ତମ ବାର୍ଷିକ ଉତ୍ସବ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ କହିଛନ୍ତି, ତାଲିବାନ ସରକାର ସହ କୌଣସି ବୁଝାମଣା ହେବ ନାହିଁ।  ପ୍ରତ୍ୟେକ ଆକ୍ରମଣର ଯଥୋଚିତ ଜବାବ ମିଳିବ। ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ମୋହସିନ ନକଭି କହିଛନ୍ତି ଯେ ପାକିସ୍ତାନ ଠିକଣା ଜବାବ ଦେଉଛି ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଅନ୍ୟପଟେ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ପାକିସ୍ତାନର ଆକ୍ରମଣକୁ ସ୍ୱୀକାର କରି କହିଛନ୍ତି, ଆମେ ଅଧିକାଂଶ ଆକ୍ରମଣକୁ ପଣ୍ଡ କରିଛୁ। ପାକ୍‌ ସେନା ସାଧାରଣ ଜନବସତିକୁ ଟାର୍ଗେଟ୍‌ କରି ଆଫଗାନର ନିରୀହ ଲୋକଙ୍କୁ ଆକ୍ରମଣ କରୁଥିବାରୁ ଏହାର ଭୟାନକ ଜବାବ ମିଳିବ। ଆଫଗାନିସ୍ତାନ ସେନା ମଧ୍ୟ ଡୁରାଣ୍ଡ ଲାଇନ୍ ନିକଟରେ ଥିବା ପାକିସ୍ତାନୀ ସାମରିକ ଘାଟି ଗୁଡ଼ିକ ଉପରେ ପାଲଟା ଆକ୍ରମଣ ଜାରି ରଖିଛି। ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ କହିଛନ୍ତି ଯେ ପାକିସ୍ତାନ ନିଜର ଶାନ୍ତି ଏବଂ ଆଞ୍ଚଳିକ ଅଖଣ୍ଡତା ସହ କୌଣସି ବୁଝାମଣା କରିବ ନାହିଁ। ଶତ୍ରୁପକ୍ଷର ଆକ୍ରମଣକୁ ପଣ୍ଡ କରାଯିବା ସହ ଉଚିତ ଜବାବ ଦିଆଯିବ।

Convocation: ସତ୍ୟ ଆଧାରିତ ସାମ୍ବାଦିକତା ପାଇଁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି