Pakistan pins smog blame on Indias Diwali Photograph: (sambad.in)
ନୂଆଦିଲ୍ଲୀ: ବାଣ ଫୁଟିଲା ଭାରତରେ, ଧୂଆଁ ମାତିଲା ପାକିସ୍ତାନରେ । ଦିଲ୍ଲୀ ସମେତ ଉତ୍ତର ଭାରତରେ ଦୀପାବଳି ପାଇଁ ପ୍ରବଳ ବାଣ ଫୁଟିଥିବା ବେଳେ ଦିଲ୍ଲୀରେ ତ ବାୟୁମଣ୍ଡଳର ଅବସ୍ଥା ପୂରା ବିଗିଡ଼ି ଯାଇଛି । ସେପଟେ ବାୟୁ ପ୍ରଦୂଷଣ ସୀମା ଡେଇଁ ପାକିସ୍ତାନ ପଳେଇଛି । ପାକିସ୍ତାନ ପଞ୍ଜାବର ରାଜଧାନୀ ଲାହୋରରେ ଭାରତର ଧୂଆଁ ଅଣନିଶ୍ବାସୀ କରିଛି । ଏଭଳି ଏକ ଅଭିଯୋଗ ପାକିସ୍ତାନ ପଟୁ ହେଉଛି ।
ଆହୁରି ପଢନ୍ତୁ-
Slow Train: ମନ୍ଥର ଗତି ପାଇଁ ଟ୍ରେନ୍ରୁ ଓହ୍ଲାଇଲେ ଯାତ୍ରୀ
ଗୋଟେପଟେ ଦୀପାବଳିରେ ସାରା ଭାରତରେ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଥିବା ବେଳେ ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ସହ ବିଷାକ୍ତ ବାୟୁ ବଳୟରେ ରହିଛି । ବିଶ୍ବର ୧୦ ପ୍ରଦୂଷିତ ସହର ଭିତରେ ଦିଲ୍ଲୀ ୧ ନଂରେ ଥିବା ବେଳେ ପାକିସ୍ତାନର ଲାହୋର ୨ ନମ୍ବରରେ ରହିଛି । ତେବେ ପ୍ରଦୂଷଣ ଦେଶର ସୀମା ପାର କରି ପାକିସ୍ତାନକୁ ଚାଲିଯାଇଛି । ଯାହା ଫଳରେ ଲାହୋରର ବାୟୁ ଗୁଣବତ୍ତା ଚିନ୍ତାଜନକ ସ୍ତରକୁ ଖସିଛି ।
ସେପଟେ ପାକିସ୍ତାନର ପଞ୍ଜାବ ସରକାର ଏଭଳି ଧୂଆଁ ସଙ୍କଟ ଏବଂ ବାୟୁ ପ୍ରଦୂଷଣକୁ ଭାରତ ଆଡ଼େ ଆଙ୍ଗୁଠି ଦେଖାଇଛନ୍ତି । ଭାରତକୁ ଦୋଷ ଦେଇ ସୀମାପାର ପ୍ରଦୂଷଣକୁ ଦାୟୀ କରିଛି ପାକିସ୍ତାନ । ଲାହୋରରେ ବାୟୁ ଗୁଣବତ୍ତା ବିଗିଡ଼ିବା ପରେ ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି । ଯଦିଓ ଗତ କିଛି ଦିନ ଧରି ଲାହୋରରେ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଛି ମାତ୍ର ଏହାକୁ ପାକିସ୍ତାନ ପଞ୍ଜାବର ସରକାର ନିଜ ଦୋଷ ନମାନି ଏହି ପ୍ରଦୂଷଣକୁ ଦିଲ୍ଲୀ ପ୍ରଦୂଷଣର ପ୍ରଭାବ ବୋଲି କହି ଦୋଷ ଠେଲିଛନ୍ତି ।
ଆହୁରି ପଢନ୍ତୁ-
Delhi Air Pollution: ଦୀପାବଳି ପରେ ପରେ ଧୂଆଁମୟ ରାଜଧାନୀ ଦିଲ୍ଲୀର ଆକାଶ
ଏନେଇ ପାକିସ୍ତାନୀ ମିଡିଆ ଡନର ଏକ ରିପୋର୍ଟରେ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ- ଲାହୋରର ଅଧିକାରୀମାନେ ଦାବି କରିଛନ୍ତି ଯେ ନୂଆଦିଲ୍ଲୀ ଏବଂ ଉତ୍ତର ଭାରତୀୟ ସହରଗୁଡ଼ିକରୁ ପ୍ରଦୂଷଣ ବହନ କରୁଥିବା ପବନ ପାକିସ୍ତାନର ପରିସ୍ଥିତିକୁ ଆହୁରି ଖରାପ କରିଛି। ଭାରତରେ ଦୀପାବଳି ଆତସବାଜିରୁ ନିର୍ଗତ ହେଉଥିବା ଧୂଆଁ ସୀମା ଡେଇଁଛି ।
ndia | pakistan | Diwali | air pollution
Follow Us